୧୨ ଘଣ୍ଟିଆ ମାଧପୁର ବନ୍ଦ, ଗାଡି ଚଳାଚଳ ଠପ୍‌

ଆଠମଲ୍ଲିକ ୦୭।୦୩ : ୧୨ ଘଣ୍ଟିଆ ମାଧପୁରରେ ବନ୍ଦ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ମାଧପୁର ବନ୍ଦ ଡାକରା ଦେଇଛି ଆଠମଲ୍ଲିକ କୃଷକ ମହାସଂଘ । ବିଭିନ୍ନ ସ୍ଥାନରେ ଗାଡି ଚଳାଚଳା ଠପ୍‌ ରହିଛି । ଯାହାଫଳରେ ଲୋକେ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । wp:embed {"url":"https://www.prameyanews7.com/police-checking-in-bhubaneswar-different-place/","type":"wp-embed","providerNameSlug":"prameya-news-7"} https://www.prameyanews7.com/police-checking-in-bhubaneswar-different-place/ /wp:embed ଖବର ଅନୁଯାୟୀ, ମାଧପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି, ଡାକ୍ତରଖାନାର ଅବ୍ୟବସ୍ଥା, ଡାକ୍ତରଖାନା ସ୍ଥାନାନ୍ତର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ ଯାଏଁ ଦୋକାନ ବଜାର ବନ୍ଦ ରହିବ । ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ମାଧପୁର ବଣିକସଂଘ ଓ ସ୍ଥାନୀୟ ଅଞ୍ଚଳବାସୀ । ଆଠମଲ୍ଲିକ ବୌଦ୍ଧ ରାଜ୍ୟ ରାଜପଥ ୬୨ର ମାଧପୁର ଠାରେ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ ହୋଇଛି । ତେବେ ଏହି ରାସ୍ତା ରୋକ ଫଳରେ ଆଠମଲ୍ଲିକ ରୁ ବୌଦ୍ଧ ଓ ସମ୍ବଲପୁର ଆଦିକୁ ଯାନବାହାନ ଚଳାଚଳ ବନ୍ଦ ରହିଛି । wp:embed {"url":"https://www.prameyanews7.com/mithun-chakraborty-is-on-vacation-with-son-momoh-and-bahu-m

୧୨ ଘଣ୍ଟିଆ ମାଧପୁର ବନ୍ଦ, ଗାଡି ଚଳାଚଳ ଠପ୍‌

ଆଠମଲ୍ଲିକ ୦୭।୦୩ : ୧୨ ଘଣ୍ଟିଆ ମାଧପୁରରେ ବନ୍ଦ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ମାଧପୁର ବନ୍ଦ ଡାକରା ଦେଇଛି ଆଠମଲ୍ଲିକ କୃଷକ ମହାସଂଘ । ବିଭିନ୍ନ ସ୍ଥାନରେ ଗାଡି ଚଳାଚଳା ଠପ୍‌ ରହିଛି । ଯାହାଫଳରେ ଲୋକେ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

wp:embed {"url":"https://www.prameyanews7.com/police-checking-in-bhubaneswar-different-place/","type":"wp-embed","providerNameSlug":"prameya-news-7"}
https://www.prameyanews7.com/police-checking-in-bhubaneswar-different-place/
/wp:embed

ଖବର ଅନୁଯାୟୀ, ମାଧପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି, ଡାକ୍ତରଖାନାର ଅବ୍ୟବସ୍ଥା, ଡାକ୍ତରଖାନା ସ୍ଥାନାନ୍ତର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ ଯାଏଁ ଦୋକାନ ବଜାର ବନ୍ଦ ରହିବ । ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ମାଧପୁର ବଣିକସଂଘ ଓ ସ୍ଥାନୀୟ ଅଞ୍ଚଳବାସୀ । ଆଠମଲ୍ଲିକ ବୌଦ୍ଧ ରାଜ୍ୟ ରାଜପଥ ୬୨ର ମାଧପୁର ଠାରେ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ ହୋଇଛି । ତେବେ ଏହି ରାସ୍ତା ରୋକ ଫଳରେ ଆଠମଲ୍ଲିକ ରୁ ବୌଦ୍ଧ ଓ ସମ୍ବଲପୁର ଆଦିକୁ ଯାନବାହାନ ଚଳାଚଳ ବନ୍ଦ ରହିଛି । wp:embed {"url":"https://www.prameyanews7.com/mithun-chakraborty-is-on-vacation-with-son-momoh-and-bahu-madalsa/","type":"wp-embed","providerNameSlug":"prameya-news-7"}

https://www.prameyanews7.com/mithun-chakraborty-is-on-vacation-with-son-momoh-and-bahu-madalsa/
/wp:embed