କୋଭିଡ୍ ସ୍ଥିତିରୁ ମୁକୁଳିଲା ଗାଡ଼ି ବିକ୍ରି: ୨୦୨୪ରେ ରେକର୍ଡ ବିକ୍ରି

ନୂଆଦିଲ୍ଲୀ: କୋଭିଡ୍ ସ୍ଥିତିରୁ ମୁକୁଳିଲା ଭାରତର ଅଟୋ ଇଣ୍ଡଷ୍ଟ୍ରୀ। ୨୦୨୪ରେ ହୋଇଛି ରେକର୍ଡ ବିକ୍ରି। କୋଭିଡ୍ ପୂର୍ବ ରେକର୍ଡ ଠାରୁ ବି ଅଧିକ। ୨୦୧୮ରେ ୨୫.୪ ମିଲିଅନ ୟୁନିଟ୍ସ ଗାଡ଼ି ବିକ୍ରି ହୋଇଥିଲା। ହେଲେ ୨୦୨୪ରେ ଗାଡ଼ି ସେଲ୍ ଏହି ପରିମାଣକୁ ଅତିକ୍ରମ କରି ୨୬.୧ ମିଲିଅନ ୟୁନିଟ୍ସ ହୋଇଛି। ଏଥିରେ ୯ ପ୍ରତିଶତ ବୃଦ୍ଧି ହୋଇଛି। ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଅଟୋ ସେଲ୍ ମାର୍କେଟ୍ କରୋନା ମାନ୍ଦାମାଡ଼ରୁ ନିଶ୍ଚିତ ଭାବେ ଉପରକୁ ଉଠିଛି।ତେବେ ଲଗାତର ଦୁଇ ବର୍ଷ ହେଲା ଗାଡ଼ି ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ଦେଖିବାକୁ ମିଳୁଛି। ୨୦୨୩ରେ ମଧ୍ଯ ୨୪ ମିଲିଅନ ୟୁନିଟ୍ସ ଗାଡ଼ି ବିକ୍ରି ହୋଇଥିଲା। ତେବେ ୨୦୨୫ରେ ଗାଡ଼ି ବିକ୍ରି ମାନ୍ଦା ରହିବ ବୋଲି ଉଦ୍ଯୋଗ ବିଶେଷଜ୍ଞ ମତ ଦେଇଛନ୍ତି। ଯାତ୍ରୀବାହୀ ଗାଡ଼ି ବିକ୍ରି ଏକ ଅଙ୍କରେ ବୃଦ୍ଧି ହେବ। ସେହିପରି ଦୁଇ ଚକିଆ ଯାନ ବିକ୍ରି ୬-୮ ପ୍ରତିଶତରେ ବୃଦ୍ଧି ହେବ। ସେହିପରି ୩-୫ ପ୍ରତିଶତ ଟ୍ରାକ୍ଟର ସେଲ୍  ହେବ।ତେବେ କମର୍ସିଆଲ ଭେଇକଲଗୁଡ଼ିକର ବିକ୍ରି ସରକାରୀ ଭିତ୍ତିଭୂମୀ ଓ ଖର୍ଚ୍ଚ ଉପରେ ନିର୍ଭର କରିବ ବୋଲି ଏକ୍ସପର୍ଟ କହିଛନ୍ତି।ବାହାନ ପୋର୍ଟାଲ (ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ)ର ତଥ୍ୟ ଅନୁସାରେ, ୨୦୧୯ରେ ମୋଟ ନୂତନ ଗାଡ଼ି ପଞ୍ଜିକରଣ ୨୪.୧୬ ନିୟୁତ ଥିଲା। ସେହିପରି ୨୦୨୦ ରେ ୧୮.୬ ନିୟୁତ, ୨୦୨୧ରେ ୧୮.୯ ମିଲିୟନ ଏବଂ ୨୦୨୨ରେ ୨୧.୫ ମିଲିୟନ ଥିଲା।ଇଲେ

