ତହସିଲ କାର୍ଯ୍ୟାଳୟରେ ସଠିକ୍ ସମୟରେ ମିଳୁନି ପ୍ରମାଣପତ୍ର, ଲୋକେ ହଟହଟା
ଦାରିଙ୍ଗବାଡ଼ି,୧୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟରେ ଉପଭୋକ୍ତା ନାନା ହଇରାଣ ହରକତ ହେଉଛନ୍ତି। ଲୋକଙ୍କ ସେବାରେ ଥିବା ଅଧିକାରୀମାନେ ସାଧାରଣ ଲୋକଙ୍କ କାର୍ଯ୍ୟକୁ ସଠିକ ସମୟସୀମା ମଧ୍ୟରେ କରି ଦେଉ ନ ଥିବା ଅଭିଯୋଗ ହେଉଛି। ଏବେ ବିଦ୍ୟାର୍ଥୀଙ୍କ ବିଭିନ୍ନ ବିଦ୍ୟାଳୟ ସମେତ ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ବିଭାଗରେ ନାମ ଲେଖା ଚାଲିଛି। ଏଥିପାଇଁ ଆବଶ୍ୟକ ଇନ୍କମ୍ ସାର୍ଟିଫିକେଟ୍ ସମେତ ସ୍ଥାୟୀ ବାସିନ୍ଦା ଓ ଜାତିଗତ ପ୍ରମାଣପତ୍ର ପାଇଁ ଅନ୍ଲାଇନ୍ ଆବେଦନ କରାଯାଉଛି ହେଲେ […] The post ତହସିଲ କାର୍ଯ୍ୟାଳୟରେ ସଠିକ୍ ସମୟରେ ମିଳୁନି ପ୍ରମାଣପତ୍ର, ଲୋକେ ହଟହଟା appeared first on Dharitri Odia News.
ଦାରିଙ୍ଗବାଡ଼ି,୧୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟରେ ଉପଭୋକ୍ତା ନାନା ହଇରାଣ ହରକତ ହେଉଛନ୍ତି। ଲୋକଙ୍କ ସେବାରେ ଥିବା ଅଧିକାରୀମାନେ ସାଧାରଣ ଲୋକଙ୍କ କାର୍ଯ୍ୟକୁ ସଠିକ ସମୟସୀମା ମଧ୍ୟରେ କରି ଦେଉ ନ ଥିବା ଅଭିଯୋଗ ହେଉଛି। ଏବେ ବିଦ୍ୟାର୍ଥୀଙ୍କ ବିଭିନ୍ନ ବିଦ୍ୟାଳୟ ସମେତ ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ବିଭାଗରେ ନାମ ଲେଖା ଚାଲିଛି। ଏଥିପାଇଁ ଆବଶ୍ୟକ ଇନ୍କମ୍ ସାର୍ଟିଫିକେଟ୍ ସମେତ ସ୍ଥାୟୀ ବାସିନ୍ଦା ଓ ଜାତିଗତ ପ୍ରମାଣପତ୍ର ପାଇଁ ଅନ୍ଲାଇନ୍ ଆବେଦନ କରାଯାଉଛି ହେଲେ ଆବେଦନକାରୀଙ୍କ ଡକ୍ୟୁମେଣ୍ଟ ବିଭିନ୍ନ ସ୍ତର ଦେଇ ଅଧିକାରୀଙ୍କ ଅନୁମୋଦନ ପାଇଁ ଯାଇଥାଏ ବିଶେଷ କରି ରାଜସ୍ବ ନିରୀକ୍ଷକ, ଡ୍ରିଲିଂ ଆସିଷ୍ଟାଣ୍ଟ ଦେଇ ଅତିରିକ୍ତ ତହସିଲଦାର କିମ୍ବା ତହସିଲଦାରଙ୍କ ଅନୁମୋଦନ ପରେ ସାର୍ଟିଫିକେଟ୍ ପ୍ରଦାନ ହୁଏ କିନ୍ତୁ ଅତିରିକ୍ତ ତହସିଲଦାର କିମ୍ବା ତହସିଲଦାରଙ୍କ ନିକଟରେ ଏବେ ଶହ ଶହ ସାର୍ଟିଫିକେଟ୍ ଆବେଦନକାରୀଙ୍କ ଆବେଦନ ଫର୍ମ ଅଟକି ରହିଥିବା ଅଭିଯୋଗ ହେଉଛି।
ଉକ୍ତ ତହସିଲ କାର୍ଯ୍ୟାଳୟର ଶ୍ରାନିକେତା ପଞ୍ଚାୟତର ସଂଗୀତା ସାହୁ ଜୁନ୍ରୁ ଇନ୍କମ୍ ସାର୍ଟିଫିକେଟ୍ ଆବେଦନ କରିଥିଲେ ହେଲେ ତାଙ୍କୁ ଆଜି ସୁଦ୍ଧା ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି। ଏବେ ମଧ୍ୟ ତାଙ୍କ ଆବେଦନ ଅଣ୍ଡର ପ୍ରୋସେସରେ ଅଟକି ରହିଥିବା ସେ ଅନ୍ଲାଇନ୍ରୁ ଦେଖି ଜାଣିଥିବା କହିଛନ୍ତି। ବହୁ ଉପଭୋକ୍ତା ବିଦ୍ୟାର୍ଥୀ ହୋଇଥିବା ବେଳେ ଅନେକ ଲୋକ ଚାକିରି ପାଇଁ ଆବେଦନ କରିବାକୁ ପ୍ରମାଣପତ୍ର ଆବଶ୍ୟକତା ରହିଥିବା ବେଳେ ହଇରାଣ ଭୋଗୁଥିବା କହିଛନ୍ତି। ଏନେଇ ଦାରିଙ୍ଗବାଡ଼ି ତହସିଲଦାର ଧୀରୋଜ ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଅତିରିକ୍ତ ତହସିଲଦାରଙ୍କ ବଦଳି ହୋଇଯାଇଛି। ଶୁକ୍ରବାର ଜି. ଉଦୟଗିରି ତହସିଲ କାର୍ଯ୍ୟାଳୟର ଅତିତିକ୍ତ ତହସିଲଦାର ଫାଲ୍ଗୁନୀ କୁମାର ଅତିରିକ୍ତ ଦାୟିତ୍ୱ ନେବେ ଓ ସେ ସମସ୍ତ ସାର୍ଟିଫିକେଟ୍କୁ ଇସ୍ୟୁ କରିଦେବେ ବୋଲି କହିଛନ୍ତି।
The post ତହସିଲ କାର୍ଯ୍ୟାଳୟରେ ସଠିକ୍ ସମୟରେ ମିଳୁନି ପ୍ରମାଣପତ୍ର, ଲୋକେ ହଟହଟା appeared first on Dharitri Odia News.