ଜିଲା ପ୍ରଶାସନର ତତ୍ପରତା: ଲୋକଙ୍କ ସମସ୍ୟା ହେବ ଦୂର

ଥୁଆମୂଳ ରାମପୁର,୨୨।୫(ଦୁର୍ଗା କୀର୍ତ୍ତି):ଥୁଆମୁଳ ରାମପୁର ବ୍ଲକ ଓ କାଶିପୁର ବ୍ଲକ ସୀମାନ୍ତରେ ଥିବା ବଫଲା ମାଳି ଖଣି ଖନନ ପାଇଁ ସରକାରଙ୍କ ତରଫରୁ ଉତ୍କଳ ଆଲୁମିନା କମ୍ପାନୀକୁ ଅନୁମତି ମିଳିବା ପରେ କମ୍ପାନୀ ପକ୍ଷରୁ ୨୦୦୭ ମସିହାରେ ଯେଉଁ ସବୁ ଫେରି ଫେରି ଡେଭଲପମେଣ୍ଟ କରିବି ବୋଲି ପ୍ରତିଶ୍ରୁତି ଦେଇ ଘୋଷଣା କରାଯାଇଥିଲା। ଖଣିପ୍ରଭାବିତ ଅଞ୍ଚଳର ବିକାଶ କ୍ଷେତ୍ରରେ ଉନ୍ନତି ହେବ ବୋଲି ଜାଣିବା ପରେ ମାଳିଗାଁ, ଗୋପିନାଥପୁର, ଅଡ୍ରି ଗ୍ରାମପଞ୍ଚାୟତ ଅଧିନରେ ଥିବା ସମସ୍ତ ଅଧିବାସୀ […] The post ଜିଲା ପ୍ରଶାସନର ତତ୍ପରତା: ଲୋକଙ୍କ ସମସ୍ୟା ହେବ ଦୂର appeared first on Dharitri Odia News.

