ପ୍ରଦୂଷଣ ପାଇଁ ଲାଗୁହେଲା ଓ୍ୱାର୍କ ଫ୍ରମ ହୋମ, ଘରେ ରହି କାମ କରିବେ ୫୦% କର୍ମଚାରୀ
ନୂଆଦିଲ୍ଲୀ ୨୦/୧୧: ଦିଲ୍ଲୀରେ ଧୀରେ ଧୀରେ ସୁଧୁରୁଛି ସ୍ଥିତି । ତଥାପି କଲବଲ ଜନଜୀବନ । କାରଣ ବିଷ ପାଲଟିଛି ରାଜଧାନୀରେ ବାୟୁ । ଧୂଳି ଓ ଧୂଆଁର ମୋଟା ଚାଦର ତଳେ ସ୍ୱପର ସହର । ପ୍ରଦୂଷଣ ଲାଗି ଜନଜବୀନ ଅସ୍ୟବ୍ୟସ୍ତ ହୋଇପଡିଛି । କୃତ୍ରିମ ବର୍ଷା ହେବା ପରେ AQI ସ୍ତର କମିଛି । ତଥାପି ବାୟରୁ ଗୁଣବତ୍ତା ଖସିନି । ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି । ବିଷାକ୍ତ ବାୟୁ ଯୋଗୁ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏବେ ସରକାରୀ କର୍ମଚାରୀଙ୍କୁ ଘରକୁ କାମ କରୁବାକୁ ଦିଲ୍ଲୀ ସରକାର କହିଛନ୍ତି । ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ଲୋକଙ୍କ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ସହରର ଜଳବାୟୁ ବିଷାକ୍ତ ହୋଇଥିବାର ଦେଖି ଦିଲ୍ଲୀ ସରକାର ବର୍ତ୍ତମାନ ଘରୁ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। प्रदुषण कम करने के लिए दिल्ली सरकार ने सरकारी दफ़्तरो में वर्क फ्रॉम होम का लिया निर्णय50% कर्मचारी करेंगे घर से कामइसके इम्पलिमेंटेशन के लिए सचिवालय में आज दोपहर 1 बजे अधिकारियों के साथ होगी बैठक— Gopal Rai (@AapKaGopalRai) November 20, 2024ଏ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାରୀ ଅଫିସଗୁଡିକରେ ଓ୍ୱାର୍କ ଫ୍ରମ୍ ହୋମ୍
ନୂଆଦିଲ୍ଲୀ ୨୦/୧୧: ଦିଲ୍ଲୀରେ ଧୀରେ ଧୀରେ ସୁଧୁରୁଛି ସ୍ଥିତି । ତଥାପି କଲବଲ ଜନଜୀବନ । କାରଣ ବିଷ ପାଲଟିଛି ରାଜଧାନୀରେ ବାୟୁ । ଧୂଳି ଓ ଧୂଆଁର ମୋଟା ଚାଦର ତଳେ ସ୍ୱପର ସହର । ପ୍ରଦୂଷଣ ଲାଗି ଜନଜବୀନ ଅସ୍ୟବ୍ୟସ୍ତ ହୋଇପଡିଛି । କୃତ୍ରିମ ବର୍ଷା ହେବା ପରେ AQI ସ୍ତର କମିଛି । ତଥାପି ବାୟରୁ ଗୁଣବତ୍ତା ଖସିନି ।
ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି । ବିଷାକ୍ତ ବାୟୁ ଯୋଗୁ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏବେ ସରକାରୀ କର୍ମଚାରୀଙ୍କୁ ଘରକୁ କାମ କରୁବାକୁ ଦିଲ୍ଲୀ ସରକାର କହିଛନ୍ତି । ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ଲୋକଙ୍କ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ସହରର ଜଳବାୟୁ ବିଷାକ୍ତ ହୋଇଥିବାର ଦେଖି ଦିଲ୍ଲୀ ସରକାର ବର୍ତ୍ତମାନ ଘରୁ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।
प्रदुषण कम करने के लिए दिल्ली सरकार ने सरकारी दफ़्तरो में वर्क फ्रॉम होम का लिया निर्णय
50% कर्मचारी करेंगे घर से काम
इसके इम्पलिमेंटेशन के लिए सचिवालय में आज दोपहर 1 बजे अधिकारियों के साथ होगी बैठक— Gopal Rai (@AapKaGopalRai) November 20, 2024
ଏ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାରୀ ଅଫିସଗୁଡିକରେ ଓ୍ୱାର୍କ ଫ୍ରମ୍ ହୋମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ୫୦% କର୍ମଚାରୀ ଘରୁ କାମ କରିବେ। ପ୍ରଦୂଷଣ ହେତୁ ପୂର୍ବରୁ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ମଧ୍ୟ ଘରୁ କାମ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ସେପଟେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନ୍ସିଆର୍ରେ ସମସ୍ତ ସ୍କୁଲ କଲେଜ ମଧ୍ୟ ମଧ୍ୟ ରହିଛି। ଅନ୍ଲାଇନ୍ କ୍ଳାସ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ପରାମର୍ଶ ଦିଆଯାଇଛି।