ଆମେରିକାରେ ଭାରତୀୟ ଛାତ୍ରଙ୍କ ଅପହରଣ, ଟଙ୍କା ନଦେଲେ କିଡନୀ ବିକିଦେବାକୁ ଅପହରଣକାରୀଙ୍କ ଧମକ

ନୂଆଦିଲ୍ଲୀ: ଆମେରିକାର ରହି ପାଠ ପଢ଼ୁଥିବା ଅନେକ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ଏବେ ହାଇଦ୍ରାବାଦର ଜଣେ ଛାତ୍ରଙ୍କ ଅପହରଣ ମାମଲା ସାମ୍‌ନାକୁ ଆସିଛି।ଛାତ୍ର ଜଣକ ହେଉଛନ୍ତି ମହମ୍ମଦ ଅବଦୁଲ। ସେ କ୍ଲିଭଲାଣ୍ଡ୍ ବିଶ୍ବବିଦ୍ୟାଳୟରେ ଆଇଟିରେ ମାଷ୍ଟର୍ସ ପଢ଼ୁଥିଲେ। ଅବଦୁଲ ହାଇଦ୍ରାବାଦର ନାଚରାମର ବାସିନ୍ଦା। ତେବେ ନିଖୋଜ ଛାତ୍ରଙ୍କ ପରିବାର ଲୋକେ ଅପହରଣ ସୂଚନା ଦେଇଛନ୍ତି।ପରିବାରଲୋକେ କହିଛନ୍ତି ମହମ୍ମଦ ଅବଦୁଲ ମାର୍ଚ୍ଚ ୭ରୁ ନିଖୋଜ ଅଛନ୍ତି ଏବଂ ଏବେ ଅପହରଣକାରୀ ଫୋନ୍‌ରେ ଟଙ୍କା ମାଗୁଛନ୍ତି।ଅବଦୁଲଙ୍କ ବାପା ମହମ୍ମଦ ସଲୀମ କହିଛନ୍ତି ଯେ, ପୁଅ ସହ ଶେଷ ଥର ମାର୍ଚ୍ଚ ୭ରେ ଫୋନ୍‌ରେ କଥା ହୋଇଥିଲେ। ଏହା ପରଠାରୁ ଅବ୍‌ଦୁଲଙ୍କ ସହ କୌଣସି ଯୋଗାଯୋଗ ହୋଇନାହିଁ। ଆଉ ମାର୍ଚ୍ଚ ୧୯ରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଫୋନ୍‌ କରି ଟଙ୍କା ମାଗିଥିଲେ।ଫୋନ୍‌ କରିବା ବ୍ୟକ୍ତି ଅପହରଣ କରିଥିବା କହିବା ସହ ବଦଳରେ ୧୨୦୦ ଆମେରିକୀୟ ଡଲାର ମାଗିଥିଲେ। ଏତିକି ନୁହେଁ ଟଙ୍କା ନଦେଲେ ଅବଦୁଲଙ୍କ କିଡନୀ ବିକ୍ରି କରିଦେବେ ବୋଲି କହିଛନ୍ତି।ସେହିଭଳି ଆମେରିକାରେ ଅବଦୁଲଙ୍କ ସହଯୋଗୀ କ୍ଲୀଭଲାଣ୍ଡ୍‌ ପୋଲିସ୍‌ରେ ନିଖୋଜ ରିପୋର୍ଟ ରୁଜୁ କରିଛନ୍ତି। ସେପଟେ ଭାରତରେ ଅବଦୁଲଙ୍କ ପରିବାର ଲୋକେ ପୁଅର ଖୋଜ ଏବଂ ତାଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ

ଆମେରିକାରେ ଭାରତୀୟ ଛାତ୍ରଙ୍କ ଅପହରଣ, ଟଙ୍କା ନଦେଲେ କିଡନୀ ବିକିଦେବାକୁ ଅପହରଣକାରୀଙ୍କ ଧମକ

ନୂଆଦିଲ୍ଲୀ: ଆମେରିକାର ରହି ପାଠ ପଢ଼ୁଥିବା ଅନେକ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ଏବେ ହାଇଦ୍ରାବାଦର ଜଣେ ଛାତ୍ରଙ୍କ ଅପହରଣ ମାମଲା ସାମ୍‌ନାକୁ ଆସିଛି।ଛାତ୍ର ଜଣକ ହେଉଛନ୍ତି ମହମ୍ମଦ ଅବଦୁଲ। ସେ କ୍ଲିଭଲାଣ୍ଡ୍ ବିଶ୍ବବିଦ୍ୟାଳୟରେ ଆଇଟିରେ ମାଷ୍ଟର୍ସ ପଢ଼ୁଥିଲେ। ଅବଦୁଲ ହାଇଦ୍ରାବାଦର ନାଚରାମର ବାସିନ୍ଦା। ତେବେ ନିଖୋଜ ଛାତ୍ରଙ୍କ ପରିବାର ଲୋକେ ଅପହରଣ ସୂଚନା ଦେଇଛନ୍ତି।ପରିବାରଲୋକେ କହିଛନ୍ତି ମହମ୍ମଦ ଅବଦୁଲ ମାର୍ଚ୍ଚ ୭ରୁ ନିଖୋଜ ଅଛନ୍ତି ଏବଂ ଏବେ ଅପହରଣକାରୀ ଫୋନ୍‌ରେ ଟଙ୍କା ମାଗୁଛନ୍ତି।

ଅବଦୁଲଙ୍କ ବାପା ମହମ୍ମଦ ସଲୀମ କହିଛନ୍ତି ଯେ, ପୁଅ ସହ ଶେଷ ଥର ମାର୍ଚ୍ଚ ୭ରେ ଫୋନ୍‌ରେ କଥା ହୋଇଥିଲେ। ଏହା ପରଠାରୁ ଅବ୍‌ଦୁଲଙ୍କ ସହ କୌଣସି ଯୋଗାଯୋଗ ହୋଇନାହିଁ। ଆଉ ମାର୍ଚ୍ଚ ୧୯ରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଫୋନ୍‌ କରି ଟଙ୍କା ମାଗିଥିଲେ।ଫୋନ୍‌ କରିବା ବ୍ୟକ୍ତି ଅପହରଣ କରିଥିବା କହିବା ସହ ବଦଳରେ ୧୨୦୦ ଆମେରିକୀୟ ଡଲାର ମାଗିଥିଲେ। ଏତିକି ନୁହେଁ ଟଙ୍କା ନଦେଲେ ଅବଦୁଲଙ୍କ କିଡନୀ ବିକ୍ରି କରିଦେବେ ବୋଲି କହିଛନ୍ତି।ସେହିଭଳି ଆମେରିକାରେ ଅବଦୁଲଙ୍କ ସହଯୋଗୀ କ୍ଲୀଭଲାଣ୍ଡ୍‌ ପୋଲିସ୍‌ରେ ନିଖୋଜ ରିପୋର୍ଟ ରୁଜୁ କରିଛନ୍ତି। 

ସେପଟେ ଭାରତରେ ଅବଦୁଲଙ୍କ ପରିବାର ଲୋକେ ପୁଅର ଖୋଜ ଏବଂ ତାଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ଏଥିରେ ସେ ନିଜ ପୁଅର ଖୋଜ ଏବଂ ତାଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।