ଜିଲା ପ୍ରଶାସନର ତତ୍ପରତା: ଲୋକଙ୍କ ସମସ୍ୟା ହେବ ଦୂର

ଥୁଆମୂଳ ରାମପୁର,୨୨।୫(ଦୁର୍ଗା କୀର୍ତ୍ତି):ଥୁଆମୁଳ ରାମପୁର ବ୍ଲକ ଓ କାଶିପୁର ବ୍ଲକ ସୀମାନ୍ତରେ ଥିବା ବଫଲା ମାଳି ଖଣି ଖନନ ପାଇଁ ସରକାରଙ୍କ ତରଫରୁ ଉତ୍କଳ ଆଲୁମିନା କମ୍ପାନୀକୁ ଅନୁମତି ମିଳିବା ପରେ କମ୍ପାନୀ ପକ୍ଷରୁ ୨୦୦୭ ମସିହାରେ ଯେଉଁ ସବୁ ଫେରି ଫେରି ଡେଭଲପମେଣ୍ଟ କରିବି ବୋଲି ପ୍ରତିଶ୍ରୁତି ଦେଇ ଘୋଷଣା କରାଯାଇଥିଲା। ଖଣିପ୍ରଭାବିତ ଅଞ୍ଚଳର ବିକାଶ କ୍ଷେତ୍ରରେ ଉନ୍ନତି ହେବ ବୋଲି ଜାଣିବା ପରେ ମାଳିଗାଁ, ଗୋପିନାଥପୁର, ଅଡ୍ରି ଗ୍ରାମପଞ୍ଚାୟତ ଅଧିନରେ ଥିବା ସମସ୍ତ ଅଧିବାସୀ ଅଞ୍ଚଳର ବିକାଶ କ୍ଷେତ୍ରରେ କମ୍ପାନୀ ଅଧିକ ପ୍ରାଧାନ୍ୟ ଦେବ ଏ ଆଶା ନେଇ ଚାହିଁବସିଥିଲେ। କିନ୍ତୁ ଆଜିକୁ ଦୀର୍ଘ ବର୍ଷ ବିତିଗଲା ହେଲେ ଆଖିଦୃଶିଆ କିଛି ଭଲ କାମ ହେଲା ନାହିଁ କିମ୍ବା ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ମଧ୍ୟ ମିଳିଲା ନାହିଁ। ଏହାକୁ ନେଇ ଖଣିପ୍ରଭାବିତ ଅଞ୍ଚଳର ଲୋକେ ପ୍ରତିବାଦ କଲେ ପୋଲିସ ଦ୍ବାରା କେତେକ ଯୁବକଙ୍କୁ ଜେଲ ମଧ୍ୟ ପଠାଇଛି। ବିଭିନ୍ନ ସମୟରେ ଲୋକଙ୍କୁ ନାନାପ୍ରକାରର ଅସୁବିଧା କରୁଥିବା ଯୋଗୁ ସ୍ଥାନୀୟ ବାସିନ୍ଦା ଜିଲା ପ୍ରଶାସନ ପାଖରେ ଗୁହାରି ଜଣାଇ ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ସଭାଗୃହା ଠାରେ ଖଣିପ୍ରଭାବିତ ଅଞ୍ଚଳ ବାସିନ୍ଦା ଓ ଜିଲା ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅତିରିକ୍ତ ଜିଲାପାଳ ବିଶ୍ୱଜିତ୍‌ ଦାସ, ସିଡିଓକମଇଓ, ପିଏଆଇଟିଡିଏ ପ୍ରଦ୍ୟୁମ୍ନ କୁମାର ଦାସ, ଅତିରିକ୍ତ ତହସିଲଦାର, ତହସିଲଦାର ନିରୋଜ କୁମାର ଭତ୍ରା, ଏପିଡି ଆରଏଚ, କମ୍ପାନୀ ସିଏସାର ସୁଶାନ୍ତ ଧଳ, ସିଏସଆର ହେଡ ମୋନାଜ ଦାସ, ବିନୋଦ ପୁଝାରୀଙ୍କ ସମେତ ସାଂସଦ ପ୍ରତିନିଧି ପବିତ୍ର ନାଏକ, ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ଅଡ୍ରି ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ରାମ ଚନ୍ଦ୍ର ମାଝୀ, ସରପଞ୍ଚ ନନ୍ଦାଏ ମାଝୀ, ଗୋପିନାଥପୁର ସରପଞ୍ଚ ଧନସିଂ ମାଝୀ, ମାଲିଗାଁ ସମିତି ବଳ ଗୌଡ଼ଙ୍କ ସମେତ ଖଣି ପ୍ରଭାବିତ ଅଞ୍ଚଳର ପାଖାପାଖି ୧୦୦ରୁ ଉର୍ଦ୍ଧ ଲୋକ ଏହି ବୈଠକରେ ଯୋଗଦେଇ ଉତ୍କଳ ଆଲୁମିନା କମ୍ପାନୀ ବିରୋଧରେ ଅଭିଯୋଗ ଆଣିଥିଲେ। ସେମାନେ ଅଭିଯୋଗ କରି କହିଥିଲେ ଯେ, ଏହି କମ୍ପାନୀ ଆମ ଅଞ୍ଚଳକୁ ଅଣଦେଖା କରିଚାଲିଛି,
ନା ଚାକିରି, ନା ଭଲ ସ୍ବାସ୍ଥ୍ୟ ସେବା ନା ଶିକ୍ଷା ସହ ଫେରି ଫେରି ଡେଭଲପମେଣ୍ଟ କଳା l ଖାଲି ଲଲିପପ ଦେଖାଇ ଆମ ଅଞ୍ଚଳର ଖଣି ଲୁଟୁଛି । ଆଗାମୀ ଦିନରେ କମ୍ପାନୀ ଦେଇଥିବା ପ୍ରତିଶୃତି ସବୁ ଯଦି ପୂରଣ ନହେଲେ ଆମ ଅଞ୍ଚଳର ଖଣି ଖନନ ବନ୍ଧ କରନ୍ତୁ ବୋଲି ରୋକଠୋକ କହିଥିଲେ। ତେବେ ଦେଖିବାକୁ ବାକି ରହିଲା ଦୀର୍ଘ ବର୍ଷ ପରେ ଜିଲା ପ୍ରଶାସନର ତତ୍ପରତା ଏହି ଅଞ୍ଚଳବାସୀଙ୍କ ପାଇଁ କଣ ଶୁଭ ସଂକେତ ଆଣୁଛି l

The post ଜିଲା ପ୍ରଶାସନର ତତ୍ପରତା: ଲୋକଙ୍କ ସମସ୍ୟା ହେବ ଦୂର appeared first on Dharitri Odia News.