ବଢ଼ିଲା ପେଟିଏମ୍‌ର ଅସୁବିଧା, ସର୍ବନିମ୍ନ ସ୍ତରକୁ ଖସିଲା ୟୁପିଆଇରେ ମାର୍କେଟ ଶେୟାର

ନୂଆଦିଲ୍ଲୀ: ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପେଟିଏମ ପେମେଣ୍ଟସ ବ୍ୟାଙ୍କ୍‌ ଉପରେ ନିୟମ ଉଲ୍ଲଘଂନ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲା। ଯାହାର କମ୍ପାନି ଉପରେ ପଡ଼ିଛି ଗୁରୁତର ପ୍ରଭାବ। ଏବେ ପୁଣି କମ୍ପାନି ପାଇଁ ଅସୁବିଧା ବଢ଼ିଛି। ଯାହା ସ୍ପଷ୍ଟ ହେଉଛି ନିକଟରେ ଆସିଥିବା ତଥ୍ୟରୁ। ଜଣାପଡ଼ିଛି ଯେ, ୟୁପିଆଇ ମାର୍କେଟ‌ରେ ପେଟିଏମର ଶେୟାର ହ୍ରାସ ପାଇଛି। ଅର୍ଥାତ ଲୋକେ ୟୁପିଆଇ ଟ୍ରାଞ୍ଜାକ୍ସନ ପାଇଁ ପେଟିଏମକୁ ପୂର୍ବଭଳି ବ୍ୟବହାର କରୁନାହାଁନ୍ତି।ଭାରତୀୟ ନାସନାଲ ପେମେଣ୍ଟ୍ସ କର୍ପୋରେସନ (NPCI)ର ତଥ୍ୟ ଅନୁଯାୟୀ, ଫିନଟେକରେ ଏକଦା ଅଗ୍ରଣୀ କମ୍ପାନିଙ୍କ ମଧ୍ୟରୁ ଗୋଟିଏ ଥିବା ପେଟିଏମ ଏବଂ ଆପ୍‌ର ମୂଳ କମ୍ପାନି ଓ୍ବାନ୯୭ କମ୍ୟୁନିକେସନ ଲିମିଟେଡ (OCL)ର ୟୁପିଆଇରେ ମାର୍କେଟ ଶେୟାର ହ୍ରାସ ପାଇଛି। ଏହି ଶେୟାର ମାର୍ଚ୍ଚରେ ୯ ପ୍ରତିଶତକୁ ଖସିଛି। ଯାହା ଗତ ଚାରି ବର୍ଷରେ ସର୍ବନିମ୍ନ ସ୍ତର। ଆହୁରି ମଧ୍ୟ ପେଟିଏମର ମୋବାଇଲ ପେମେଣ୍ଟ ଆପ୍‌ର ମଧ୍ୟ ମାର୍କେଟ ଶେୟାର ୬.୭ ପ୍ରତିଶତ ହୋଇଛି। ଯାହା ଗତ ମର୍ଷ ତୁଳନାରେ ସର୍ବନିମ୍ନ।ସୂଚନାଥାଉକି, ଫେବ୍ରୁଆରୀରେ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ ଉପରେ ରିଜର୍ଭ ବ୍ୟାଙ୍କ୍‌ର କାର୍ଯ୍ୟାନୁଷ୍ଠାନ ସମୟରେ ଏହାର ମାର୍କେଟ ଶେୟାର ୧୧ ପ୍ରତିଶତ ରହିଥିଲା।ବଡ଼ କଥା ହେଉଛି ୨୦୨୦ ଏବଂ  ୨୦୨୧ ସମୟରେ ଟ୍ରାଞ୍ଜାକ୍ସନରେ ପେଟିଏମର ମାର୍କେଟ ଶେୟାର ପ୍ରାୟ ୧୧-୧୨ ପ୍ରତିଶତ

