ସଚିନ-କୁମ୍ବଲେଙ୍କଠୁ ନେଇ ଆକ୍ରମ-ଲିୟନ...ଅନେକ ରେକର୍ଡ ଭାଙ୍ଗିଲେ ଅଶ୍ଵିନ
ନୂଆଦିଲ୍ଲୀ: ରବିଚନ୍ଦ୍ରନ ଅଶ୍ଵିନ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ନିଜର ଜଲଓ୍ଵା ଦେଖାଇଛନ୍ତି। ସେ ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ ନିଜ ଛାପ ଛାଡ଼ିଛନ୍ତି। ଅଶ୍ଵିନ ଚେନ୍ନାଇ ଟେଷ୍ଟର ଦ୍ଵିତୀୟ ଇନିଂସରେ ୬ ଓ୍ଵିକେଟ୍ ନେବା ବ୍ୟତୀତ ଭାରତର ମୁସ୍କିଲ ସ୍ଥିତିରେ ୧୧୩ ରନର ଶତକୀୟ ଇନିଂସ ଖେଳିଥିଲେ। ଭାରତ ଚେନ୍ନାଇ ଟେଷ୍ଟରେ ୨୮୦ ରନର ଧମାକାଦାର ବିଜୟ ହାସଲ କରିଛି। ଉଭୟ ବୋଲିଂ ଏବଂ ବ୍ୟାଟିଂ ପାଇଁ ଅଶ୍ଵିନଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି। ନିଜର ଏହି ପ୍ରଦର୍ଶନ ଦମରେ ଅଶ୍ଵିନ ଟେଷ୍ଟ କ୍ରିକେଟ୍ର ଇତିହାସ ପୃଷ୍ଠା ବଦଳାଇ ଦେଇ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ଅଶ୍ଵିନ ୩୮ ବର୍ଷ ବୟସ ପରେ ଟେଷ୍ଟ ଶତକ ଏବଂ ୫ ଓ୍ଵିକେଟ୍ ନେବାରେ ଏକ ମାତ୍ର ଖେଳାଳି ହେବାର ରେକର୍ଡ କରିଛନ୍ତି। ସେ ଗୋଟିଏ ଭେନ୍ୟୁରେ ଗୋଟିଏ ଟେଷ୍ଟରେ ଦୁଇ ଥର ଶତକ ହାସଲ କରିବା ଓ ୫ ଓ୍ଵିକେଟ୍ ହାସଲ କରିବାରେ ପ୍ରଥମ କ୍ରିକେଟର। ଅଶ୍ଵିନ ଟେଷ୍ଟ କ୍ରିକେଟ୍ରେ ସବୁଠୁ ଅଧିକ ବୟସରେ ୫ ଓ୍ଵିକେଟ୍ ନେବାର ଉପଲବ୍ଧି ହାସଲ କରିଛନ୍ତି। ଏହି ରେକର୍ଡ ଭିନୁ ମଙ୍କଡଙ୍କ ନାଁରେ ଥିଲା। ମଙ୍କଡ ୩୭ ବର୍ଷ ଓ ୩୦୬ ଦିନ ବୟସରେ ଏହି କୀର୍ତ୍ତିମାନ ରଚିଥିଲେ। Also read: ଚେନ୍ନାଇ ବିଜୟ ପରେ କାନପୁର ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷିତଅଶ୍ଵିନ ମହାନ କ୍ରିକେଟ୍ର ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ଧ୍ଵସ୍ତ କରିଛନ୍ତି। ସେ ଟେଷ୍ଟରେ ଭ
ନୂଆଦିଲ୍ଲୀ: ରବିଚନ୍ଦ୍ରନ ଅଶ୍ଵିନ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ନିଜର ଜଲଓ୍ଵା ଦେଖାଇଛନ୍ତି। ସେ ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ ନିଜ ଛାପ ଛାଡ଼ିଛନ୍ତି। ଅଶ୍ଵିନ ଚେନ୍ନାଇ ଟେଷ୍ଟର ଦ୍ଵିତୀୟ ଇନିଂସରେ ୬ ଓ୍ଵିକେଟ୍ ନେବା ବ୍ୟତୀତ ଭାରତର ମୁସ୍କିଲ ସ୍ଥିତିରେ ୧୧୩ ରନର ଶତକୀୟ ଇନିଂସ ଖେଳିଥିଲେ। ଭାରତ ଚେନ୍ନାଇ ଟେଷ୍ଟରେ ୨୮୦ ରନର ଧମାକାଦାର ବିଜୟ ହାସଲ କରିଛି। ଉଭୟ ବୋଲିଂ ଏବଂ ବ୍ୟାଟିଂ ପାଇଁ ଅଶ୍ଵିନଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି। ନିଜର ଏହି ପ୍ରଦର୍ଶନ ଦମରେ ଅଶ୍ଵିନ ଟେଷ୍ଟ କ୍ରିକେଟ୍ର ଇତିହାସ ପୃଷ୍ଠା ବଦଳାଇ ଦେଇ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି।
