ମୌସୁମୀର ଦେଖା ଦର୍ଶନ ମିଳୁନି, ଜାରି ରହିବ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି
ଭୁବନେଶ୍ୱର ୧୪/୦୬: ରଜ ମଉଜରେ ବାଧା ଦେବ ତାତି ପ୍ରକୋପ । ଜାରି ରହିବ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି । ଗରମରେ ନାକେଦମ ହେବେ ଲୋକେ । ଦକ୍ଷିଣ ଓଡ଼ିଶାରେ କିଛି ପରିମାଣରେ ଆଶ୍ୱସ୍ତି ଆଣିପାରେ ଘଡ଼ଘଡ଼ି ସହ ବର୍ଷା । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି,ପଶ୍ଚିମ ଓଡ଼ିଶାରେ ୧୬ ଯାଏଁ, ଉତ୍ତର ଆଭ୍ୟନ୍ତରୀଣରେ ୧୭ ପର୍ଯ୍ୟନ୍ତ ଓ ଉପକୂଳରେ ୧୮ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିପାରେ । ୧୮ ତାରିଖ ପରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପାରଦ ୩୨ ଡିଗ୍ରୀରୁ କିଛି ଅଧିକ ରହିପାରେ । ଦକ୍ଷିଣ ଆଭ୍ୟନ୍ତରୀଣରେ ପାରଦ ୩୦ ଡିଗ୍ରୀ ତଳକୁ ଖସିପାରେ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରାକ ମୌସୁମୀ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଆଭ୍ୟନ୍ତରୀଣ ଓ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ଅଧିକ । ୧୮ରୁ ରାଜ୍ୟକୁ ଉତ୍ତର-ପଶ୍ଚିମା ପବନ ବଦଳରେ ଦକ୍ଷିଣ- ପଶ୍ଚିମରୁ ପବନ ବହିପାରେ । ୧୫ ତାରିଖରେ କୋରାପୁଟ, ୧୬ରେ ବଲାଙ୍ଗୀର ଓ ୧୯ରେ ବାଲେଶ୍ୱର ଓ ମୟୂରଭଞ୍ଜରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୧୬ରୁ ୧୮ ତାରିଖ ଭିତରେ ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା ଅଛି । ପ୍ରାଥମିକ ଭାବେ ଏହା ଦୁର୍ବଳ ରହିବ । କେନ୍ଦ୍ରାପଡ଼ାରୁ ପୁରୀ ଯାଏଁ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହେବ । ଦକ୍ଷିଣ ଆଭ୍ୟନ୍ତରୀଣରେ ସବୁଠାର
ଭୁବନେଶ୍ୱର ୧୪/୦୬: ରଜ ମଉଜରେ ବାଧା ଦେବ ତାତି ପ୍ରକୋପ । ଜାରି ରହିବ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି । ଗରମରେ ନାକେଦମ ହେବେ ଲୋକେ । ଦକ୍ଷିଣ ଓଡ଼ିଶାରେ କିଛି ପରିମାଣରେ ଆଶ୍ୱସ୍ତି ଆଣିପାରେ ଘଡ଼ଘଡ଼ି ସହ ବର୍ଷା । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି,ପଶ୍ଚିମ ଓଡ଼ିଶାରେ ୧୬ ଯାଏଁ, ଉତ୍ତର ଆଭ୍ୟନ୍ତରୀଣରେ ୧୭ ପର୍ଯ୍ୟନ୍ତ ଓ ଉପକୂଳରେ ୧୮ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିପାରେ ।
୧୮ ତାରିଖ ପରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପାରଦ ୩୨ ଡିଗ୍ରୀରୁ କିଛି ଅଧିକ ରହିପାରେ । ଦକ୍ଷିଣ ଆଭ୍ୟନ୍ତରୀଣରେ ପାରଦ ୩୦ ଡିଗ୍ରୀ ତଳକୁ ଖସିପାରେ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରାକ ମୌସୁମୀ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଆଭ୍ୟନ୍ତରୀଣ ଓ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ଅଧିକ ।