ବଢ଼ିଲା ପେଟିଏମ୍‌ର ଅସୁବିଧା, ସର୍ବନିମ୍ନ ସ୍ତରକୁ ଖସିଲା ୟୁପିଆଇରେ ମାର୍କେଟ ଶେୟାର

ନୂଆଦିଲ୍ଲୀ: ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପେଟିଏମ ପେମେଣ୍ଟସ ବ୍ୟାଙ୍କ୍‌ ଉପରେ ନିୟମ ଉଲ୍ଲଘଂନ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲା। ଯାହାର କମ୍ପାନି ଉପରେ ପଡ଼ିଛି ଗୁରୁତର ପ୍ରଭାବ। ଏବେ ପୁଣି କମ୍ପାନି ପାଇଁ ଅସୁବିଧା ବଢ଼ିଛି। ଯାହା ସ୍ପଷ୍ଟ ହେଉଛି ନିକଟରେ ଆସିଥିବା ତଥ୍ୟରୁ। ଜଣାପଡ଼ିଛି ଯେ, ୟୁପିଆଇ ମାର୍କେଟ‌ରେ ପେଟିଏମର ଶେୟାର ହ୍ରାସ ପାଇଛି। ଅର୍ଥାତ ଲୋକେ ୟୁପିଆଇ ଟ୍ରାଞ୍ଜାକ୍ସନ ପାଇଁ ପେଟିଏମକୁ ପୂର୍ବଭଳି ବ୍ୟବହାର କରୁନାହାଁନ୍ତି।

ଭାରତୀୟ ନାସନାଲ ପେମେଣ୍ଟ୍ସ କର୍ପୋରେସନ (NPCI)ର ତଥ୍ୟ ଅନୁଯାୟୀ, ଫିନଟେକରେ ଏକଦା ଅଗ୍ରଣୀ କମ୍ପାନିଙ୍କ ମଧ୍ୟରୁ ଗୋଟିଏ ଥିବା ପେଟିଏମ ଏବଂ ଆପ୍‌ର ମୂଳ କମ୍ପାନି ଓ୍ବାନ୯୭ କମ୍ୟୁନିକେସନ ଲିମିଟେଡ (OCL)ର ୟୁପିଆଇରେ ମାର୍କେଟ ଶେୟାର ହ୍ରାସ ପାଇଛି। ଏହି ଶେୟାର ମାର୍ଚ୍ଚରେ ୯ ପ୍ରତିଶତକୁ ଖସିଛି। ଯାହା ଗତ ଚାରି ବର୍ଷରେ ସର୍ବନିମ୍ନ ସ୍ତର। ଆହୁରି ମଧ୍ୟ ପେଟିଏମର ମୋବାଇଲ ପେମେଣ୍ଟ ଆପ୍‌ର ମଧ୍ୟ ମାର୍କେଟ ଶେୟାର ୬.୭ ପ୍ରତିଶତ ହୋଇଛି। ଯାହା ଗତ ମର୍ଷ ତୁଳନାରେ ସର୍ବନିମ୍ନ।

ସୂଚନାଥାଉକି, ଫେବ୍ରୁଆରୀରେ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ ଉପରେ ରିଜର୍ଭ ବ୍ୟାଙ୍କ୍‌ର କାର୍ଯ୍ୟାନୁଷ୍ଠାନ ସମୟରେ ଏହାର ମାର୍କେଟ ଶେୟାର ୧୧ ପ୍ରତିଶତ ରହିଥିଲା।ବଡ଼ କଥା ହେଉଛି ୨୦୨୦ ଏବଂ  ୨୦୨୧ ସମୟରେ ଟ୍ରାଞ୍ଜାକ୍ସନରେ ପେଟିଏମର ମାର୍କେଟ ଶେୟାର ପ୍ରାୟ ୧୧-୧୨ ପ୍ରତିଶତ ରହିଥିଲା। ଯାହା ୧୩ ପ୍ରତିଶତକୁ ବୃଦ୍ଧି ମଧ୍ୟ ହୋଇଥିଲା । ମାତ୍ର ଏବେ ଏହା କେବଳ ୯ ପ୍ରତିଶତ ରହିଛି। ୨୦୧୮ ଏବଂ ୨୦୧୯ ସମୟରେ କମ୍ପାନିର ୟୁପିଆଇରେ ପ୍ରାୟ ୪୦ ପ୍ରତିଶତ ଅଂଶଧନ ରହିଥିଲା।