ଲାଞ୍ଜିଗଡ଼ ବ୍ଲକ: ମାଟ୍ରିକ ପରୀକ୍ଷା ଦେଲେ ୧୦୮୬ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼, ୨୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ କେନ୍ଦ୍ରରେ ଶୁକ୍ରବାର ୧୦୮୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିବାବେଳେ ୧୫ଜଣ ଅନୁପସ୍ଥିତ ଥିଲେ। ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୩୮ ଛାତ୍ରୀଛାତ୍ର, ଲାଞ୍ଜିଗଡ ଉଚ୍ଚ ବିଦ୍ୟାଳୟରେ ୧୪୯, ଲାଞ୍ଜିଗଡ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟରେ ୧୩୦, ଲାଞ୍ଜିଗଡ ରୋଡ ଉଚ୍ଚ ବିଦ୍ୟାଳୟରେ ୧୫୧, ଲାଖବାହାଲି ଉଚ୍ଚ ବିଦ୍ୟାଳୟରେ ୬୮, ବେନଗାଁ ଉଚ୍ଚ ବିଦ୍ୟାଳୟରେ ୧୨୯, ମଧୁପୁର ଉଚ୍ଚ ବିଦ୍ୟାଳୟରେ ୧୫୪ ଓ ଯୋଡ଼ାବନ୍ଧ ଉଚ୍ଚ […] The post ଲାଞ୍ଜିଗଡ଼ ବ୍ଲକ: ମାଟ୍ରିକ ପରୀକ୍ଷା ଦେଲେ ୧୦୮୬ ପରୀକ୍ଷାର୍ଥୀ appeared first on Dharitri Odia News.

ଲାଞ୍ଜିଗଡ଼ ବ୍ଲକ: ମାଟ୍ରିକ ପରୀକ୍ଷା ଦେଲେ ୧୦୮୬ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼, ୨୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ କେନ୍ଦ୍ରରେ ଶୁକ୍ରବାର ୧୦୮୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିବାବେଳେ ୧୫ଜଣ ଅନୁପସ୍ଥିତ ଥିଲେ। ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୩୮ ଛାତ୍ରୀଛାତ୍ର, ଲାଞ୍ଜିଗଡ ଉଚ୍ଚ ବିଦ୍ୟାଳୟରେ ୧୪୯, ଲାଞ୍ଜିଗଡ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟରେ ୧୩୦, ଲାଞ୍ଜିଗଡ ରୋଡ ଉଚ୍ଚ ବିଦ୍ୟାଳୟରେ ୧୫୧, ଲାଖବାହାଲି ଉଚ୍ଚ ବିଦ୍ୟାଳୟରେ ୬୮, ବେନଗାଁ ଉଚ୍ଚ ବିଦ୍ୟାଳୟରେ ୧୨୯, ମଧୁପୁର ଉଚ୍ଚ ବିଦ୍ୟାଳୟରେ ୧୫୪ ଓ ଯୋଡ଼ାବନ୍ଧ ଉଚ୍ଚ ବିଦ୍ୟାଳୟରେ ୧୮୨ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ଚୟନ ହୋଇଥିଲେ। ଶୁକ୍ରବାର ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ଥିବାବେଳେ ୧୧୦୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୮୬ ଜଣ ପରୀକ୍ଷା ଦେଇଥିଲେ। ନୋଡାଲ ସେଣ୍ଟର ଭାବେ ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଓ ନୋଡାଲ ଅଫିସର ଭାବେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ଏବଂ ଏବିଇଓ ସୁଢ଼ଳଦେବ ମୁଣ୍ଡ ଦାୟିତ୍ୱରେ ଅଛନ୍ତି।

The post ଲାଞ୍ଜିଗଡ଼ ବ୍ଲକ: ମାଟ୍ରିକ ପରୀକ୍ଷା ଦେଲେ ୧୦୮୬ ପରୀକ୍ଷାର୍ଥୀ appeared first on Dharitri Odia News.