ଓଡ଼ିଶା ମାଟିର ଝିଅ କିମ୍ବା ପୁଅ ହେବେ ଭାଜପା ମୁଖ୍ୟମନ୍ତ୍ରୀ, ଖୋଲି କହିଦେଲେ ମୋଦି
କେନ୍ଦ୍ରାପଡ଼ା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କେନ୍ଦ୍ରାପଡ଼ାରେ ଆୟୋଜିତ ଏକ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶକୁ ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ଆଗାମୀ ୬ ମାସ ମଧ୍ୟରେ ବିଜେଡିରେ ବଡ଼ଧରଣର ବିସ୍ଫୋରଣ ହେବ। ଓଡ଼ିଶା ଏଥର ଡବଲ ଇଞ୍ଜିନ ସରକାର ଚାହୁଁଛି। ଓଡ଼ିଶା ମାଟିର ପୁଅ କିମ୍ବା ଝିଅ ଏଥର ଭାଜପାର ମୁଖ୍ୟମନ୍ତ୍ରୀ ହେବେ। ୪ ଜୁନ୍ ପରେ ଓଡ଼ିଶା ନୂଆ ସରକାର ଦେଖିବ। ୧୦ ଜୁନ୍ରେ ଭାଜପାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। […] The post ଓଡ଼ିଶା ମାଟିର ଝିଅ କିମ୍ବା ପୁଅ ହେବେ ଭାଜପା ମୁଖ୍ୟମନ୍ତ୍ରୀ, ଖୋଲି କହିଦେଲେ ମୋଦି appeared first on Dharitri Odia News.
କେନ୍ଦ୍ରାପଡ଼ା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କେନ୍ଦ୍ରାପଡ଼ାରେ ଆୟୋଜିତ ଏକ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶକୁ ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ଆଗାମୀ ୬ ମାସ ମଧ୍ୟରେ ବିଜେଡିରେ ବଡ଼ଧରଣର ବିସ୍ଫୋରଣ ହେବ। ଓଡ଼ିଶା ଏଥର ଡବଲ ଇଞ୍ଜିନ ସରକାର ଚାହୁଁଛି। ଓଡ଼ିଶା ମାଟିର ପୁଅ କିମ୍ବା ଝିଅ ଏଥର ଭାଜପାର ମୁଖ୍ୟମନ୍ତ୍ରୀ ହେବେ। ୪ ଜୁନ୍ ପରେ ଓଡ଼ିଶା ନୂଆ ସରକାର ଦେଖିବ। ୧୦ ଜୁନ୍ରେ ଭାଜପାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଯଦିଓ ପ୍ରଧାନମନ୍ତ୍ରୀ କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ତାଙ୍କ ନାଁ ନେଇ ନାହାନ୍ତି ତଥାପି ସୂଚେଇ ଦେଇ କହିଛନ୍ତି ଯେ, ଏଥର ଓଡ଼ିଶାର ଜଣେ ପୁଅ କିମ୍ବା ଝିଅ ଭାଜପା ମୁଖ୍ୟମନ୍ତ୍ରୀ ହେବେ। ମୋଦିଙ୍କ ଏହି କଥା ପରେ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଜୁନ୍ ୪ ପରେ ଏହା ଉପରୁ ପରଦା ହଟିବ ବୋଲି ରାଜ୍ୟବାସୀ ଆଶାବାଦୀ ଅଛନ୍ତି।
The post ଓଡ଼ିଶା ମାଟିର ଝିଅ କିମ୍ବା ପୁଅ ହେବେ ଭାଜପା ମୁଖ୍ୟମନ୍ତ୍ରୀ, ଖୋଲି କହିଦେଲେ ମୋଦି appeared first on Dharitri Odia News.