ରାଜଧାନୀ ଜଗିବେ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ, କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଗୁରୁବାର କଂଗ୍ରେସ ପକ୍ଷରୁ ବିଧାନସଭା ଏବଂ ଏହାର ଆଖପାଖ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିବେ। ଏମିତିରେ ସୁରକ୍ଷା ପ୍ରସ୍ତୁତି ଆରମ୍ଭ କରିଛି ଆରମ୍ଭ କମିଶନରେଟ ପୋଲିସ। ବୁଧବାର କମିଶନରେଟ୍ ପୋଲିସ୍ ପକ୍ଷରୁ ଏକ ଜରୁରକାଳୀନ ବୈଠକ ଡକାଯାଇଛି। ଏହି ବୈଠକରେ ପ୍ଲାଟୁନ କମାଣ୍ଡର, ଥାନା ଅଧିକାରୀ, ଏସିପି ଏବଂ ଆଡ଼ିସନାଲ୍ ଏସପି ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ବିକ୍ଷୋଭବେଳେ ସମସ୍ତ ଅଧିକାରୀଙ୍କୁ ଦିଆଯାଇଥିବା ଗୁରୁ ଦାୟିତ୍ବ ଉପରେ ଠିକ୍ ଭାବରେ ଯେପରି ତୁଲାଇବେ ତାହା ଉପରେ ଆଲୋକପାତ କରାଯାଇଛି। ବୈଠକ ପରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଗୁରୁବାର ରାଜଧାନୀରେ ଜଗିବେ ୮୦ ପ୍ଲାଟୁନ ପୋଲିସ ଫୋର୍ସ। ଯେଉଁଥିରେ ୧୦ ପ୍ଲାଟୁନ ମହିଳା ପୋଲିସ ରହିଛନ୍ତି । ଆଇନ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ। ଏଜି ଛକ, ଲୋକସେବା ଭବନ ଗେଟ୍‌, ବିଧାନସଭାର ୪ଟି ଗେଟ୍‌, ରବିନ୍ଦ୍ର ମଣ୍ଡପ ଛକ, ଆଇ ଆଣ୍ଡ ପିଆର ଛକ, ଲୋୟର ପିଏମଜି, ମାଷ୍ଟରକ୍ୟାଣ୍ଟିନରେ ପୋଲିସ ମୁତୟନ ରହିବେ।

ରାଜଧାନୀ ଜଗିବେ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ, କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଗୁରୁବାର କଂଗ୍ରେସ ପକ୍ଷରୁ ବିଧାନସଭା ଏବଂ ଏହାର ଆଖପାଖ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିବେ। ଏମିତିରେ ସୁରକ୍ଷା ପ୍ରସ୍ତୁତି ଆରମ୍ଭ କରିଛି ଆରମ୍ଭ କମିଶନରେଟ ପୋଲିସ। ବୁଧବାର କମିଶନରେଟ୍ ପୋଲିସ୍ ପକ୍ଷରୁ ଏକ ଜରୁରକାଳୀନ ବୈଠକ ଡକାଯାଇଛି। ଏହି ବୈଠକରେ ପ୍ଲାଟୁନ କମାଣ୍ଡର, ଥାନା ଅଧିକାରୀ, ଏସିପି ଏବଂ ଆଡ଼ିସନାଲ୍ ଏସପି ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ବିକ୍ଷୋଭବେଳେ ସମସ୍ତ ଅଧିକାରୀଙ୍କୁ ଦିଆଯାଇଥିବା ଗୁରୁ ଦାୟିତ୍ବ ଉପରେ ଠିକ୍ ଭାବରେ ଯେପରି ତୁଲାଇବେ ତାହା ଉପରେ ଆଲୋକପାତ କରାଯାଇଛି। 

ବୈଠକ ପରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଗୁରୁବାର ରାଜଧାନୀରେ ଜଗିବେ ୮୦ ପ୍ଲାଟୁନ ପୋଲିସ ଫୋର୍ସ। ଯେଉଁଥିରେ ୧୦ ପ୍ଲାଟୁନ ମହିଳା ପୋଲିସ ରହିଛନ୍ତି । ଆଇନ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ। ଏଜି ଛକ, ଲୋକସେବା ଭବନ ଗେଟ୍‌, ବିଧାନସଭାର ୪ଟି ଗେଟ୍‌, ରବିନ୍ଦ୍ର ମଣ୍ଡପ ଛକ, ଆଇ ଆଣ୍ଡ ପିଆର ଛକ, ଲୋୟର ପିଏମଜି, ମାଷ୍ଟରକ୍ୟାଣ୍ଟିନରେ ପୋଲିସ ମୁତୟନ ରହିବେ।