୧୫ଘଣ୍ଟା ପର୍ଯ୍ୟନ୍ତ ‘ଅମାନବୀୟ’ ପଚରା ଉଚରା ପାଇଁ ED ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୩।୧: ସୁପ୍ରିମକୋର୍ଟ ୧୫ଘଣ୍ଟା ପର୍ଯ୍ୟନ୍ତ ଜାରି ପଚରା ଉଚରା କାଳରେ ‘ଅମାନବୀୟ ବ୍ୟବହାର’ ଓ ‘ଅମାନବୀୟ ଆଚରଣ’ ନିମନ୍ତେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କୁ ସମାଲୋଚନା କରିଛନ୍ତି। ଜଷ୍ଟିସ୍ ଅଭୟ ଏସ୍.ଓକା ଓ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମସିହଙ୍କ ପୀଠ ଇଡିର ଯାଞ୍ଚ ପ୍ରକ୍ରିୟା ଉପରେ କଡା ଆପତ୍ତି କରିଛନ୍ତି। କହିଛନ୍ତି ପରିସ୍ଥିତିକୁ ‘ଆଶ୍ଚର୍ଯ୍ୟଜନକ ସ୍ଥିତି’ କହିବା ଓ ଜଣେ ବ୍ୟକ୍ତିଙ୍କୁ ବୟାନ ଦେବା ପାଇଁ ଏଜେନ୍ସୀ ବାଧ୍ୟ କରିଛି। କୋର୍ଟ ଅବୈଧ ଖନନ ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ ହରିୟାଣାର ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପମ୍ବାରଙ୍କ ଗିରଫକୁ ରଦ୍ଦ କରିବା ପାଇଁ ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାୟମ ରଖିଛନ୍ତି। ଟାଇମସ୍ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଗତ ଜୁଲାଇରେ ପାଖାପାଖି ୧୫ ଘଣ୍ଟା ଧରି ପଚରା ଉଚରା ପରେ ପମ୍ବାରଙ୍କୁ କେନ୍ଦ୍ରୀୟ ଏଜେନ୍ସୀ  ତା ପରଦିନ ଗୋଟାଏ ୪୦ ମିନିଟ୍‌ରେ ଗିରଫ କରିଥିଲା। ତେବେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହି ଗିରଫଦାରୀକୁ ସେପ୍ଟେମ୍ବରରେ ରଦ୍ଦ କରିଦେଇଥିଲେ। ଏହା ପରେ ଇଡି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସୁପ୍ରିମକୋର୍ଟରେ ଇଡିର ପ୍ରତିନିଧିତ୍ୱ କରୁଥିବା ଓକିଲ ଜୋହେବ ହୁସୈନ ତର୍କ ଦେଇଛନ୍ତି ଉଚ୍ଚନ୍ୟାୟାଳୟ ଭୁଲ ନୋଟ କରିଛନ୍ତି ଯେ ପମ୍ବାରଙ୍କୁ ଲଗାତାର ୧୪ଘଣ୍ଟା ୪୦ ମିନିଟ୍ ପର୍ଯ୍ୟନ୍ତ ପଚରା ଉଚ

୧୫ଘଣ୍ଟା ପର୍ଯ୍ୟନ୍ତ ‘ଅମାନବୀୟ’ ପଚରା ଉଚରା ପାଇଁ ED ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୩।୧: ସୁପ୍ରିମକୋର୍ଟ ୧୫ଘଣ୍ଟା ପର୍ଯ୍ୟନ୍ତ ଜାରି ପଚରା ଉଚରା କାଳରେ ‘ଅମାନବୀୟ ବ୍ୟବହାର’ ଓ ‘ଅମାନବୀୟ ଆଚରଣ’ ନିମନ୍ତେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କୁ ସମାଲୋଚନା କରିଛନ୍ତି। ଜଷ୍ଟିସ୍ ଅଭୟ ଏସ୍.ଓକା ଓ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମସିହଙ୍କ ପୀଠ ଇଡିର ଯାଞ୍ଚ ପ୍ରକ୍ରିୟା ଉପରେ କଡା ଆପତ୍ତି କରିଛନ୍ତି। କହିଛନ୍ତି ପରିସ୍ଥିତିକୁ ‘ଆଶ୍ଚର୍ଯ୍ୟଜନକ ସ୍ଥିତି’ କହିବା ଓ ଜଣେ ବ୍ୟକ୍ତିଙ୍କୁ ବୟାନ ଦେବା ପାଇଁ ଏଜେନ୍ସୀ ବାଧ୍ୟ କରିଛି। 

