ଶୁଖିଲା ତୁଳସୀ କାଠିର କରନ୍ତୁ ଏହି ଉପାୟ, ଧନ ଲାଭର ବନିଥାଏ ଯୋଗ

ନୂଆଦିଲ୍ଲୀ ୨୫।୧୦: ହିନ୍ଦୁ ଧର୍ମରେ ତୁଳସୀ ଗଛର ରହିଛି ବିଶେଷ ମହତ୍ବ । ଅନେକ ସମୟରେ ଶୁଖିଯାଏ ତୁଳସୀ ଗଛ । କିନ୍ତୁ ଏହି ଶୁଖିଲା କାଠ ଘର ପାଇଁ ଆଣିପାରେ ସୁଖସମୃଦ୍ଧି । ଜ୍ୟୋତିଷ ଶାସ୍ତ୍ରରେ ତୁଳସୀ ମାଟି, ତୁଳସୀ ମୂଳ, ତୁଳସୀ ପତ୍ର ଏବଂ ତୁଳସୀ କାଠି ଇତ୍ୟାଦି ସମସ୍ତଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ । ଯଦି ତୁଳସୀ ଗଛ ଶୁଖିଯାଏ, ତେବେ ତା’ର ଶୁଖିଲା କାଠର ଏକ ଛୋଟ ଖଣ୍ଡକୁ ହଳଦିଆ କପଡ଼ାରେ ବାନ୍ଧି ବେକରେ ପିନ୍ଧନ୍ତୁ । ଏପରି କରିବା ଦ୍ବାରା କୌଣସି ଖରାପ ନଜର ଲାଗିନଥାଏ । ଯଦି ସ୍ୱାମୀ ନିଜ ପତ୍ନୀଙ୍କ ବାମ ହାତରେ ଏବଂ ପତ୍ନୀ ସ୍ବାମୀଙ୍କ ଡାହାଣ ହାତରେ ଶୁଖିଲା ତୁଳସୀ କାଠି ବାନ୍ଧନ୍ତି ତେବେ ବୈବାହିକ ଜୀବନର ସମସ୍ୟା ଦୂର ହୋଇଥାଏ ଏବଂ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥାଏ ।ଶୁଖିଲା ତୁଳସୀ କାଠକୁ ଏକ ନାଲି କପଡ଼ାରେ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ । ଏପରି କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ  ଜୀବନରେ ଆର୍ଥିକ ଲାଭର ସମ୍ଭାବନା ଉପୁଜିଥାଏ । ଶୁଖିଲା ତୁଳସୀ କାଠକୁ ଗୁଣ୍ଡ କରି ଗଙ୍ଗା ଜଳରେ ମିଳାଇ ଘର ସାରା ଛିଞ୍ଚନ୍ତୁ । ଏପରି କରିବା ଦ୍ବାରା ଘରୁ ନକରାତ୍ମକର ଶକ୍ତି ଦୂରେଇଯାଏ । ତୁଳସୀ କାଠି ପାଖରେ ରଖିବା ଦ୍ବାରା କାମରେ ଆସୁଥିବା ପ୍ରତିବନ୍ଧକ ଦୂରେଇଯାଇଥାଏ । ଆଉ ସଫଳତା ମିଳିଥାଏ ।

ଶୁଖିଲା ତୁଳସୀ କାଠିର କରନ୍ତୁ ଏହି ଉପାୟ, ଧନ ଲାଭର ବନିଥାଏ ଯୋଗ

ନୂଆଦିଲ୍ଲୀ ୨୫।୧୦: ହିନ୍ଦୁ ଧର୍ମରେ ତୁଳସୀ ଗଛର ରହିଛି ବିଶେଷ ମହତ୍ବ । ଅନେକ ସମୟରେ ଶୁଖିଯାଏ ତୁଳସୀ ଗଛ । କିନ୍ତୁ ଏହି ଶୁଖିଲା କାଠ ଘର ପାଇଁ ଆଣିପାରେ ସୁଖସମୃଦ୍ଧି । ଜ୍ୟୋତିଷ ଶାସ୍ତ୍ରରେ ତୁଳସୀ ମାଟି, ତୁଳସୀ ମୂଳ, ତୁଳସୀ ପତ୍ର ଏବଂ ତୁଳସୀ କାଠି ଇତ୍ୟାଦି ସମସ୍ତଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ । 

ଯଦି ତୁଳସୀ ଗଛ ଶୁଖିଯାଏ, ତେବେ ତା’ର ଶୁଖିଲା କାଠର ଏକ ଛୋଟ ଖଣ୍ଡକୁ ହଳଦିଆ କପଡ଼ାରେ ବାନ୍ଧି ବେକରେ ପିନ୍ଧନ୍ତୁ । ଏପରି କରିବା ଦ୍ବାରା କୌଣସି ଖରାପ ନଜର ଲାଗିନଥାଏ । ଯଦି ସ୍ୱାମୀ ନିଜ ପତ୍ନୀଙ୍କ ବାମ ହାତରେ ଏବଂ ପତ୍ନୀ ସ୍ବାମୀଙ୍କ ଡାହାଣ ହାତରେ ଶୁଖିଲା ତୁଳସୀ କାଠି ବାନ୍ଧନ୍ତି ତେବେ ବୈବାହିକ ଜୀବନର ସମସ୍ୟା ଦୂର ହୋଇଥାଏ ଏବଂ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥାଏ ।

ଶୁଖିଲା ତୁଳସୀ କାଠକୁ ଏକ ନାଲି କପଡ଼ାରେ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ । ଏପରି କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ  ଜୀବନରେ ଆର୍ଥିକ ଲାଭର ସମ୍ଭାବନା ଉପୁଜିଥାଏ । 

ଶୁଖିଲା ତୁଳସୀ କାଠକୁ ଗୁଣ୍ଡ କରି ଗଙ୍ଗା ଜଳରେ ମିଳାଇ ଘର ସାରା ଛିଞ୍ଚନ୍ତୁ । ଏପରି କରିବା ଦ୍ବାରା ଘରୁ ନକରାତ୍ମକର ଶକ୍ତି ଦୂରେଇଯାଏ । ତୁଳସୀ କାଠି ପାଖରେ ରଖିବା ଦ୍ବାରା କାମରେ ଆସୁଥିବା ପ୍ରତିବନ୍ଧକ ଦୂରେଇଯାଇଥାଏ । ଆଉ ସଫଳତା ମିଳିଥାଏ ।