ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ୬ ମୃତ

ସିକନ୍ଦରାବାଦ,୨୨।୧୦: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆଇ ସହିତ କଥାବାର୍ତ୍ତା କରି ଚନ୍ଦ୍ର ପ୍ରକାଶ ସିଂ କହିଛନ୍ତି, ଆଶାପୁରୀ କଲୋନୀରେ ରାତି ୮ଟା ୩୦ରୁ ୯ଟା ମଧ୍ୟରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ସେତେବେଳେ ଘରେ ୧୮-୧୯ଜଣ ଲୋକ ଥିଲେ, ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ସେମାନଙ୍କ ଅବସ୍ଥା ଗୁରୁତର ଥିଲା। ମୁଖ୍ୟ ଚିକିତ୍ସା ଅଧିକାରୀ ୫ଜଣଙ୍କ […] The post ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ୬ ମୃତ appeared first on Dharitri Odia News.

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ୬ ମୃତ

ସିକନ୍ଦରାବାଦ,୨୨।୧୦: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି।
ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆଇ ସହିତ କଥାବାର୍ତ୍ତା କରି ଚନ୍ଦ୍ର ପ୍ରକାଶ ସିଂ କହିଛନ୍ତି, ଆଶାପୁରୀ କଲୋନୀରେ ରାତି ୮ଟା ୩୦ରୁ ୯ଟା ମଧ୍ୟରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ସେତେବେଳେ ଘରେ ୧୮-୧୯ଜଣ ଲୋକ ଥିଲେ, ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ସେମାନଙ୍କ ଅବସ୍ଥା ଗୁରୁତର ଥିଲା। ମୁଖ୍ୟ ଚିକିତ୍ସା ଅଧିକାରୀ ୫ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି, ୩ ଜଣ ଆହତ ଏବେବି ଚିକିତ୍ସିତ ହେଉଛନ୍ତି, ସେଥିମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି କିନ୍ତୁ ତାଙ୍କ ଚିକିତ୍ସା ଚାଲିଛି।
ଶ୍ରୀ ସିଂ କହିଛନ୍ତି ଯେ ଅଗ୍ନିଶମ ବାହିନୀ ଟିମ୍‌, ପୋଲିସ ଟିମ୍‌ , ମ୍ୟୁନିସିପାଲିଟି କର୍ପୋରେସନ ଟିମ, ମେଡିକାଲ ଟିମ, ଏନଡିଆରଏଫ ଟିମ ଘଟଣାସ୍ଥଳରେ ଅଛନ୍ତି।
ଜିଲା ମାଜିଷ୍ଟ୍ରେଟ କହିଛନ୍ତି ଯେ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିସ୍ଫୋରଣର ଜଣାପଡି ନାହିଁ।

The post ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ୬ ମୃତ appeared first on Dharitri Odia News.