ପୁଣି ଏକାଠି ହେବେ କି ଲଭବାର୍ଡ! ଅମୀରଙ୍କୁ ନେଇ କହିଲେ ପୂର୍ବତନ ସ୍ତ୍ରୀ କିରଣ, ‘ଆମ ସମ୍ପର୍କ ସଚ୍ଚୋଟ’

ମୁମ୍ବାଇ: କିରଣ ରାଓ ବର୍ତ୍ତମାନ ତାଙ୍କ ଫିଲ୍ମ ଲାପତା ଲେଡିଜ ପାଇଁ ଚର୍ଚ୍ଚାରେ ଅଛନ୍ତି। କିରଣଙ୍କ ସହ ଅମୀର ଖାନ ମଧ୍ୟ ଏହି ଫିଲ୍ମ ନିର୍ମାଣ କରିଛନ୍ତି। ଫିଲ୍ମର ଟ୍ରେଲରକୁ ଦର୍ଶକମାନେ ଖୁବ୍‌ ପସନ୍ଦ କରିଛନ୍ତି । ତେବେ ନିକଟରେ ଫିଲ୍ମ ପ୍ରମୋସନ ପାଇଁ ଆସିଥିବା କିରଣ ଏକ ସାକ୍ଷାତକାରରେ ତାଙ୍କ ପୂର୍ବତନ ସ୍ବାମୀ ଅମୀରଙ୍କ ବିଷୟରେ କହିଛନ୍ତି। ସାକ୍ଷାତକାରରେ ସେ କହିଛନ୍ତି, ବହୁତ ଲୋକ ମୋତେ ପଚାରନ୍ତି ଏକ୍ସ ସ୍ବାମୀ-ସ୍ତ୍ରୀ ହେବା ପରେ ଦୁହେଁ କିପରି […] The post ପୁଣି ଏକାଠି ହେବେ କି ଲଭବାର୍ଡ! ଅମୀରଙ୍କୁ ନେଇ କହିଲେ ପୂର୍ବତନ ସ୍ତ୍ରୀ କିରଣ, ‘ଆମ ସମ୍ପର୍କ ସଚ୍ଚୋଟ’ appeared first on Dharitri Odia News.

ପୁଣି ଏକାଠି ହେବେ କି ଲଭବାର୍ଡ! ଅମୀରଙ୍କୁ ନେଇ କହିଲେ ପୂର୍ବତନ ସ୍ତ୍ରୀ କିରଣ, ‘ଆମ ସମ୍ପର୍କ ସଚ୍ଚୋଟ’

ମୁମ୍ବାଇ: କିରଣ ରାଓ ବର୍ତ୍ତମାନ ତାଙ୍କ ଫିଲ୍ମ ଲାପତା ଲେଡିଜ ପାଇଁ ଚର୍ଚ୍ଚାରେ ଅଛନ୍ତି। କିରଣଙ୍କ ସହ ଅମୀର ଖାନ ମଧ୍ୟ ଏହି ଫିଲ୍ମ ନିର୍ମାଣ କରିଛନ୍ତି। ଫିଲ୍ମର ଟ୍ରେଲରକୁ ଦର୍ଶକମାନେ ଖୁବ୍‌ ପସନ୍ଦ କରିଛନ୍ତି । ତେବେ ନିକଟରେ ଫିଲ୍ମ ପ୍ରମୋସନ ପାଇଁ ଆସିଥିବା କିରଣ ଏକ ସାକ୍ଷାତକାରରେ ତାଙ୍କ ପୂର୍ବତନ ସ୍ବାମୀ ଅମୀରଙ୍କ ବିଷୟରେ କହିଛନ୍ତି।

ସାକ୍ଷାତକାରରେ ସେ କହିଛନ୍ତି, ବହୁତ ଲୋକ ମୋତେ ପଚାରନ୍ତି ଏକ୍ସ ସ୍ବାମୀ-ସ୍ତ୍ରୀ ହେବା ପରେ ଦୁହେଁ କିପରି ଭଲ ଜୀବନଯାପନ କରନ୍ତି? ଏସବୁ ସ୍ବାଭାବିକ କାରଣ ଆମେ ଏକାଠି କାମ କରିବା ଆରମ୍ଭ କରିଥିଲୁୁ। ଆମେ ପରସ୍ପରକୁ ବହୁତ ଭଲ ଭାବରେ ବୁଝୁ ଓ ଅନେକ ପ୍ରସଙ୍ଗରେ ମଧ୍ୟ ଆମର ସମାନ ମତ ରହିଥାଏ। କେବଳ ଏତିକି ନୁହେଁ ଆଜିଯାଏଁ ଆମ ମଧ୍ୟରେ କୌଣସି ମତଭେଦ ହୋଇ ନାହିଁ। ଆମ ଭିତରେ କୌଣସି ଝଗଡା ହୁଏ ନାହିଁ। ଆମ ସମ୍ପର୍କ ବହୁତ ସଚ୍ଚୋଟ ସମ୍ପର୍କ ଯାହା ଏତେଶୀଘ୍ର ଖରାପ ହେବ ନାହିଁ ।
କହିରଖୁଛୁ କି, ଅମୀର ୨୦୦୫ରେ କିରଣ ରାଓଙ୍କୁ ବିବାହ କରିଥିଲେ । ବିବାହର ୧୬ ବର୍ଷ ପରେ, ଦମ୍ପତି ୨୦୨୨ରେ ଅଲଗା ହୋଇଥିଲେ ।

The post ପୁଣି ଏକାଠି ହେବେ କି ଲଭବାର୍ଡ! ଅମୀରଙ୍କୁ ନେଇ କହିଲେ ପୂର୍ବତନ ସ୍ତ୍ରୀ କିରଣ, ‘ଆମ ସମ୍ପର୍କ ସଚ୍ଚୋଟ’ appeared first on Dharitri Odia News.