ପାକିସ୍ତାନରେ ଇତିହାସ ରଚିଲେ ହିନ୍ଦୁ ଅଧିକାରୀ
ଇସଲାମାବାଦ,୭।୧୨: ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଦକ୍ଷ ଯୁବକ ଯୁବତୀ, ବିଶେଷକରି ହିନ୍ଦୁ ସମ୍ପ୍ରଦାୟ, ପ୍ରତିବନ୍ଧକ ଭାଙ୍ଗି ବଡ଼ ସଫଳତା ହାସଲ କରୁଛନ୍ତି। ରାଜେନ୍ଦ୍ର ମେଘୱାର ସେମାନଙ୍କ ମଧ୍ୟରୁ ଅନ୍ୟତମ। ପାକିସ୍ତାନ ପୋଲିସ ସେବା (ପିଏସପି) ରେ ଯୋଗ ଦେଇଥିବା ପ୍ରଥମ ହିନ୍ଦୁ ଅଧିକାରୀ ହୋଇ ରାଜେନ୍ଦ୍ର ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଶୁକ୍ରବାର ଫୈସଲାବାଦର ଗୁଲବର୍ଗ ଅଞ୍ଚଳରେ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଏଏସପି) ଭାବରେ ରାଜେନ୍ଦ୍ର ମେଘୱାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସିନ୍ଧ ପ୍ରଦେଶର […] The post ପାକିସ୍ତାନରେ ଇତିହାସ ରଚିଲେ ହିନ୍ଦୁ ଅଧିକାରୀ appeared first on Dharitri Odia News.
ଇସଲାମାବାଦ,୭।୧୨: ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଦକ୍ଷ ଯୁବକ ଯୁବତୀ, ବିଶେଷକରି ହିନ୍ଦୁ ସମ୍ପ୍ରଦାୟ, ପ୍ରତିବନ୍ଧକ ଭାଙ୍ଗି ବଡ଼ ସଫଳତା ହାସଲ କରୁଛନ୍ତି। ରାଜେନ୍ଦ୍ର ମେଘୱାର ସେମାନଙ୍କ ମଧ୍ୟରୁ ଅନ୍ୟତମ। ପାକିସ୍ତାନ ପୋଲିସ ସେବା (ପିଏସପି) ରେ ଯୋଗ ଦେଇଥିବା ପ୍ରଥମ ହିନ୍ଦୁ ଅଧିକାରୀ ହୋଇ ରାଜେନ୍ଦ୍ର ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଶୁକ୍ରବାର ଫୈସଲାବାଦର ଗୁଲବର୍ଗ ଅଞ୍ଚଳରେ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଏଏସପି) ଭାବରେ ରାଜେନ୍ଦ୍ର ମେଘୱାର ଦାୟିତ୍ୱ ଗ୍ରହଣ କରିଛନ୍ତି।
ସିନ୍ଧ ପ୍ରଦେଶର ଗ୍ରାମାଞ୍ଚଳ ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ଅଞ୍ଚଳର ବାଦିନରୁ ଆସିଥିବା ରାଜେନ୍ଦ୍ର ମେଘୱାର ସିଭିଲ ସର୍ଭିସେସ ପରୀକ୍ଷା (ସିଏସଏସ) ପାସ କରିବା ପରେ ପୋଲିସ ଫୋର୍ସରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ନିଜ ସମ୍ପ୍ରଦାୟର ସେବା କରିବାର ଦୀର୍ଘ ଦିନର ସ୍ବପ୍ନକୁ ପୂରଣ କରି ସେ ଗର୍ବିତ ବୋଲି କହିଥିଲେ। ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ମେଘୱାର ପ୍ରମାଣ କରିଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ସଫଳତା ହାସଲ କରାଯାଇପାରିବ। ଏହି ଧାରା ପାକିସ୍ତାନର ଅନ୍ତର୍ଭୂକ୍ତିକୁ ଏବଂ ସମାଜରେ ପ୍ରଗତି ଦର୍ଶାଉଛି ।
The post ପାକିସ୍ତାନରେ ଇତିହାସ ରଚିଲେ ହିନ୍ଦୁ ଅଧିକାରୀ appeared first on Dharitri Odia News.