କେସିଙ୍ଗା ଏନ୍ଏସିରେ ବଡାଖାନା କାର୍ଯ୍ୟକ୍ରମ
କେସିଙ୍ଗା,୧।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ପରିସରରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ନୃପରାଜ ବଡାଖାନା କାର୍ଯ୍ୟକ୍ରମ ବିଷୟରେ ବିଷଦ ଭାବେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ପରିଷଦର ଅଧ୍ୟକ୍ଷ ନୃପରାଜ ଯାଦବ, ଉପାଧ୍ୟାକା ସରସ୍ବତୀ ସାହା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ପୁରୋହିତ, ନିର୍ବାହୀ ଅଧିକାରୀ ପ୍ରଣବ […] The post କେସିଙ୍ଗା ଏନ୍ଏସିରେ ବଡାଖାନା କାର୍ଯ୍ୟକ୍ରମ appeared first on Dharitri Odia News.
କେସିଙ୍ଗା,୧।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ପରିସରରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଅଧ୍ୟକ୍ଷ ନୃପରାଜ ବଡାଖାନା କାର୍ଯ୍ୟକ୍ରମ ବିଷୟରେ ବିଷଦ ଭାବେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ପରିଷଦର ଅଧ୍ୟକ୍ଷ ନୃପରାଜ ଯାଦବ, ଉପାଧ୍ୟାକା ସରସ୍ବତୀ ସାହା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ପୁରୋହିତ, ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦଙ୍କ ସମେତ ସମସ୍ତ ପରିମଳ ବିଭାଗର କର୍ମଚାରୀଙ୍କ ସହ ସମୟ ବିତାଇଥିଲେ। ମଧ୍ୟାହ୍ନରେ ଭୋଜନ ବ୍ୟବସ୍ତା କରାଯାଇଥିଲା। କାଉନସିଲର, ଠିକାଦାର, ସହରର ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଡିଓ, ଅଧ୍ୟକ୍ଷ, ନିର୍ବାହୀ ଅଧିକାରୀ ସମସ୍ତଙ୍କୁ ଖାଦ୍ୟ ପରସି ଥିଲେ।
The post କେସିଙ୍ଗା ଏନ୍ଏସିରେ ବଡାଖାନା କାର୍ଯ୍ୟକ୍ରମ appeared first on Dharitri Odia News.