ବାତ୍ୟା ଆଶ୍ରୟ ସ୍ଥଳରେ ଥିଲେ: ହଠାତ ଦେହ ଅସୁସ୍ଥ ହେଲା, ଚାଲିଗଲା ଜୀବନ

ଭୁବନେଶ୍ୱର ୨୫/୧୦ ବାତ୍ୟା ଆଶ୍ରୟ ସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ। ରାଜନଗର ବାଙ୍କୁଆଳ ବାତ୍ୟାଆଶ୍ରୟ ସ୍ଥଳରେ ହେମାଳୀଲତା ନାମକ ଜଣେ ୮୦ ବର୍ଷ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ବାତ୍ୟା ଯୋଗୁଁ ତାଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ କୁ ନିଆ ଯାଇଥିଲା ସେଠାରେ ତାଙ୍କର ହଠାତ ଦେହ ଅସୁସ୍ଥ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଥାଉକି, ବାତ୍ୟା ପାଇଁ ରାଜ୍ୟର ୧୧ଟି ଜିଲ୍ଲାର ପ୍ରାୟ ୪ଲକ୍ଷ ୫୪ହଜାର ୮୦୦ ଲୋକ ପ୍ରଭାବିତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିଲା । ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟର ମୋଟ ୪ଲକ୍ଷ ୧୭ହଜାର ୬୨୬ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳରେ ରଖି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ମୋଟ ୭୨୮୪ଟି ଆଶ୍ରୟସ୍ଥଳୀ ଖୋଲାଯାଇଥିଲା ଓ ସେଥିରୁ ୫୨୦୯ଟି ଆଶ୍ରୟସ୍ଥଳୀ ପୂର୍ଣ୍ଣମାତ୍ରାରେ କାର୍ଯ୍ୟ କରୁଥିଲା । 

ବାତ୍ୟା ଆଶ୍ରୟ ସ୍ଥଳରେ ଥିଲେ: ହଠାତ ଦେହ ଅସୁସ୍ଥ ହେଲା, ଚାଲିଗଲା ଜୀବନ

ଭୁବନେଶ୍ୱର ୨୫/୧୦ ବାତ୍ୟା ଆଶ୍ରୟ ସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ। ରାଜନଗର ବାଙ୍କୁଆଳ ବାତ୍ୟାଆଶ୍ରୟ ସ୍ଥଳରେ ହେମାଳୀଲତା ନାମକ ଜଣେ ୮୦ ବର୍ଷ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ବାତ୍ୟା ଯୋଗୁଁ ତାଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ କୁ ନିଆ ଯାଇଥିଲା ସେଠାରେ ତାଙ୍କର ହଠାତ ଦେହ ଅସୁସ୍ଥ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । 

ସୂଚନା ଥାଉକି, ବାତ୍ୟା ପାଇଁ ରାଜ୍ୟର ୧୧ଟି ଜିଲ୍ଲାର ପ୍ରାୟ ୪ଲକ୍ଷ ୫୪ହଜାର ୮୦୦ ଲୋକ ପ୍ରଭାବିତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିଲା । ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟର ମୋଟ ୪ଲକ୍ଷ ୧୭ହଜାର ୬୨୬ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳରେ ରଖି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ମୋଟ ୭୨୮୪ଟି ଆଶ୍ରୟସ୍ଥଳୀ ଖୋଲାଯାଇଥିଲା ଓ ସେଥିରୁ ୫୨୦୯ଟି ଆଶ୍ରୟସ୍ଥଳୀ ପୂର୍ଣ୍ଣମାତ୍ରାରେ କାର୍ଯ୍ୟ କରୁଥିଲା ।