ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ
ନୂଆଦିଲ୍ଲୀ/ଇମ୍ଫାଲ,୧୧।୨: ମଣିପୁରରେ ଜାତିଆଣ ହିଂସା ଆରମ୍ଭ ହେବାର ପ୍ରାୟ ୨ ବର୍ଷ ପରେ ଗତ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଏନ୍. ବୀରେନ୍ ସିଂ ଇସ୍ତଫା ଦେଇଥିଲେ। ଇତିମଧ୍ୟରେ ୨ ଦିନ ବିତିଥିଲେ ମଧ୍ୟ ଭାଜପା କେନ୍ଦ୍ରୀୟ ନେତୃତ୍ୱ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିବାରେ ବିଫଳ ହୋଇଛି। ତେଣୁ ଏହି ହିଂସାପ୍ରବଣ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଭାଜପା ରାଷ୍ଟ୍ରପତି ଶାସନ ବିରୋଧୀ ହୋଇଥିବାରୁ ଏହାକୁ ଏଡ଼ାଇବା ପାଇଁ ଉଦ୍ୟମ […] The post ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ appeared first on Dharitri Odia News.
ନୂଆଦିଲ୍ଲୀ/ଇମ୍ଫାଲ,୧୧।୨: ମଣିପୁରରେ ଜାତିଆଣ ହିଂସା ଆରମ୍ଭ ହେବାର ପ୍ରାୟ ୨ ବର୍ଷ ପରେ ଗତ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଏନ୍. ବୀରେନ୍ ସିଂ ଇସ୍ତଫା ଦେଇଥିଲେ। ଇତିମଧ୍ୟରେ ୨ ଦିନ ବିତିଥିଲେ ମଧ୍ୟ ଭାଜପା କେନ୍ଦ୍ରୀୟ ନେତୃତ୍ୱ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିବାରେ ବିଫଳ ହୋଇଛି। ତେଣୁ ଏହି ହିଂସାପ୍ରବଣ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ତେବେ ଭାଜପା ରାଷ୍ଟ୍ରପତି ଶାସନ ବିରୋଧୀ ହୋଇଥିବାରୁ ଏହାକୁ ଏଡ଼ାଇବା ପାଇଁ ଉଦ୍ୟମ ଚଳାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସେଠାରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଶାସନ ଚାଲବା ସ୍ଥିତି ଏବେ ନାହିଁ ବୋଲି ରାଜ୍ୟପାଳଙ୍କ ରିପୋର୍ଟରୁ ରାଷ୍ଟ୍ରପତି ଯଦି ଅନୁଭବ କରନ୍ତି, ତେବେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବ।
ବୀରେନ୍ ସିଂଙ୍କ ଇସ୍ତଫା ପରେ ମଣିପୁରରେ ନେତୃତ୍ୱ ସଙ୍କଟ ଦେଖାଦେଇଥିବାବେଳେ ମଙ୍ଗଳବାର ଭାଜପାର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ପ୍ରଭାରୀ ସମ୍ବିତ ପାତ୍ର, ରାଜ୍ୟ ସଭାପତି ଏ. ସାରଦା ଦେବୀ ରାଜ୍ୟପାଳ ଅଜୟ କୁମାର ଭାଲ୍ଲାଙ୍କୁ ଭେଟି ଆଲୋଚନା କରିଛନ୍ତି। ତେବେ ଆଲୋଚନାର ନିଷ୍କର୍ଷ ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ୨୦୨୩ ମେ’ରୁ ମଣିପୁରରେ ମେଇତି ଏବଂ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ଜାତିଆଣି ସଂଘର୍ଷ ଲାଗି ରହିବାରୁ ଏଥିରେ ୨୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ହଜାର ଲୋକ ବାସହରା ହୋଇଥିଲେ।
The post ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ appeared first on Dharitri Odia News.