ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି ମାଳଦ୍ୱୀପ
ମାଲେ,୨୨।୧୧: ମାଳଦ୍ୱୀପ ସରକାରଙ୍କ ଆଦେଶ ପୁଣି ଥରେ ସେଠାରେ କିଛି ଭାରତୀୟଙ୍କ ଚିନ୍ତା ବଢାଇ ଦେଇଛି। ଭାରତଠାରୁ ଉପହାରରେ ମିଳିଥିବା ଡୋର୍ନିଅର୍ ଏବଂ ହେଲିକପ୍ଟରକୁ ଉଡ଼ାଉଥିବା କର୍ମଚାରୀଙ୍କ ପରିଚୟ ସାର୍ବଜନୀନ ହେବାର ଆଶଙ୍କା ରହିଛି। ମାଳଦ୍ୱୀପର ସୂଚନା କମିଶନରଙ୍କ କାର୍ଯ୍ୟାଳୟ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛି ଯେ, ଉପହାରରେ ମିଳିଥିବା ବିମାନ ଚଳାଉଥିବା ଭାରତୀୟ ସୈନିକଙ୍କ ବଦଳରେ ସାଧାରଣ ନାଗରିକଙ୍କ ସବିଶେଷ ତଥ୍ୟ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ୨୦୨୪ ମେ ୧୦ରେ ମୁଇଜୁ […] The post ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି ମାଳଦ୍ୱୀପ appeared first on Dharitri Odia News.
ମାଲେ,୨୨।୧୧: ମାଳଦ୍ୱୀପ ସରକାରଙ୍କ ଆଦେଶ ପୁଣି ଥରେ ସେଠାରେ କିଛି ଭାରତୀୟଙ୍କ ଚିନ୍ତା ବଢାଇ ଦେଇଛି। ଭାରତଠାରୁ ଉପହାରରେ ମିଳିଥିବା ଡୋର୍ନିଅର୍ ଏବଂ ହେଲିକପ୍ଟରକୁ ଉଡ଼ାଉଥିବା କର୍ମଚାରୀଙ୍କ ପରିଚୟ ସାର୍ବଜନୀନ ହେବାର ଆଶଙ୍କା ରହିଛି। ମାଳଦ୍ୱୀପର ସୂଚନା କମିଶନରଙ୍କ କାର୍ଯ୍ୟାଳୟ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛି ଯେ, ଉପହାରରେ ମିଳିଥିବା ବିମାନ ଚଳାଉଥିବା ଭାରତୀୟ ସୈନିକଙ୍କ ବଦଳରେ ସାଧାରଣ ନାଗରିକଙ୍କ ସବିଶେଷ ତଥ୍ୟ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ୨୦୨୪ ମେ ୧୦ରେ ମୁଇଜୁ ସରକାର କହିଥିଲେ, ୭୬ ଜଣ ଭାରତୀୟ ସୈନିକଙ୍କୁ ମାଲଦ୍ୱୀପରୁ ପ୍ରତ୍ୟାହାର କରାଯାଇଛି। ସେମାନଙ୍କ ସ୍ଥାନରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ପ୍ରତିରକ୍ଷା କମ୍ପାନୀର ନାଗରିକ କର୍ମଚାରୀଙ୍କୁ ଏଠାରେ ରଖାଯାଇଛି। ଏହି କର୍ମଚାରୀମାନେ ଏହି ବିମାନକୁ ଅନେକ ଥର ଉଡ଼ାଇଛନ୍ତି। ଜୁଲାଇ ୨୬ରେ ସ୍ବାଧୀନତା ଦିବସ ପାଳନ ଅବସରରେ ମୁଇଜୁ କହିଥିଲେ, ଜଣେ ରୋଗୀଙ୍କୁ ଡର୍ନିୟର ବିମାନ ସାହାଯ୍ୟରେ କରାଯାଇଥିଲା, କିନ୍ତୁ ଡର୍ନିୟର ଏବଂ ଦୁଇଟି ଭାରତୀୟ ହେଲିକପ୍ଟର ଦ୍ୱାରା କରାଯାଇଥିବା ମୋଟ ଯାତ୍ରା ଜଣାପଡିନାହିଁ।
The post ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି ମାଳଦ୍ୱୀପ appeared first on Dharitri Odia News.