ଋଷ୍-ୟୁକ୍ରେନ ଯୁଦ୍ଧରେ ଲାଗିବ ବ୍ରେକ୍ ? ଭ୍ଲାଦିମୀର ପୁଟିନଙ୍କ ସହିତ ଆଲୋଚନା କଲେ ଟ୍ରମ୍ପ୍

ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ ଯୁଦ୍ଧରେ ଲାଗିବ ବ୍ରେକ୍ । ଯୁଦ୍ଧବିରତି ଦିଗରେ ଆଗେଇଲେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ନଭେମ୍ବର ୭ ତାରିଖରେ ସେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହିତ ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଓ୍ବାଶିଂଟନ ପୋଷ୍ଟ ମୁତାବକ, ଏହି ମାମଲାକୁ ବହୁ ବିଶିଷ୍ଟ ଲୋକ ମଧ୍ୟ ସ୍ପଷ୍ଟ କରିଛନ୍ତି ।  ଡୋନାଲ୍ଡ ଟ୍ରମ୍ପ ନିଜ ଫ୍ଲୋରିଡ଼ା ବାସଭବନରୁ ପୁଟିନଙ୍କୁ ଫୋନ୍ କଲ୍ କରିଥିଲେ । ଏହି କଥାବାର୍ତ୍ତାରେ ସେ ଯୁଦ୍ଧବିରତି ଉପରେ ଆଲୋଚନା କରିଛନ୍ତି ଏବଂ ୟୁରୋପରେ ଅଧିକ ସଂଖ୍ୟାରେ ଆମେରିକୀୟ ସୈନ୍ୟ ଉପସ୍ଥିତିକୁ ମଧ୍ୟ ମନେପକାଇ ଦେଇଛନ୍ତି ।  ସେପଟେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ମଧ୍ୟ ନବନିର୍ବାଚିତ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଯୁଦ୍ଧବିରତି ନେଇ ଋଷ୍ ପ୍ରସ୍ତୁତ ଅଛି ବୋଲି କହିଛନ୍ତି । ଆମେରିକା-ଋଷ୍ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଏବଂ ଯୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଦୁଇ ଦେଶ ୟୁରୋପୀୟ ମହାଦ୍ବୀପରେ ଶାନ୍ତି ପ୍ରତିଷ୍ଠା ଦିଗରେ ଚର୍ଚ୍ଚା କରିଛନ୍ତି ।   ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ୍-ଋଷ୍ ଯୁଦ୍ଧ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏହି ବାବଦରେ କୌଣସି ବିବରଣୀ ଦେଇନଥିଲେ । ମିଡିଆ ରିପୋର୍ଟ ମୁତାବକ, ଟ୍ରମ୍ପ ନିଜସ୍ବ ଭାବେ ସ

ଋଷ୍-ୟୁକ୍ରେନ ଯୁଦ୍ଧରେ ଲାଗିବ ବ୍ରେକ୍ ? ଭ୍ଲାଦିମୀର ପୁଟିନଙ୍କ ସହିତ ଆଲୋଚନା କଲେ ଟ୍ରମ୍ପ୍

ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ ଯୁଦ୍ଧରେ ଲାଗିବ ବ୍ରେକ୍ । ଯୁଦ୍ଧବିରତି ଦିଗରେ ଆଗେଇଲେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ନଭେମ୍ବର ୭ ତାରିଖରେ ସେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହିତ ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଓ୍ବାଶିଂଟନ ପୋଷ୍ଟ ମୁତାବକ, ଏହି ମାମଲାକୁ ବହୁ ବିଶିଷ୍ଟ ଲୋକ ମଧ୍ୟ ସ୍ପଷ୍ଟ କରିଛନ୍ତି ।  ଡୋନାଲ୍ଡ ଟ୍ରମ୍ପ ନିଜ ଫ୍ଲୋରିଡ଼ା ବାସଭବନରୁ ପୁଟିନଙ୍କୁ ଫୋନ୍ କଲ୍ କରିଥିଲେ । ଏହି କଥାବାର୍ତ୍ତାରେ ସେ ଯୁଦ୍ଧବିରତି ଉପରେ ଆଲୋଚନା କରିଛନ୍ତି ଏବଂ ୟୁରୋପରେ ଅଧିକ ସଂଖ୍ୟାରେ ଆମେରିକୀୟ ସୈନ୍ୟ ଉପସ୍ଥିତିକୁ ମଧ୍ୟ ମନେପକାଇ ଦେଇଛନ୍ତି ।  

ସେପଟେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ମଧ୍ୟ ନବନିର୍ବାଚିତ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଯୁଦ୍ଧବିରତି ନେଇ ଋଷ୍ ପ୍ରସ୍ତୁତ ଅଛି ବୋଲି କହିଛନ୍ତି । ଆମେରିକା-ଋଷ୍ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଏବଂ ଯୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଦୁଇ ଦେଶ ୟୁରୋପୀୟ ମହାଦ୍ବୀପରେ ଶାନ୍ତି ପ୍ରତିଷ୍ଠା ଦିଗରେ ଚର୍ଚ୍ଚା କରିଛନ୍ତି ।   

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ୍-ଋଷ୍ ଯୁଦ୍ଧ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏହି ବାବଦରେ କୌଣସି ବିବରଣୀ ଦେଇନଥିଲେ । ମିଡିଆ ରିପୋର୍ଟ ମୁତାବକ, ଟ୍ରମ୍ପ ନିଜସ୍ବ ଭାବେ ସଂକେତ ଦେଇଛନ୍ତି, ଯେ ସେ ଏଭଳି ଏକ ସୋଉଦାର ସମର୍ଥନ କରୁଛନ୍ତି, ଯେଉଁଥିରେ ଋଷ୍ କବଜା କରିଥିବା କିଛି ଅଞ୍ଚଳକୁ ନିଜ ପାଖରେ ରଖିବ । ଡ୍ରମ୍ପ ଏବଂ ପୁଟିନଙ୍କ ସହିତ ବିବାଦୀୟ ଜମି ମୁଦ୍ଦା ଉପରେ ମଧ୍ୟ ଆଲୋଚନା କରିଛନ୍ତି  ।