ଅବହେଳା ଯୋଗୁଁ ଭୌଗଳିକ ମାନଚିତ୍ରରୁ ବିଲୁପ୍ତ ହେବାକୁ ବସିଲାଣି ତାମ୍ପରା ହ୍ରଦ

ଗଞ୍ଜାମ: ସରକାରୀ ଜମିକୁ ଆନ୍ଧ୍ର ବ୍ୟବସାୟୀଙ୍କ ହଡ଼ପ। ପୋଖରୀ ପାଣିରେ ରାସାୟନିକ ସାର ଓ କେମିକାଲ ପ୍ରୟୋଗ। ପ୍ରଦୂଷିତ ସହ... The post ଅବହେଳା ଯୋଗୁଁ ଭୌଗଳିକ ମାନଚିତ୍ରରୁ ବିଲୁପ୍ତ ହେବାକୁ ବସିଲାଣି ତାମ୍ପରା ହ୍ରଦ appeared first on .

ଅବହେଳା ଯୋଗୁଁ ଭୌଗଳିକ ମାନଚିତ୍ରରୁ ବିଲୁପ୍ତ ହେବାକୁ ବସିଲାଣି ତାମ୍ପରା ହ୍ରଦ

ଗଞ୍ଜାମ: ସରକାରୀ ଜମିକୁ ଆନ୍ଧ୍ର ବ୍ୟବସାୟୀଙ୍କ ହଡ଼ପ। ପୋଖରୀ ପାଣିରେ ରାସାୟନିକ ସାର ଓ କେମିକାଲ ପ୍ରୟୋଗ। ପ୍ରଦୂଷିତ ସହ ବିଷାକ୍ତ ହେଉଛି ତାମ୍ପରା ଜଳାଶୟ ପାଣି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗୀ ପଞ୍ଚାୟତର କରାତଳି ଗାଁ ନିକଟରେ ଥିବା ତାମ୍ପରା ଜଳାଶୟକୁ ଆନ୍ଧ୍ର ମାଛ ବ୍ୟବସାୟୀ ହଡ଼ପ କରି ମାଛ ଚାଷ କରୁଛନ୍ତି । ଏହା ସହିତ ଉକ୍ତ ପୋଖରୀରେ ରାସାୟନିକ ସାର ଓ କେମିକାଲ ଦ୍ରବ୍ୟ ପ୍ରୟୋଗ କରାଯାଉଛି। ସେହି ପାଣି ତମ୍ପରା ହଦ୍ରକୁ ଯିବା ଦ୍ୱାରା ଜଳ ପ୍ରଦୂଷିତ ହେବା ସହ ବିଷାକ୍ତ ହେଉଛି। ଜନସାଧାରଣ ସେହି ପାଣିକୁ ବ୍ୟବହାର କରି ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଥିସହିତ ରାସାୟନିକ ପାଣି ଚାଷ ଜମିକୁ ଆସୁଥିବାରୁ ଫସଲ ମଧ୍ୟ ନଷ୍ଟ  ହେଉଛି। ହ୍ରଦର ମଧୁର ଜଳକୁ ବଡ଼ ବଡ଼ ପାଣି ମୋଟର ସାହାଯ୍ୟରେ ମାଛ ଚାଷ ପାଇଁ ତିଆରି କରିଥିବା ପୋଖରୀରେ ଭର୍ତ୍ତି କରୁଛନ୍ତି । ଆଉ ବେଆଇନ ଭାବେ ବିଶାକ୍ତ ଜଳକୁ ପୁଣି ତମ୍ପରା ହ୍ରଦକୁ ଛାଡ଼ିଦେଉଥିବା ଅଭିଯୋଗ ହୋଇଛି। ତୁରନ୍ତ ଆନ୍ଧ୍ର ମାଛ ବ୍ୟବସାୟୀଙ୍କୁ ସେଠାରୁ ଉଛେଦ କରିବା ସହ ତାମ୍ପରା ହ୍ରଦର ସୁରକ୍ଷା କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଛତ୍ରପୁର ଓ ଗଞ୍ଜାମ ବ୍ଲକର ପାଖାପାଖି ୧୦ରୁ ଅଧିକ ପଞ୍ଚାୟତବାସୀଙ୍କ ଲାଇଫ ଲାଇନ୍ ହେଉଛି କରାତଳି ତମ୍ପରା ହଦ୍ର। ଦିନଥିଲା ଏହି ଜଳ ଭଣ୍ଡାରରୁ ମତ୍ସ୍ୟଜୀବୀମାନେ ମାଛ ମାରି ନିଜ ପରିବାର ଲୋକଙ୍କ ମୁହଁରେ ଦାନ ଯୋଗାଉଥିଲେ। ଚାଷ ଜମିକୁ ଜଳ ସେଚନ କରୁଥିଲେ ଚାଷୀ। ହେଲେ ଆନ୍ଧ୍ର ମାଛ ମାଫିଆଙ୍କ ନଜର ପଡ଼ିବା ପରେ ଶ୍ରୀହୀନ ହୋଇପଡ଼ିଛି ତାମ୍ପରା ହ୍ରଦ। ଆନ୍ଧ୍ର ମାଫିଆମାନେ ତାମ୍ପରାର ଚତୁପାଶ୍ୱର୍ରେ ଥିବା ଜମିକୁ ଜବର ଦଖଲ କରିବା ଫଳରେ ଜଳସେଚନ ପଥ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି l ଅନେକ ଥର ପଞ୍ଚାୟତ ସମିତି ବୈଠକ, ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠାଯାଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତୁରନ୍ତ ତାମ୍ପରାକୁ ଆନ୍ଧ୍ର ଦଲାଲ କବଳରୁ ମୁକ୍ତ କରି ଜଳସେଚନ ପ୍ରଣାଳୀକୁ କ୍ରିୟାଶୀଳ କରିବାକୁ ଚାଷୀ ନେତାମାନେ ଦାବି କରିଛନ୍ତି । ନଚେତ ଆଗାମି ଦିନରେ ଜନସଧାରଣଙ୍କ ଦ୍ୱାରା ବ୍ୟାପକ ଆନ୍ଦୋଳନର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

 

 

The post ଅବହେଳା ଯୋଗୁଁ ଭୌଗଳିକ ମାନଚିତ୍ରରୁ ବିଲୁପ୍ତ ହେବାକୁ ବସିଲାଣି ତାମ୍ପରା ହ୍ରଦ appeared first on .