କୋର୍ଟ ଅବୈଧ ଖନନ ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ ହରିୟାଣାର ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପମ୍ବାରଙ୍କ ଗିରଫକୁ ରଦ୍ଦ କରିବା ପାଇଁ ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାୟମ ରଖିଛନ୍ତି। ଟାଇମସ୍ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଗତ ଜୁଲାଇରେ ପାଖାପାଖି ୧୫ ଘଣ୍ଟା ଧରି ପଚରା ଉଚରା ପରେ ପମ୍ବାରଙ୍କୁ କେନ୍ଦ୍ରୀୟ ଏଜେନ୍ସୀ  ତା ପରଦିନ ଗୋଟାଏ ୪୦ ମିନିଟ୍‌ରେ ଗିରଫ କରିଥିଲା। ତେବେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହି ଗିରଫଦାରୀକୁ ସେପ୍ଟେମ୍ବରରେ ରଦ୍ଦ କରିଦେଇଥିଲେ। ଏହା ପରେ ଇଡି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। 

ସୁପ୍ରିମକୋର୍ଟରେ ଇଡିର ପ୍ରତିନିଧିତ୍ୱ କରୁଥିବା ଓକିଲ ଜୋହେବ ହୁସୈନ ତର୍କ ଦେଇଛନ୍ତି ଉଚ୍ଚନ୍ୟାୟାଳୟ ଭୁଲ ନୋଟ କରିଛନ୍ତି ଯେ ପମ୍ବାରଙ୍କୁ ଲଗାତାର ୧୪ଘଣ୍ଟା ୪୦ ମିନିଟ୍ ପର୍ଯ୍ୟନ୍ତ ପଚରା ଉଚରା କରାଯାଇଥିଲା। ସେ ତର୍କରେ କହିଛନ୍ତି ଯେ ପଚରା ଉଚରା କାଳରେ ପମ୍ବରଙ୍କୁ ଡିନର ବ୍ରେକ୍ ସହିତ ବ୍ରେକ୍ ମଧ୍ୟ ଦିଆଯାଇଥିଲା। ହୁସେନ ଏହା ବି ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ସାରା ରାତି ପଚରା ଉଚରା ନ କରିବା ପାଇଁ ଏଜେନ୍ସୀ ପୂର୍ବରୁ ଉପାୟ ଲାଗୁ କରିଥିଲେ। 

ତେବେ ଇଡିର ତର୍କକୁ ଖାରଜ କରି ସୁପ୍ରିମକୋର୍ଟ ବିନା ପର୍ଯ୍ୟାପ୍ତ ବ୍ରେକ୍ କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ପଚରା ଉଚରା କରିବା ପଛରେ ଔଚିତ୍ୟ କଣ ସେ ନେଇ ପ୍ରଶ୍ନ କରିଛନ୍ତି।  ବେଞ୍ଚ ସ୍ପଷ୍ଟ ରୂପେ କହିଛନ୍ତି ଯେ ତାଙ୍କର ଓ ହାଇକୋର୍ଟଙ୍କ ଟିପ୍ପଣୀ ଜାମିନ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଥିଲା ଓ ଏଥିରେ ମାମଲାର ଗୁଣ, ଦୋଷ ସମ୍ପର୍କିତ ନଥିଲା। ଉଚ୍ଚନ୍ୟାୟାଳୟ ତାଙ୍କ ଆଦେଶରେ କହିଛନ୍ତି ଯେ ଆବେଦନକାରୀ ସକାଳ ୧୧ଟା ବେଳେ ଗୁରୁଗ୍ରାମ ଇଡି କ୍ଷେତ୍ରୀୟ କାର୍ଯ୍ୟାଳୟରେ ହାଜର ହେବା ପାଇଁ ସମନ ପାଳନ କରିଥିଲେ, ଯେଉଁଠି ତାଙ୍କୁ ତା ପରଦିନ ଗୋଟାଏ ୪୦ ମିନିଟ୍‌ ପର୍ଯ୍ୟନ୍ତ ପଚରା ଉଚରା କରାଯାଇଥିଲା। କୋର୍ଟ ଏହି ଆଚରଣକୁ ସମାଲୋଚନା କରି ଏହା ‘ମାନବତାର ଗାରିମା ବିରୁଦ୍ଧ’ ଓ ଇଡି ନିମନ୍ତେ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।