୧୮ରୁ ରାଜ୍ୟକୁ ଉତ୍ତର-ପଶ୍ଚିମା ପବନ ବଦଳରେ ଦକ୍ଷିଣ- ପଶ୍ଚିମରୁ ପବନ ବହିପାରେ । ୧୫ ତାରିଖରେ କୋରାପୁଟ, ୧୬ରେ ବଲାଙ୍ଗୀର ଓ ୧୯ରେ ବାଲେଶ୍ୱର ଓ ମୟୂରଭଞ୍ଜରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୧୬ରୁ ୧୮ ତାରିଖ ଭିତରେ ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା ଅଛି । ପ୍ରାଥମିକ ଭାବେ ଏହା ଦୁର୍ବଳ ରହିବ ।
କେନ୍ଦ୍ରାପଡ଼ାରୁ ପୁରୀ ଯାଏଁ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହେବ । ଦକ୍ଷିଣ ଆଭ୍ୟନ୍ତରୀଣରେ ସବୁଠାରୁ ଅଧିକ ବର୍ଷା ହେବ । ୨୨ରୁ ମୌସୁମୀ ଅଧିକ ସକ୍ରିୟ ହେବା ସହ ଚତୁର୍ଥ ସପ୍ତାହରେ ଭାରି ବର୍ଷା ହୋଇପାରେ । ୨୦ ତାରିଖ ପୂର୍ବରୁ ଖାଲ ଜମିରେ ଧାନ ସିଧା ବୁଣା, ମଧ୍ୟମ କିସମ ଜମିରେ ତଳି ଘେରା ଓ ଢିପ ଜମିରେ ଅଣଧାନ ଫସଲ ବୁଣାବୁଣି କରିବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି । ଗୁରୁବାର ରାଜ୍ୟରେ ଭୀଷଣ ଗରମ ଲାଗି ରହିଥିଲା ।
ରାଜ୍ୟର ୧୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା । ଝାରସୁଗୁଡ଼ାରେ ସର୍ବାଧିକ ୪୩.୪ ଡିଗ୍ରୀ, ନୂଆପଡ଼ାରେ ୪୩, ସମ୍ବଲପୁରରେ ୪୨.୮, ବୌଦ୍ଧରେ ୪୨, ବଲାଙ୍ଗୀରରେ ୪୨.୪, ହୀରାକୁଦରେ ୪୨.୧ ଡିଗ୍ରୀ ସେଲସିୟସ୍ ଥିଲା ତାପମାତ୍ରା ।
ଉପକୂଳ ଓଡ଼ିଶାର ବାଲେଶ୍ୱର ଓ ଭୁବନେଶ୍ୱର ୪୦.୨ ଡିଗ୍ରୀ ଛୁଇଁଥିବାବେଳେ ଆର୍ଦ୍ରତା ପରିମାଣ ୬୦-୭୦% ଥିଲା । ତେଣୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଉଥିଲା । ପାଣିପାଗ ବିଭାଗ କହିଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ଅଗ୍ରସର ହେବାକୁ ପାଗ ଏବେ ଅନୁକୂଳ ରହିଛି । ୩-୪ ଦିନ ଭିତରେ ମୌସୁମୀ ଆଗେଇବ ।
ହେଲେ ରାଜ୍ୟରେ ୧୬ ତାରିଖ ଯାଏଁ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ ବିଭିନ୍ନ ଜିଲ୍ଲାରେ । ଉପକୂଳରେ ଗରମ ଓ ଗୁଳୁଗୁଳି ନାକେଦମ କରିବ । ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର ଓ ବରଗଡ଼ରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ ।
ଯଦିଓ ଆସନ୍ତା ୧୬ ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ଲହରୀ ସ୍ଥିତି ରହିବନି, ତଥାପି ୧୭ ତାରିଖ ଯାଏଁ କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଯନ୍ତ୍ରଣା ଜାରି ରହିବ । ବର୍ତ୍ତମାନ ସବୁଦିନ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ଯେଉଁଠି କାଳବୈଶାଖୀ ହେବ, ସେଠାରେ ତାତି ପ୍ରକୋପ କମିବ ।