ଭାଜପା ସରକାର ଆସିଲେ ପ୍ରଥମେ ସାବାଡ୍ ହେବେ ଚିଟ୍ଫଣ୍ଡକାରୀ
ସୋରଡ଼ା,୧୫ା୫: ବୁଧବାର ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଜିଲାର ସୋରଡ଼ାଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହା। ସେ ତାଙ୍କ ଅଭିଭାଷଣରେ କହିଥିଲେ, ଭାଜପା ସରକାର ଆସିଲେ ପ୍ରଥମେ ଗରିବଙ୍କ ଚିଟ୍ଫଣ୍ଡ ଟଙ୍କା ଖାଇଥିବା ଲୋକଙ୍କୁ ସାବାଡ଼ କରାଯିବ। ୧୮ ମାସ ମଧ୍ୟରେ ସେଭଳି ଲୋକଙ୍କୁ ଓଲଟା ଲଟକାଇ ସିଧା କରାଯିବ। ଏଥିସହିତ ଶାହା ଆଉ କିଛି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, […] The post ଭାଜପା ସରକାର ଆସିଲେ ପ୍ରଥମେ ସାବାଡ୍ ହେବେ ଚିଟ୍ଫଣ୍ଡକାରୀ appeared first on Dharitri Odia News.
ସୋରଡ଼ା,୧୫ା୫: ବୁଧବାର ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଜିଲାର ସୋରଡ଼ାଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହା। ସେ ତାଙ୍କ ଅଭିଭାଷଣରେ କହିଥିଲେ, ଭାଜପା ସରକାର ଆସିଲେ ପ୍ରଥମେ ଗରିବଙ୍କ ଚିଟ୍ଫଣ୍ଡ ଟଙ୍କା ଖାଇଥିବା ଲୋକଙ୍କୁ ସାବାଡ଼ କରାଯିବ।
୧୮ ମାସ ମଧ୍ୟରେ ସେଭଳି ଲୋକଙ୍କୁ ଓଲଟା ଲଟକାଇ ସିଧା କରାଯିବ। ଏଥିସହିତ ଶାହା ଆଉ କିଛି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଭାଜପା ସରକାର ଆସିଲେ ବ୍ୟାପକ ଜଳସେଚନ ବ୍ୟବସ୍ଥା କରାଯିବ, ଆଖୁ ଚାଷୀଙ୍କୁ ସମୃଦ୍ଧ କରିବା ବ୍ୟବସ୍ଥା କରାଯିବ।
ଗଞ୍ଜାମ ନବୀନ ବାବୁଙ୍କ ଜିଲା ହେଲେ ଏଠାରେ ଗୋଟିଏ ବି କାରଖାନା ବସିନି
ଆମକୁ ଜିତାନ୍ତୁ, ଗଞ୍ଜାମକୁ ଦେଶର ନମ୍ବର ଓ୍ବାନ୍ ଜିଲା କରାଯିବ। ନବୀନ ବାବୁ ସରକାର ଚଳାଉଛନ୍ତି କି ପ୍ରଶ୍ନ କରିଥିଲେ ଶାହା। ଏଠାରେ ବାବୁମାନେ ସରକାର ଚଳାଉଛନ୍ତି। ଶାହା କହିଛନ୍ତି, ଯଦି ବାବୁଙ୍କୁ ଦେବାର ଥିଲା, ଓଡ଼ିଆ ବାବୁଙ୍କୁ ହେଲେ ଦେଇଥାନ୍ତେ
ନବୀନ ଓ୍ବାନ ନେଶନ, ଓ୍ବାନ୍ ରାଶନ କାର୍ଡ କରୁନାହାନ୍ତି। ରାଶନ ହଡ଼ପ କରିବା ଲକ୍ଷ୍ୟରେ ତାଙ୍କ ବାବୁମାନେ ଏହା ଲାଗୁ କରୁନାହାନ୍ତି ବୋଲି ଶାହା କହିଛନ୍ତି।
The post ଭାଜପା ସରକାର ଆସିଲେ ପ୍ରଥମେ ସାବାଡ୍ ହେବେ ଚିଟ୍ଫଣ୍ଡକାରୀ appeared first on Dharitri Odia News.