ନିଜ ଜୀବନକୁ ବାଜି ଲଗାଇ ବୁଡ଼ି ଯାଉଥିବା ଯୁବକଙ୍କୁ ପାଣିରୁ ଉଦ୍ଧାର କଲେ ଶିକ୍ଷକ

କୋରୁକୋଣ୍ଡା,୨ା୧୦(ଶିବଦତ୍ତ ସାହୁ): ଗଭୀର ଜଳରେ ବୁଡ଼ିଯାଉଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି ଜଣେ ଶିକ୍ଷକ। ଉଦ୍ଧାର ହୋଇଥିବା ଯୁବକ ହେଲେ କୋରୁକୋଣ୍ଡା ବ୍ଲକ ପୁରୁଣା ଚିମିଟାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ପୁରୁଣା କତାପାଲି ଗ୍ରାମର ମୁକା କବାସୀ। ବାଲିମେଳା ପୋଟେରୁ ଜଳସେଚନ ବିଭାଗ ସୋରଲୁକୋଣ୍ଡା ବ୍ୟାରେଜ ମଧ୍ୟକୁ ବାଲିମେଳା ପଟୁ ଯାଉଥିବା ଏଇ ବାଇକ୍‌ ଚାଳକ ମୁକା ଭାରସାମ୍ୟ ହରାଇ ବ୍ୟାରେଜର ଗଭୀର ଜଳରେ ପଡ଼ି ଯାଇଥିଲେ। ଏହି ସମୟରେ ସେହି ବାଟଦେଇ ସ୍କୁଲରୁ […] The post ନିଜ ଜୀବନକୁ ବାଜି ଲଗାଇ ବୁଡ଼ି ଯାଉଥିବା ଯୁବକଙ୍କୁ ପାଣିରୁ ଉଦ୍ଧାର କଲେ ଶିକ୍ଷକ appeared first on Dharitri Odia News.

ନିଜ ଜୀବନକୁ ବାଜି ଲଗାଇ ବୁଡ଼ି ଯାଉଥିବା ଯୁବକଙ୍କୁ ପାଣିରୁ ଉଦ୍ଧାର କଲେ ଶିକ୍ଷକ

କୋରୁକୋଣ୍ଡା,୨ା୧୦(ଶିବଦତ୍ତ ସାହୁ): ଗଭୀର ଜଳରେ ବୁଡ଼ିଯାଉଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି ଜଣେ ଶିକ୍ଷକ। ଉଦ୍ଧାର ହୋଇଥିବା ଯୁବକ ହେଲେ କୋରୁକୋଣ୍ଡା ବ୍ଲକ ପୁରୁଣା ଚିମିଟାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ପୁରୁଣା କତାପାଲି ଗ୍ରାମର ମୁକା କବାସୀ। ବାଲିମେଳା ପୋଟେରୁ ଜଳସେଚନ ବିଭାଗ ସୋରଲୁକୋଣ୍ଡା ବ୍ୟାରେଜ ମଧ୍ୟକୁ ବାଲିମେଳା ପଟୁ ଯାଉଥିବା ଏଇ ବାଇକ୍‌ ଚାଳକ ମୁକା ଭାରସାମ୍ୟ ହରାଇ ବ୍ୟାରେଜର ଗଭୀର ଜଳରେ ପଡ଼ି ଯାଇଥିଲେ। ଏହି ସମୟରେ ସେହି ବାଟଦେଇ ସ୍କୁଲରୁ ଫେରୁଥିବା ଶିକ୍ଷକ ଗଙ୍ଗା ମାଡକାମୀ ଯୁବକ ଜଣକ ପାଣିରେ ବୁଡି ଯାଉଥିବା ଦେଖି ଗଭୀର ଜଳକୁ ଡେଇଁ ଯୁବକଙ୍କୁ ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସ ଡକାଇ ବାଲିମେଳା ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଶିକ୍ଷକଙ୍କର ଏପରି ସାହସିକତାକୁ ସାଧାରଣରେ ପ୍ରଶଂସା କରାଯିିବା ସହ ଶିକ୍ଷକ ମାଡକାମୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

The post ନିଜ ଜୀବନକୁ ବାଜି ଲଗାଇ ବୁଡ଼ି ଯାଉଥିବା ଯୁବକଙ୍କୁ ପାଣିରୁ ଉଦ୍ଧାର କଲେ ଶିକ୍ଷକ appeared first on Dharitri Odia News.