ନାବାଳିକାଙ୍କୁ ଅପହରଣ କରି ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ

ଗୋପାଳପୁର,୧୬ା୨(ନବୀନରାଜ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ରବିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସେ ହେଲେ ସୁରଳ ଗ୍ରାମ ବଡ଼ସାହିର ଚିତ୍ରସେନ ବେହେରା(୨୪)। ଗୋଳନ୍ଥରା ଥାନା ଅଞ୍ଚଳର ସମ୍ପୃକ୍ତା ନାବାଳିକାଙ୍କୁ ଚିତ୍ରସେନ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ୩ ତାରିଖରେ ଅପହରଣ କରି ଜିଲା ବାହାରକୁ ନେଇଯାଇଥିଲେ। ନାବାଳିକାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ […] The post ନାବାଳିକାଙ୍କୁ ଅପହରଣ କରି ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ appeared first on Dharitri Odia News.

ନାବାଳିକାଙ୍କୁ ଅପହରଣ କରି ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ

ଗୋପାଳପୁର,୧୬ା୨(ନବୀନରାଜ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ରବିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସେ ହେଲେ ସୁରଳ ଗ୍ରାମ ବଡ଼ସାହିର ଚିତ୍ରସେନ ବେହେରା(୨୪)।

ଗୋଳନ୍ଥରା ଥାନା ଅଞ୍ଚଳର ସମ୍ପୃକ୍ତା ନାବାଳିକାଙ୍କୁ ଚିତ୍ରସେନ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ୩ ତାରିଖରେ ଅପହରଣ କରି ଜିଲା ବାହାରକୁ ନେଇଯାଇଥିଲେ। ନାବାଳିକାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ. ୫୯/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଗୋଳନ୍ଥରା ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ପଚରାଉଚରା କରିଥିଲା। ତାଙ୍କୁ ଚିତ୍ରସେନ ବଳାତ୍କାର କରିଥିବା ନେଇ ନାବାଳିକା ଜଣକ କହିଛନ୍ତି। ପୋଲିସ ନାବାଳିକାଙ୍କ ବୟନକୁ ଆଧାର କରି ମାମଲା ପରିବତ୍ତର୍ର୍ନ କରି ବଳାତ୍କାର ମାମଲା ରୁଜୁ କରିଛି। ପୋଲିସ ନାବାଳିକା ଏବଂ ଚିତ୍ରସେନଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଡାକ୍ତରୀମାଇନା କରିଥିଲା। ରବିବାର ସଂନ୍ଧ୍ୟାରେ ଚିତ୍ରସେନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି l ବିଏନ୍‌ଏସ୍‌ଏସ୍‌ ୧୮୩ ଧାରା ଅନୁସାରେ ନାବାଳିକାଙ୍କ ସୋମବାର ବିଚାରପତିଙ୍କ ସମ୍ମୁଖରେ ବୟନ ରେକର୍ଡ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଗଗନ ବେହେରା କହିଛନ୍ତି।

The post ନାବାଳିକାଙ୍କୁ ଅପହରଣ କରି ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ appeared first on Dharitri Odia News.