୨୪ ଘଣ୍ଟାରେ ୪ ଡିଗ୍ରୀ ବଢ଼ିବ ପାରଦ ! ତିନି ଦିନ ଯାଏଁ ତାତିରୁ ତ୍ରାହି ନାହିଁ

ଭୁବନେଶ୍ବର: ରାଜ୍ୟରେ ଆହୁରି କଲବଲ କରିବ ଖରା । ଆସନ୍ତା ୨୪ ଘଣ୍ଟା ଭିତରେ ବଢ଼ିବ ତାତି । ଦିନ ସମେତ ରାତ୍ରିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ପାର୍ କରିବ ପାରଦ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ୨୯ ତାରିଖରେ ତାତିର ତାଉ ରହିବ । ବିଶେଷ କରି ଝାରସୁଗୁଡ଼ା, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ୩୦ରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ରହିବ । ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୮.୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ୧୨ ଜିଲ୍ଲାରେ ୩୮ ଡିଗ୍ରୀ ପାର୍ କରିଛି ପାରଦ ।

୨୪ ଘଣ୍ଟାରେ ୪ ଡିଗ୍ରୀ ବଢ଼ିବ ପାରଦ ! ତିନି ଦିନ ଯାଏଁ ତାତିରୁ ତ୍ରାହି ନାହିଁ

ଭୁବନେଶ୍ବର: ରାଜ୍ୟରେ ଆହୁରି କଲବଲ କରିବ ଖରା । ଆସନ୍ତା ୨୪ ଘଣ୍ଟା ଭିତରେ ବଢ଼ିବ ତାତି । ଦିନ ସମେତ ରାତ୍ରିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ପାର୍ କରିବ ପାରଦ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ୨୯ ତାରିଖରେ ତାତିର ତାଉ ରହିବ । ବିଶେଷ କରି ଝାରସୁଗୁଡ଼ା, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ୩୦ରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ରହିବ । ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୮.୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ୧୨ ଜିଲ୍ଲାରେ ୩୮ ଡିଗ୍ରୀ ପାର୍ କରିଛି ପାରଦ ।