କ’ଣ ଏହି #clickhere ଟ୍ରେଣ୍ଡ? ଏକ୍ସ’ରେ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୧।୩: ବର୍ତ୍ତମାନ ସମୟ ବଦଳିଛି। ଏବେ ସୋସିଆଲ ମିଡିଆର ଯୁଗ। ଏଥିରେ, ଅନେକ ପ୍ରକାରର ଟ୍ରେଣ୍ଡ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି। ସେହିପରି ଗତକାଲି ଠାରୁ ଏକ୍ସ’ରେ ଏକ ଟ୍ରେଣ୍ଡ ଭାଇରାଲ ହେବାରେ ଲାଗିଛି। ଏକ୍ସ ଖୋଲୁ ଖେଶଲୁ ଆପଣ ନିଜର ଫଇଡ୍‌ ରେ ଏହି ସମ୍ପର୍କିତ ହଜାର ହଜାର ପୋଷ୍ଟ ଦେଖିପାରିବେ। ନେତା ହୁଅନ୍ତୁ କି ଅଭିନେତା କିମ୍ବା ସାଧାରଣ ଜନତା। ସମସ୍ତେ ଏହି ଟ୍ରେଣ୍ଡକୁ ଫଲୋ କରୁଛନ୍ତି। ଏକ୍ସରେ #clickhere ଟ୍ରେଣ୍ଡ ଭାଇରାଲ ହେବାରେ […] The post କ’ଣ ଏହି #clickhere ଟ୍ରେଣ୍ଡ? ଏକ୍ସ’ରେ ହେଉଛି ଭାଇରାଲ appeared first on Dharitri Odia News.

କ’ଣ ଏହି #clickhere ଟ୍ରେଣ୍ଡ? ଏକ୍ସ’ରେ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୧।୩: ବର୍ତ୍ତମାନ ସମୟ ବଦଳିଛି। ଏବେ ସୋସିଆଲ ମିଡିଆର ଯୁଗ। ଏଥିରେ, ଅନେକ ପ୍ରକାରର ଟ୍ରେଣ୍ଡ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି। ସେହିପରି ଗତକାଲି ଠାରୁ ଏକ୍ସ’ରେ ଏକ ଟ୍ରେଣ୍ଡ ଭାଇରାଲ ହେବାରେ ଲାଗିଛି। ଏକ୍ସ ଖୋଲୁ ଖେଶଲୁ ଆପଣ ନିଜର ଫଇଡ୍‌ ରେ ଏହି ସମ୍ପର୍କିତ ହଜାର ହଜାର ପୋଷ୍ଟ ଦେଖିପାରିବେ। ନେତା ହୁଅନ୍ତୁ କି ଅଭିନେତା କିମ୍ବା ସାଧାରଣ ଜନତା। ସମସ୍ତେ ଏହି ଟ୍ରେଣ୍ଡକୁ ଫଲୋ କରୁଛନ୍ତି।

ଏକ୍ସରେ #clickhere ଟ୍ରେଣ୍ଡ ଭାଇରାଲ ହେବାରେ ଲାଗିଛି। ଏହି ଫିଚରରେ ଆପଣ ଗୋଟିଏ ଫଷଟାରେ ଏକ ତୀର ଚିହ୍ନ କିମ୍ବା ଆରୋ ମାର୍କ ଦେଖିବାକୁ ପାଇ ପାରିବେ। ତୀର ଚିହ୍ନର ଶେଷରେ Alt ଲେଖାଯାଇଛି। Alt ଟେଷ୍ଟ ଫିଚରରେ ଆପଣ ୪୨୦ ଶବ୍ଦ ପର୍ଯ୍ୟନ୍ତ ଆପଣଙ୍କର ମତାମତ ଲେଖିପାରିବେ ଏବଂ ସେହି ଫଟୋ ଦ୍ୱାରା କୌଣସି ସମ୍ପର୍କରେ ବ୍ୟାଖ୍ୟା କରିପାରିବେ। କହିରଖୁଛୁ କି, ଏହି Alt text feature ୨୦୧୬ରେ ଏକ୍ସ’ରେ ଲଞ୍ଚ ହୋଇଥିଲା।

The post କ’ଣ ଏହି #clickhere ଟ୍ରେଣ୍ଡ? ଏକ୍ସ’ରେ ହେଉଛି ଭାଇରାଲ appeared first on Dharitri Odia News.