ଅଶ୍ଵିନ ୩୮ ବର୍ଷ ବୟସ ପରେ ଟେଷ୍ଟ ଶତକ ଏବଂ ୫ ଓ୍ଵିକେଟ୍ ନେବାରେ ଏକ ମାତ୍ର ଖେଳାଳି ହେବାର ରେକର୍ଡ କରିଛନ୍ତି। ସେ ଗୋଟିଏ ଭେନ୍ୟୁରେ ଗୋଟିଏ ଟେଷ୍ଟରେ ଦୁଇ ଥର ଶତକ ହାସଲ କରିବା ଓ ୫ ଓ୍ଵିକେଟ୍ ହାସଲ କରିବାରେ ପ୍ରଥମ କ୍ରିକେଟର। ଅଶ୍ଵିନ ଟେଷ୍ଟ କ୍ରିକେଟ୍ରେ ସବୁଠୁ ଅଧିକ ବୟସରେ ୫ ଓ୍ଵିକେଟ୍ ନେବାର ଉପଲବ୍ଧି ହାସଲ କରିଛନ୍ତି। ଏହି ରେକର୍ଡ ଭିନୁ ମଙ୍କଡଙ୍କ ନାଁରେ ଥିଲା। ମଙ୍କଡ ୩୭ ବର୍ଷ ଓ ୩୦୬ ଦିନ ବୟସରେ ଏହି କୀର୍ତ୍ତିମାନ ରଚିଥିଲେ।
Also read: ଚେନ୍ନାଇ ବିଜୟ ପରେ କାନପୁର ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷିତ
ଅଶ୍ଵିନ ମହାନ କ୍ରିକେଟ୍ର ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ଧ୍ଵସ୍ତ କରିଛନ୍ତି। ସେ ଟେଷ୍ଟରେ ଭାରତ ପକ୍ଷରୁ ସର୍ବାଧିକ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଓ ପ୍ଲେୟାର ଅଫ୍ ଦ ସିରିଜ୍ ଆଓ୍ଵାର୍ଡ ଜିତିବାର ରେକର୍ଡ କରିଛନ୍ତି। ଅଶ୍ଵିନ ଏ ପର୍ଯ୍ୟନ୍ତ ଟେଷ୍ଟରେ ୨୦ ଆଓ୍ଵାର୍ଡ ଜିତିଛନ୍ତି। ଏଥିରେ ୧୦ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଓ ୧୦ ପ୍ଲେୟାର ଅଫ୍ ଦ ସିରିଜ ସାମିଲ। ସଚିନ ୧୦ ଆଓ୍ଵାର୍ଡ ଜିତିଥିଲେ। ତାଙ୍କ ପରେ ରାହୁଲ ଦ୍ରାବିଡ଼(୧୫), ଅନିଲ କୁମ୍ବଲେ(୧୪), ବୀରେନ୍ଦ୍ର ସେହ୍ଵାଗ(୧୩) ଓ ବିରାଟ କୋହଲି(୧୩)।
କୁମ୍ବଲେ-ଆକ୍ରମଙ୍କ ରେକର୍ଡ ଭାଙ୍ଗିଲା
ଅଶ୍ଵିନ ଭାରତ ପାଇଁ ଚତୁର୍ଥ ଇନିଂସରେ ସର୍ବାଧିକ ୯୯ ଓ୍ଵିକେଟ୍ ନେବାର ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ପୂର୍ବତନ ମହାନ ବୋଲର ଅନିଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଛନ୍ତି। କୁମ୍ବଲେ ଚତୁର୍ଥ ଇନିଂସରେ ୯୪ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ବିଶନ ସିଂ ବେଦୀ(୬୦) ତୃତୀୟ ନମ୍ବରରେ ରହିଛନ୍ତି। ଅଶ୍ଵିନ ଜିତିଥିବା ମ୍ୟାଚ୍ରେ ସର୍ବାଧିକ ଓ୍ଵିକେଟ୍ ନେବା ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ଜିତିଥିବା ମ୍ୟାଚ୍ରେ ଅଶ୍ଵିନ ଏ ପର୍ଯ୍ୟନ୍ତ ୫୩୮ ଓ୍ଵିକେଟ୍ ନେଇଛନ୍ତି। ସେ ପାକିସ୍ତାନର ପୂର୍ବତନ ମହାନ ଦ୍ରୁତ ବୋଲର ଓ୍ଵାସିମ ଆକ୍ରମ(୫୩୭)ଙ୍କୁ ପଛରେ ପକାଇଛନ୍ତି।
ଜିତିଥିବା ମ୍ୟାଚ୍ରେ ସର୍ବାଧିକ ଓ୍ଵିକେଟ୍
୮୧୬- ମୁଥେୟା ମୁରଲୀଧରଣ
୭୨୪- ଶେନ ଓ୍ଵାର୍ଣ୍ଣ
୭୧୭- ଗ୍ଲେନ ମ୍ୟାକଗ୍ରା
୫୬୭- ଜେମ୍ସ ଆଣ୍ଡରସନ
୫୩୮- ରବିଚନ୍ଦ୍ରନ ଅଶ୍ଵିନ
୫୩୭- ଓ୍ଵାସିମ ଆକ୍ରମ
୫୩୫- ବ୍ରେଟ ଲି
ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ଥର ୫ ଓ୍ଵିକେଟ୍ ନେଇଥିବା ବୋଲର
୬୭- ମୁରଲୀଧରଣ
୩୭- ରବିଚନ୍ଦ୍ରନ ଅଶ୍ଵିନ
୩୭- ଶେନ ଓ୍ଵର୍ଣ୍ଣ
୩୬- ରିଚାର୍ଡ ହେଡଲୀ
୩୫- ଅନିଲ କୁମ୍ବଲେ
୩୪- ରଙ୍ଗନା ହେରାଥ
୩୨- ଜେମ୍ସ ଆଣ୍ଡରସନ
ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଇନିଂସରେ ସର୍ବାଧିକ ଫାଇଫର
୧୨- ରଙ୍ଗନା ହେରାଥ(୪୦)
୭- ରବିଚନ୍ଦ୍ରନ ଅଶ୍ଵିନ(୩୫)
୭- ମୁଥେୟା ମୁରଲୀଧରଣ(୩୫)
୭- ଶେନ ଓ୍ଵର୍ଣ୍ଣ(୫୩)
୬- ନାଥନ ଲିୟନ(୫୭)