ଆସଲଙ୍କାଙ୍କ ବୋଲିଂ ଆଗରେ ଫେଲ୍ ମାରିଲା ବ୍ୟାଟିଂ ଅର୍ଡର, କୋହଲି-ରାହୁଲ-ଆୟର ସବୁ ଫ୍ଲପ୍

ନୂଆଦିଲ୍ଲୀ ୦୫/୦୮: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚାଲିଛି ଇଣ୍ଡିଆ- ଶ୍ରୀଲଙ୍କା ୩ଟି ମ୍ୟାଚ୍ ବିଶିଷ୍ଟ ODI ସିରିଜ । ରବିବାର ଖେଳାଯାଇଥିଲା ଦ୍ୱିତୀୟ ମ୍ୟାଚ । ତେବେ ଏହି ମ୍ୟାଚ୍‌ରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । କଲମ୍ବୋ ପ୍ରେମଦାସ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ଏହି ମ୍ୟାଚ୍ । ଯାହା ୩୨ ରନ୍‌ରେ ଜିତିଥିଲା ଶ୍ରୀଲଙ୍କା ।  ଯେତେବେଳେ କି ପ୍ରଥମ ମ୍ୟାଚ୍ ଏକ ଟାଇ ହୋଇଥିଲା । ଏଭଳି ପରିସ୍ଥିତିରେ ଆୟୋଜକ ଦଳ ଶ୍ରୀଲଙ୍କା ସିରିଜରେ ୧-୦ ଅଗ୍ରଣୀ ଅଛି । ବର୍ତ୍ତମାନ ତୃତୀୟ ତଥା ଶେଷ ODI ୭ ଅଗଷ୍ଟରେ ଖେଳାଯିବ । ଦ୍ୱିତୀୟ ଦିନିକିଆ ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୪୧ ରନ୍‌ର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଭାରତୀୟ ଦଳ ୪୨.୨ ଓଭରରେ ମାତ୍ର ୨୦୮ ରନ୍ ସ୍କୋର କରି ମ୍ୟାଚ୍ ହାରିଥିଲା । କ୍ୟାପଟେନ ରୋହିତ ଶର୍ମା ୨୯ ବଲରେ ୫୦ ସ୍କୋର କରିଥିଲେ । ଏହି ମ୍ୟାଚରେ ସେ ୪୪ ବଲରେ ୬୪ ରନ୍‌ରେ ସର୍ବାଧିକ ଇନିଂସ ସ୍କୋର କରିଥିଲେ । ଅକ୍ଷାର ପଟେଲ ୪୪ ରନ ଏବଂ ଶୁଭମନ ଗିଲ କରିଥିଲେ ୩୫ ରନ ସ୍କୋର । ଏମାନଙ୍କ ବ୍ୟତୀତ ବିରାଟ କୋହଲି (୧୪), ଶ୍ରେୟସ୍ ଆୟର (୭), କେ.ଏଲ୍ ରାହୁଲ (୦), ଶିବମ୍ ଦୁବେ (୦) ରନ୍ କରି ପାବିଲିୟନ ଫେରିଥିଲେ । ଲେଗ୍ ସ୍ପିନର ଜେଫ୍ରି ଓ୍ୱଣ୍ଡର୍ସେଙ୍କ ଫାଶରେ ପଡିଯାଇଥିଲେ ଗୋଟିେ ପରେ ଗୋଟିଏ କ୍ରିକେଟର । ଜେଫ୍ରି ୩୩ ରନ୍ ଦେଇ ୬ଟି  ୱିକେଟ୍ ନେଇଥିଲେ । ଅଧିନାୟକ

