ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା
ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍ ଆଶାୟୀ ଥିବା ୨ ଥରର ବିଧାୟିକା ସୀମାରାଣୀ ନାଏକ ନିରାଶ ହୋଇ ଦଳରୁ ଇସ୍ତଫା ଦେଇଛନ୍ତି। ଉକ୍ତ ଇସ୍ତଫାପତ୍ରରେ ସେ ବ୍ୟକ୍ତିଗତ କାରଣ ଯୋଗୁ ଏଭଳି ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି। ତେବେ ସୀମାରାଣୀ କହିଛନ୍ତି, ଦଳ ତାଙ୍କ ଉପରେ ଭରସା କଲାନାହିଁ। ତେଣୁ ବିଜେଡିରେ ରହି ଆଉ ଲାଭ କ’ଣ। ଭାଜପା ନେତାମାନଙ୍କ ସହ ଆଲୋଚନା […] The post ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା appeared first on Dharitri Odia News.
ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍ ଆଶାୟୀ ଥିବା ୨ ଥରର ବିଧାୟିକା ସୀମାରାଣୀ ନାଏକ ନିରାଶ ହୋଇ ଦଳରୁ ଇସ୍ତଫା ଦେଇଛନ୍ତି। ଉକ୍ତ ଇସ୍ତଫାପତ୍ରରେ ସେ ବ୍ୟକ୍ତିଗତ କାରଣ ଯୋଗୁ ଏଭଳି ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି। ତେବେ ସୀମାରାଣୀ କହିଛନ୍ତି, ଦଳ ତାଙ୍କ ଉପରେ ଭରସା କଲାନାହିଁ। ତେଣୁ ବିଜେଡିରେ ରହି ଆଉ ଲାଭ କ’ଣ। ଭାଜପା ନେତାମାନଙ୍କ ସହ ଆଲୋଚନା କରୁଛି, ଯାହା ନିଷ୍ପତ୍ତି ହେବ ଭବିଷ୍ୟତ କହିବ। ସୂଚନାଯୋଗ୍ୟ, କଂଗ୍ରେସରୁ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିବା ସୀମାରାଣୀ ବିଜେଡିରେ ମିଶି ୨୦୧୪ ଓ ୨୦୧୯ରେ ହିନ୍ଦୋଳରୁ ବିଧାୟିକା ନିର୍ବାଚିତ ହୋଇଥିଲେ।
The post ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା appeared first on Dharitri Odia News.