ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର ହେବ: ବିଧାୟକ
ପାରଳାଖେମୁଣ୍ଡି,୨୬ା୨(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରର ୧୧ନଂ. ୱାର୍ଡର ସର୍ବ ପୁରାତନ ପୋଖରୀ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର ହେବ। ଅତୀତରେ ସହରର ବହୁ ଲୋକ ସେମାନଙ୍କ ନିତ୍ୟ ବ୍ୟବହାର ତଥା ଜିଲାର ମତ୍ସ୍ୟଜୀବୀ ମାଛ ଚାଷ ପାଇଁ ଏହି ପୋଖରୀ ଉପରେ ନିର୍ଭର କରି ଆସୁଥିଲେ। ସହରର ୫ଟି ୱାର୍ଡର ବାସିନ୍ଦା ଦୈନନ୍ଦିନ ଏହା ଉପରେ ନିର୍ଭର କରୁଥିଲେ। କିନ୍ତୁ ଗତ ଏକ ଦଶନ୍ଧିରୁ ଉଦ୍ଧର୍ବ ସମୟ ହେଲା ଉନ୍ନୟନ ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୋଖରୀ […] The post ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର ହେବ: ବିଧାୟକ appeared first on Dharitri Odia News.
ପାରଳାଖେମୁଣ୍ଡି,୨୬ା୨(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରର ୧୧ନଂ. ୱାର୍ଡର ସର୍ବ ପୁରାତନ ପୋଖରୀ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର ହେବ। ଅତୀତରେ ସହରର ବହୁ ଲୋକ ସେମାନଙ୍କ ନିତ୍ୟ ବ୍ୟବହାର ତଥା ଜିଲାର ମତ୍ସ୍ୟଜୀବୀ ମାଛ ଚାଷ ପାଇଁ ଏହି ପୋଖରୀ ଉପରେ ନିର୍ଭର କରି ଆସୁଥିଲେ। ସହରର ୫ଟି ୱାର୍ଡର ବାସିନ୍ଦା ଦୈନନ୍ଦିନ ଏହା ଉପରେ ନିର୍ଭର କରୁଥିଲେ। କିନ୍ତୁ ଗତ ଏକ ଦଶନ୍ଧିରୁ ଉଦ୍ଧର୍ବ ସମୟ ହେଲା ଉନ୍ନୟନ ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୋଖରୀ କାମ ଅଧାପନ୍ତରିଆ ଓ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ବର୍ତ୍ତମାନ ଏହି ପୋଖରୀ ଦଳ, ଘାସ ବୁଦା ଓ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି। ଏ ନେଇ ଅଞ୍ଚଳବାସୀ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଧାୟକ ବୁଧବାର ପଟ୍ଟନାୟକ ବନ୍ଧ ବୁଲି ଏହାର ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ଏହି ପୋଖରୀର ପୁନରୁଦ୍ଧାର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
The post ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର ହେବ: ବିଧାୟକ appeared first on Dharitri Odia News.