ଆସଲଙ୍କାଙ୍କ ବୋଲିଂ ଆଗରେ ଫେଲ୍ ମାରିଲା ବ୍ୟାଟିଂ ଅର୍ଡର, କୋହଲି-ରାହୁଲ-ଆୟର ସବୁ ଫ୍ଲପ୍

ନୂଆଦିଲ୍ଲୀ ୦୫/୦୮: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚାଲିଛି ଇଣ୍ଡିଆ- ଶ୍ରୀଲଙ୍କା ୩ଟି ମ୍ୟାଚ୍ ବିଶିଷ୍ଟ ODI ସିରିଜ । ରବିବାର ଖେଳାଯାଇଥିଲା ଦ୍ୱିତୀୟ ମ୍ୟାଚ । ତେବେ ଏହି ମ୍ୟାଚ୍‌ରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । କଲମ୍ବୋ ପ୍ରେମଦାସ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ଏହି ମ୍ୟାଚ୍ । ଯାହା ୩୨ ରନ୍‌ରେ ଜିତିଥିଲା ଶ୍ରୀଲଙ୍କା ।  ଯେତେବେଳେ କି ପ୍ରଥମ ମ୍ୟାଚ୍ ଏକ ଟାଇ ହୋଇଥିଲା । 

ଏଭଳି ପରିସ୍ଥିତିରେ ଆୟୋଜକ ଦଳ ଶ୍ରୀଲଙ୍କା ସିରିଜରେ ୧-୦ ଅଗ୍ରଣୀ ଅଛି । ବର୍ତ୍ତମାନ ତୃତୀୟ ତଥା ଶେଷ ODI ୭ ଅଗଷ୍ଟରେ ଖେଳାଯିବ । ଦ୍ୱିତୀୟ ଦିନିକିଆ ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୪୧ ରନ୍‌ର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଭାରତୀୟ ଦଳ ୪୨.୨ ଓଭରରେ ମାତ୍ର ୨୦୮ ରନ୍ ସ୍କୋର କରି ମ୍ୟାଚ୍ ହାରିଥିଲା । 

କ୍ୟାପଟେନ ରୋହିତ ଶର୍ମା ୨୯ ବଲରେ ୫୦ ସ୍କୋର କରିଥିଲେ । ଏହି ମ୍ୟାଚରେ ସେ ୪୪ ବଲରେ ୬୪ ରନ୍‌ରେ ସର୍ବାଧିକ ଇନିଂସ ସ୍କୋର କରିଥିଲେ । ଅକ୍ଷାର ପଟେଲ ୪୪ ରନ ଏବଂ ଶୁଭମନ ଗିଲ କରିଥିଲେ ୩୫ ରନ ସ୍କୋର । ଏମାନଙ୍କ ବ୍ୟତୀତ ବିରାଟ କୋହଲି (୧୪), ଶ୍ରେୟସ୍ ଆୟର (୭), କେ.ଏଲ୍ ରାହୁଲ (୦), ଶିବମ୍ ଦୁବେ (୦) ରନ୍ କରି ପାବିଲିୟନ ଫେରିଥିଲେ । 

ଲେଗ୍ ସ୍ପିନର ଜେଫ୍ରି ଓ୍ୱଣ୍ଡର୍ସେଙ୍କ ଫାଶରେ ପଡିଯାଇଥିଲେ ଗୋଟିେ ପରେ ଗୋଟିଏ କ୍ରିକେଟର । ଜେଫ୍ରି ୩୩ ରନ୍ ଦେଇ ୬ଟି  ୱିକେଟ୍ ନେଇଥିଲେ । ଅଧିନାୟକ ଚାରିଥ ଆସାଲଙ୍କା ୨୦ ରନ୍ ଦେଇ ନେଇଥିଲେ ୩ଟି ୱିକେଟ୍ । ରୋହିତ-ଗିଲ-ପଟେଲଙ୍କୁ ଛାଡିଦେଲେ ଆଉ ସବୁ ଖେଳାଳିଙ୍କ ବିଗିଡାଯାଇଥିଲା ଲାଇନ ଲନ୍ଥ । ଫ୍ଲପ୍ ମାରିଥିଲେ ସବୁ ଖେଳାଳି ।