କୋଭିଡ୍ ସ୍ଥିତିରୁ ମୁକୁଳିଲା ଗାଡ଼ି ବିକ୍ରି: ୨୦୨୪ରେ ରେକର୍ଡ ବିକ୍ରି

ନୂଆଦିଲ୍ଲୀ: କୋଭିଡ୍ ସ୍ଥିତିରୁ ମୁକୁଳିଲା ଭାରତର ଅଟୋ ଇଣ୍ଡଷ୍ଟ୍ରୀ। ୨୦୨୪ରେ ହୋଇଛି ରେକର୍ଡ ବିକ୍ରି। କୋଭିଡ୍ ପୂର୍ବ ରେକର୍ଡ ଠାରୁ ବି ଅଧିକ। ୨୦୧୮ରେ ୨୫.୪ ମିଲିଅନ ୟୁନିଟ୍ସ ଗାଡ଼ି ବିକ୍ରି ହୋଇଥିଲା। ହେଲେ ୨୦୨୪ରେ ଗାଡ଼ି ସେଲ୍ ଏହି ପରିମାଣକୁ ଅତିକ୍ରମ କରି ୨୬.୧ ମିଲିଅନ ୟୁନିଟ୍ସ ହୋଇଛି। ଏଥିରେ ୯ ପ୍ରତିଶତ ବୃଦ୍ଧି ହୋଇଛି। ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଅଟୋ ସେଲ୍ ମାର୍କେଟ୍ କରୋନା ମାନ୍ଦାମାଡ଼ରୁ ନିଶ୍ଚିତ ଭାବେ ଉପରକୁ ଉଠିଛି।

ତେବେ ଲଗାତର ଦୁଇ ବର୍ଷ ହେଲା ଗାଡ଼ି ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ଦେଖିବାକୁ ମିଳୁଛି। ୨୦୨୩ରେ ମଧ୍ଯ ୨୪ ମିଲିଅନ ୟୁନିଟ୍ସ ଗାଡ଼ି ବିକ୍ରି ହୋଇଥିଲା। ତେବେ ୨୦୨୫ରେ ଗାଡ଼ି ବିକ୍ରି ମାନ୍ଦା ରହିବ ବୋଲି ଉଦ୍ଯୋଗ ବିଶେଷଜ୍ଞ ମତ ଦେଇଛନ୍ତି। ଯାତ୍ରୀବାହୀ ଗାଡ଼ି ବିକ୍ରି ଏକ ଅଙ୍କରେ ବୃଦ୍ଧି ହେବ। ସେହିପରି ଦୁଇ ଚକିଆ ଯାନ ବିକ୍ରି ୬-୮ ପ୍ରତିଶତରେ ବୃଦ୍ଧି ହେବ। ସେହିପରି ୩-୫ ପ୍ରତିଶତ ଟ୍ରାକ୍ଟର ସେଲ୍  ହେବ।ତେବେ କମର୍ସିଆଲ ଭେଇକଲଗୁଡ଼ିକର ବିକ୍ରି ସରକାରୀ ଭିତ୍ତିଭୂମୀ ଓ ଖର୍ଚ୍ଚ ଉପରେ ନିର୍ଭର କରିବ ବୋଲି ଏକ୍ସପର୍ଟ କହିଛନ୍ତି।

ବାହାନ ପୋର୍ଟାଲ (ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ)ର ତଥ୍ୟ ଅନୁସାରେ, ୨୦୧୯ରେ ମୋଟ ନୂତନ ଗାଡ଼ି ପଞ୍ଜିକରଣ ୨୪.୧୬ ନିୟୁତ ଥିଲା। ସେହିପରି ୨୦୨୦ ରେ ୧୮.୬ ନିୟୁତ, ୨୦୨୧ରେ ୧୮.୯ ମିଲିୟନ ଏବଂ ୨୦୨୨ରେ ୨୧.୫ ମିଲିୟନ ଥିଲା।

ଇଲେକ୍ଟ୍ରିକ୍ ଯାନ (ଇଭି) ବିକ୍ରି ମଧ୍ୟ ୨୦୨୪ରେ ନୂଆ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ୨୦୨୩ରେ ୧.୫ ମିଲିଅନ ଇଭି ବିକ୍ରି ହୋଇଥିଲା। ଏଥର ୨୦୨୪ରେ ୧.୯୫ ନିୟୁତ ୟୁନିଟ୍ ବିକ୍ରି ହୋଇଛି। ପୂର୍ବ ବର୍ଷ ୬.୩୯ ପ୍ରତିଶତ ତୁଳନାରେ ୨୦୨୪ରେ ଇଭି ବିକ୍ରି ୭.୫ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୪ ରେ ବିକ୍ରି ହୋଇଥିବା ୨୬.୧ ନିୟୁତ ଯାନ ମଧ୍ୟରୁ ପେଟ୍ରୋଲ ଯାନ ୭୪ ପ୍ରତିଶତ (୧୯.୩ ନିୟୁତ) ଥିବାବେଳେ ଡିଜେଲ ଯାନ ୧୦ ପ୍ରତିଶତ (୨.୬୩ ମିଲିୟନ) ଥିଲା।