ବୁଧବାର ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ଗୋଟାଏରୁ ସାଧାରଣ ଦର୍ଶନ ବନ୍ଦ
ପୁରୀ ୧୮।୦୯ : ବୁଧବାର ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହେବ। ରାଜ୍ୟ ସରକାର ଏହାକୁ ଅନୁମୋଦନ କରିଛନ୍ତି। ଏଥିରେ ASI ଏବଂ ଶ୍ରୀମନ୍ଦିର ପ୍ରଶାସନର ୨୬ ଜଣିଆ ମିଳିତ ଟିମ୍ ସାମିଲ ହେବେ । ଏଥିସହିତ ରତ୍ନଭଣ୍ଡାର ମଧ୍ୟରେ ବୈଜ୍ଞାନିକ ସର୍ବେକ୍ଷଣ କରିବାକୁ ବିଭିନ୍ନ ଯନ୍ତ୍ରପାତି ନେବାକୁ ASI କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି। ତେବେ ପ୍ରଥମତଃ ଏହି ସର୍ବେକ୍ଷଣ ସମ୍ପର୍କିତ ଉତ୍ତୋଳନ ହେଉଥିବା ଚିତ୍ର କିମ୍ବା ଭିଡିଓ କେବଳ ବୈଜ୍ଞାନିକ ଅନୁସନ୍ଧାନ ସକାଶେ ବ୍ୟବହାର କରାଯିବ। ଏହା କୌଣସି ଗଣମାଧ୍ୟମ କିମ୍ବା ସୋସିଆଲ୍ ମିଡିଆରେ ପ୍ରସାରିତ ହେବ ନାହିଁ। ଦ୍ବିତୀୟତଃ ବୈଜ୍ଞାନିକ ଯନ୍ତ୍ରପାତି ନେବା ବା ବ୍ୟବହାର ସମୟରେ ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସମ୍ମାନ ପ୍ରଦାନ କରାଯିବାକୁ ସର୍ତ୍ତ ରଖାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ନିରୀକ୍ଷଣ ଅନୁଷ୍ଠିତ ହେବ। ତେଣୁ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଦିନ ୧ଟାରୁ ଏହି ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ପୁରୀ ୧୮।୦୯ : ବୁଧବାର ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହେବ। ରାଜ୍ୟ ସରକାର ଏହାକୁ ଅନୁମୋଦନ କରିଛନ୍ତି। ଏଥିରେ ASI ଏବଂ ଶ୍ରୀମନ୍ଦିର ପ୍ରଶାସନର ୨୬ ଜଣିଆ ମିଳିତ ଟିମ୍ ସାମିଲ ହେବେ । ଏଥିସହିତ ରତ୍ନଭଣ୍ଡାର ମଧ୍ୟରେ ବୈଜ୍ଞାନିକ ସର୍ବେକ୍ଷଣ କରିବାକୁ ବିଭିନ୍ନ ଯନ୍ତ୍ରପାତି ନେବାକୁ ASI କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି।
ତେବେ ପ୍ରଥମତଃ ଏହି ସର୍ବେକ୍ଷଣ ସମ୍ପର୍କିତ ଉତ୍ତୋଳନ ହେଉଥିବା ଚିତ୍ର କିମ୍ବା ଭିଡିଓ କେବଳ ବୈଜ୍ଞାନିକ ଅନୁସନ୍ଧାନ ସକାଶେ ବ୍ୟବହାର କରାଯିବ। ଏହା କୌଣସି ଗଣମାଧ୍ୟମ କିମ୍ବା ସୋସିଆଲ୍ ମିଡିଆରେ ପ୍ରସାରିତ ହେବ ନାହିଁ। ଦ୍ବିତୀୟତଃ ବୈଜ୍ଞାନିକ ଯନ୍ତ୍ରପାତି ନେବା ବା ବ୍ୟବହାର ସମୟରେ ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସମ୍ମାନ ପ୍ରଦାନ କରାଯିବାକୁ ସର୍ତ୍ତ ରଖାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ନିରୀକ୍ଷଣ ଅନୁଷ୍ଠିତ ହେବ। ତେଣୁ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଦିନ ୧ଟାରୁ ଏହି ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିପାରିବେ।
ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଂଗ୍ କୋଠରୀକୁ ସ୍ଥାନାନ୍ତରଣ ତଥା ଖାଲି ଆଲମିରା ଓ ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇ ସାରିଛି। ତାପରେ ଏ.ଏସ୍.ଆଇ କୁ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ। ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା। ଏହା ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ଏ.ଏସ୍.ଆଇ କୁ ଅନୁରୋଧ କରାଯାଇଥିଲା l ପୂର୍ଣାଂଗ ଅତ୍ଯାଧୁନିକ ତଥା ବୈଷୟିକ ଯାଂଚ ପରେ ଏ.ଏସ୍.ଆଇ ରତ୍ନ ଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଅବିଳମ୍ବେ ସାରିବାକୁ ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ ଅନୁରୋଧ କରିଛନ୍ତି।