ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ବଣାଇଁ,୨୨ା୧(ପ୍ରଦୀପ ତ୍ରିପାଠୀ): ବିଗତ ୧୯୧୩ ଅର୍ଥାତ୍‌ ସ୍ବାଧୀନତାର ୩୫ ବର୍ଷ ପୂର୍ବରୁ ସ୍ଥାପିତ ଝିର୍ଡ଼ାପାଲୀ ପ୍ରାଥମିକ ବିଦ୍ୟାଳୟରେ ଅଚଳାବସ୍ଥା ନେଇ ବୁଧବାର ଗ୍ରାମବାସୀ ଓ ଅଭିଭାବକ ମିଳିତ ଭାବେ ତାଲା ପକାଇ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସମ୍ପୃକ୍ତ ବିଦ୍ୟାଳୟରେ ଚଳିତ ବର୍ଷ ୭୮ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଗୋଟିଏ ଛାତ୍ରାବାସରେ ପିଲା ରହୁଛନ୍ତି। ପାଞ୍ଚଟି ଶ୍ରେଣୀ, ୭୮ ଛାତ୍ରୀଛାତ୍ର, ଛାତ୍ରାବାସ ନିମନ୍ତେ ଅଛନ୍ତି ଦୁଇଜଣ ଶିକ୍ଷୟିତ୍ରୀ। ଏହାକୁ ନେଇ ଉଭୟ ଗ୍ରାମବାସୀ ଓ […] The post ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ appeared first on Dharitri Odia News.

ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ବଣାଇଁ,୨୨ା୧(ପ୍ରଦୀପ ତ୍ରିପାଠୀ): ବିଗତ ୧୯୧୩ ଅର୍ଥାତ୍‌ ସ୍ବାଧୀନତାର ୩୫ ବର୍ଷ ପୂର୍ବରୁ ସ୍ଥାପିତ ଝିର୍ଡ଼ାପାଲୀ ପ୍ରାଥମିକ ବିଦ୍ୟାଳୟରେ ଅଚଳାବସ୍ଥା ନେଇ ବୁଧବାର ଗ୍ରାମବାସୀ ଓ ଅଭିଭାବକ ମିଳିତ ଭାବେ ତାଲା ପକାଇ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସମ୍ପୃକ୍ତ ବିଦ୍ୟାଳୟରେ ଚଳିତ ବର୍ଷ ୭୮ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଗୋଟିଏ ଛାତ୍ରାବାସରେ ପିଲା ରହୁଛନ୍ତି। ପାଞ୍ଚଟି ଶ୍ରେଣୀ, ୭୮ ଛାତ୍ରୀଛାତ୍ର, ଛାତ୍ରାବାସ ନିମନ୍ତେ ଅଛନ୍ତି ଦୁଇଜଣ ଶିକ୍ଷୟିତ୍ରୀ। ଏହାକୁ ନେଇ ଉଭୟ ଗ୍ରାମବାସୀ ଓ ଅଭିଭାବକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ନ ପାଇ ଶେଷରେ ଆଜି ମୁଖ୍ୟ ଫାଟକରେ ତାଲା ପକାଇ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି l ଦାବି ହେଲା ତୁରନ୍ତ ଶିକ୍ଷକ ନିୟୋଜିତ କରିବା, ନ ହେଲେ ତାଲା ଖୋଲିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

The post ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ appeared first on Dharitri Odia News.