ଆମେରିକା ବନାଗ୍ନି – ୨୭ ମୃତ, ୧୨୩୦୦ କୋଠା ନଷ୍ଟ
ଡେସ୍କ: ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡରେ ଏକ ସପ୍ତାହରୁ ଅଧିକ ସମୟ ମଧ୍ୟରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୨ ହଜାର ୩୦୦ରୁ ଅଧିକ କୋଠା ନଷ୍ଟ ହୋଇଯାଇଛି। ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ଲାଗିଥିବା ସବୁଠାରୁ ବଡ଼ ନିଆଁ ପାଲିସାଡେସ୍ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୩ ହଜାର ୭୧୩ ଏକର ଜମି ଜଳି ଯାଇଛି। କାଲିଫର୍ଣ୍ଣିଆ ବନ ଓ ଅଗ୍ନି ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜାନୁଆରି ୭ […]

ଡେସ୍କ: ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡରେ ଏକ ସପ୍ତାହରୁ ଅଧିକ ସମୟ ମଧ୍ୟରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୨ ହଜାର ୩୦୦ରୁ ଅଧିକ କୋଠା ନଷ୍ଟ ହୋଇଯାଇଛି। ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ଲାଗିଥିବା ସବୁଠାରୁ ବଡ଼ ନିଆଁ ପାଲିସାଡେସ୍ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୩ ହଜାର ୭୧୩ ଏକର ଜମି ଜଳି ଯାଇଛି।
କାଲିଫର୍ଣ୍ଣିଆ ବନ ଓ ଅଗ୍ନି ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜାନୁଆରି ୭ ତାରିଖରେ ଲାଗିଥିବା ନିଆଁ ୨୨% ଆୟତ୍ତ ହୋଇଛି। ଅନ୍ୟ ଏକ ବଡ଼ ଅଗ୍ନିକାଣ୍ଡ ଇଟନ୍ ଅଗ୍ନିକାଣ୍ଡ ଅଲଟାଡେନା ଓ ପାସାଡେନା ନିକଟରେ ଥିବା ୧୪ ହଜାର ୧୧୭ ଏକର ଜମି ଜାଳି ଯାଇଛି। ସେଠାରେ ଅଗ୍ନିକାଣ୍ଡ ୫୫% ଆୟତ୍ତ କରାଯାଇଛି।