ଆଜାନ ସମୟରେ ଦୋକାନରେ ହନୁମାନ ଚାଳିଶା ବଜାଇବାରୁ ଦୋକାନୀକୁ ନିସ୍ତୁକ ମାଡ଼

ବେଙ୍ଗାଲୁରୁ: ଦୋକାନରେ ହନୁମାନ ଚାଳିଶା ଲଗାଇବାରୁ ଦୋକାନୀକୁ ନିସ୍ତୁକ ମାଡ଼ ମରାଯାଇଛି। ଘଟଣା ଘଟିଛି କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ। ରବିବାର ସିଦ୍ଦାନ୍ନା ଅଞ୍ଚଳରେ ଜଣେ ଦୋକାନୀ ଆଜାନ ସମୟରେ ତାଙ୍କ ଦୋକାନରେ ହନୁମାନ ଚାଳିଶା ଲଗାଇଥିଲେ। ଏହାପରେ କିଛି ଯୁବକ ତାଙ୍କ ଦୋକାନ ଭିତରେ ପଶି ତାଙ୍କୁ ମାର୍‌ପିଟ୍ କରିଛନ୍ତି। ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।ଘଟଣାକୁ ନେଇ ଦୋକାନୀ କହିଛନ୍ତି “ମୁଁ ମୋ ଦୋକାନରେ ହନୁମାନ ଭଜନ ଲଗାଇଥିଲି। ଏହି ସମୟରେ ୪ରୁ ୫ ଜଣ ଲୋକ ଆସି ମୋତେ ଧମକାଇ ଥିଲେ। କହିଥିଲେ ଯେ ବର୍ତ୍ତମାନ ଆଜାନ ସମୟ। ଏହି ସମୟରେ ଯଦି ହନୁମାନ ଚାଳିଶା ଲଗାଇବ ତେବେ ମାଡ଼ ଖାଇବ ବୋଲି ସେମାନ ଧମକ ଦେଇଥିଲେ। ସେମାନେ ମୋତେ ମାରିଥିଲେ ଓ ଛୁରି ଭୁସି ଦେବେ ବୋଲି ଧମକାଇ ଥିଲେ।”ଏହି ମାର୍‌ପିଟ ସମୟରେ ଭଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ କିଛି ଲୋକ ଦୋକାନ ଭିତରେ ଫସି ଦୋକାନୀଙ୍କୁ ମରାପିଟା କରୁଥିବା ଦେଖାଯାଉଛି। ଦୋକାନୀର ମୁହଁରୁ ରକ୍ତ ବାହାରୁଥିବା ଭିଡିଓରେ ଦେଖିବାକୁ ମିଳିଛି।ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ ହେଲେ ସୁଲେମାନ, ଶାହନୱାଜ ରୋହିଥ, ଦାନିଶ ଏବଂ ତରୁଣା। ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ସେଣ୍ଟ୍ରାଲ୍ ଜେଲ୍ ଡିସିପି କହିଛନ୍ତି। ଯେୁଁ ଗ୍ରୁପ୍ ଦୋକାନୀକୁ ଆକ୍ରମଣ କଲେ ସେମାନଙ୍କ ମଧ୍ୟରେ ହିନ୍ଦୁ ଓ ମୁସଲିମ୍ ଥିଲେ। ତେଣୁ

ଆଜାନ ସମୟରେ ଦୋକାନରେ ହନୁମାନ ଚାଳିଶା ବଜାଇବାରୁ ଦୋକାନୀକୁ ନିସ୍ତୁକ ମାଡ଼

ବେଙ୍ଗାଲୁରୁ: ଦୋକାନରେ ହନୁମାନ ଚାଳିଶା ଲଗାଇବାରୁ ଦୋକାନୀକୁ ନିସ୍ତୁକ ମାଡ଼ ମରାଯାଇଛି। ଘଟଣା ଘଟିଛି କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ। ରବିବାର ସିଦ୍ଦାନ୍ନା ଅଞ୍ଚଳରେ ଜଣେ ଦୋକାନୀ ଆଜାନ ସମୟରେ ତାଙ୍କ ଦୋକାନରେ ହନୁମାନ ଚାଳିଶା ଲଗାଇଥିଲେ। ଏହାପରେ କିଛି ଯୁବକ ତାଙ୍କ ଦୋକାନ ଭିତରେ ପଶି ତାଙ୍କୁ ମାର୍‌ପିଟ୍ କରିଛନ୍ତି। ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।

ଘଟଣାକୁ ନେଇ ଦୋକାନୀ କହିଛନ୍ତି “ମୁଁ ମୋ ଦୋକାନରେ ହନୁମାନ ଭଜନ ଲଗାଇଥିଲି। ଏହି ସମୟରେ ୪ରୁ ୫ ଜଣ ଲୋକ ଆସି ମୋତେ ଧମକାଇ ଥିଲେ। କହିଥିଲେ ଯେ ବର୍ତ୍ତମାନ ଆଜାନ ସମୟ। ଏହି ସମୟରେ ଯଦି ହନୁମାନ ଚାଳିଶା ଲଗାଇବ ତେବେ ମାଡ଼ ଖାଇବ ବୋଲି ସେମାନ ଧମକ ଦେଇଥିଲେ। ସେମାନେ ମୋତେ ମାରିଥିଲେ ଓ ଛୁରି ଭୁସି ଦେବେ ବୋଲି ଧମକାଇ ଥିଲେ।”

ଏହି ମାର୍‌ପିଟ ସମୟରେ ଭଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ କିଛି ଲୋକ ଦୋକାନ ଭିତରେ ଫସି ଦୋକାନୀଙ୍କୁ ମରାପିଟା କରୁଥିବା ଦେଖାଯାଉଛି। ଦୋକାନୀର ମୁହଁରୁ ରକ୍ତ ବାହାରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ ହେଲେ ସୁଲେମାନ, ଶାହନୱାଜ ରୋହିଥ, ଦାନିଶ ଏବଂ ତରୁଣା। ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ସେଣ୍ଟ୍ରାଲ୍ ଜେଲ୍ ଡିସିପି କହିଛନ୍ତି। ଯେୁଁ ଗ୍ରୁପ୍ ଦୋକାନୀକୁ ଆକ୍ରମଣ କଲେ ସେମାନଙ୍କ ମଧ୍ୟରେ ହିନ୍ଦୁ ଓ ମୁସଲିମ୍ ଥିଲେ। ତେଣୁ ମାମଲାର ତଦନ୍ତ ଚାଲିଛି ବୋଲି ଡିସିପି ସୂଚନା ଦେଇଛନ୍ତି।