ଜମ୍ମୁ-କଶ୍ମୀରରେ ଲୋକ ସଭା ନିର୍ବାଚନ ସହ ହୋଇପାରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୯।୩: ଆନ୍ଧ୍ରପ୍ରଦେଶ, ଓଡ଼ିଶା, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ ତଥା ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ବିଶେଷ ସୂତ୍ରରୁ ପ୍ରକାଶ ଯେ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗ ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇଥିଲା। ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ସାରା ଦେଶରେ ସୁରକ୍ଷା ବାହିନୀ ନିୟୋଜନ ସମ୍ପର୍କରେ ଆୟୋଗ ଗୃହ ମନ୍ତ୍ରଣାଳୟର ଅଧିକାରୀ ତଥା ରେଳ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଗତ ବର୍ଷ ଡିସେମ୍ବରରେ ସୁପ୍ରିମକୋର୍ଟ […] The post ଜମ୍ମୁ-କଶ୍ମୀରରେ ଲୋକ ସଭା ନିର୍ବାଚନ ସହ ହୋଇପାରେ ବିଧାନସଭା ନିର୍ବାଚନ appeared first on Dharitri Odia News.

ଜମ୍ମୁ-କଶ୍ମୀରରେ ଲୋକ ସଭା ନିର୍ବାଚନ ସହ ହୋଇପାରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୯।୩: ଆନ୍ଧ୍ରପ୍ରଦେଶ, ଓଡ଼ିଶା, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ ତଥା ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ବିଶେଷ ସୂତ୍ରରୁ ପ୍ରକାଶ ଯେ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗ ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇଥିଲା। ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ସାରା ଦେଶରେ ସୁରକ୍ଷା ବାହିନୀ ନିୟୋଜନ ସମ୍ପର୍କରେ ଆୟୋଗ ଗୃହ ମନ୍ତ୍ରଣାଳୟର ଅଧିକାରୀ ତଥା ରେଳ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଗତ ବର୍ଷ ଡିସେମ୍ବରରେ ସୁପ୍ରିମକୋର୍ଟ ଚଳିତ ବର୍ଷ ସେପ୍ଟେମ୍ବର ୩୦ସୁଦ୍ଧା ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଚଳିତ ବର୍ଷ ଏପ୍ରିଲ-ମେ’ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସହିତ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ମଧ୍ୟ ହୋଇପାରିବ କି ନାହିଁ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ନାହିଁ।
ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭାର କାର୍ଯ୍ୟକାଳ ମଧ୍ୟ ଜୁନ ମାସରେ ଶେଷ ହେବ ଏବଂ ଲୋକ ସଭା ନିର୍ବାଚନ ସହିତ ଏହି ରାଜ୍ୟଗୁଡିକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଅରୁଣ ଗୋୟଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକ ଏପରି ଏକ ସମୟରେ ଘଟିଛି ଯେତେବେଳେ ନିର୍ବାଚନ ଆୟୋଗର ଏକ ଟିମ ଆସନ୍ତା ସପ୍ତାହରେ ଜମ୍ମୁ-କଶ୍ମୀର ଯାଇ ନିର୍ବାଚନ ପ୍ରସ୍ତୁତିର ଆକଳନ କରିବାକୁ ଯାଉଛନ୍ତି।

The post ଜମ୍ମୁ-କଶ୍ମୀରରେ ଲୋକ ସଭା ନିର୍ବାଚନ ସହ ହୋଇପାରେ ବିଧାନସଭା ନିର୍ବାଚନ appeared first on Dharitri Odia News.