ଦୀର୍ଘ ୧୩ବର୍ଷ ପରେ ମାତୋଶ୍ରୀରେ ପାଦ ରଖିଲେ ରାଜ ଠାକରେ

ମୁମ୍ବାଇ ୨୭।୭: ମହାରାଷ୍ଟ୍ର ନବନିର୍ମାଣ ସେନା (ମନସେ) ମୁଖ୍ୟ ରାଜ ଠାକରେ ରବିବାର ମାତୋଶ୍ରୀ ପରିସରରେ ପାଦ ରଖିଛନ୍ତି। ରାଜନୈତିକ ମତପାର୍ଥକ୍ୟ ଯୋଗୁ ଅଲଗା ହୋଇଥିବା ଦୁଇଭାଇଙ୍କ ମଧ୍ୟରେ ପୁଣି ଥରେ ନିକଟତା ଆସିଛି। ଦୁଇ ଭାଇଙ୍କ ସମ୍ପର୍କକୁ ମଜଭୁତ କରିବା ପାଇଁ ରାଜଠାକରେ ଗୋଟିଏ ପାଦ ଆଗକୁ ବଢାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ଆଜି ତାଙ୍କର ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। ଉଦ୍ଧବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସାରା ରାଜ୍ୟରୁ ଶିବସେନା (ୟୁବିଟି) ସମର୍ଥକ ମାତୋଶ୍ରୀ ପହଞ୍ଚୁଛନ୍ତି। ଏହି କ୍ରମରେ ଉଦ୍ଧବ ଠାକରେଙ୍କ ଭାଇ ରାଜ ଠାକରେ ଉଦ୍ଧବଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ପାଇଁ ମାତୋଶ୍ରୀରେ ପହଞ୍ଚିଛନ୍ତି। ମନସେ ମୁଖ୍ୟ ତଥା ଉଦ୍ଧବଙ୍କ ଦାଦା ପୁଅ ଭାଇ ରାଜ ଠାକରେ ୧୩ ବର୍ଷ ପରେ ମାତୋଶ୍ରୀ ସିଡ଼ି ପୁଣି ଚଢିଛନ୍ତି। ରାଜ ଠାକରେ ଶେଷ ଥର ୨୦୧୨ ମସିହାରେ ବାଲାସାହେବଙ୍କ ପରୋଲକରେ ମାତୋଶ୍ରୀ ଯାଇଥିଲେ। Mumbai, Maharashtra: On the 65th birthday of Shiv Sena (UBT) chief Uddhav Thackeray, Maharashtra Navnirman Sena chief Raj Thackeray visited Matoshree to extend his greetings pic.twitter.com/4Jh959cWS1— IANS (@ians_india) July 27, 2025ନିକଟରେ ମରାଠୀ ଅସ୍ମିତାକୁ ନେଇ ଦୁଇ ଭାଇ ନିକଟତର ହୋଇଥିଲେ। ରାଜ ଓ ଉଦ୍ଧବ ଠାକର

ଦୀର୍ଘ ୧୩ବର୍ଷ ପରେ ମାତୋଶ୍ରୀରେ ପାଦ ରଖିଲେ ରାଜ ଠାକରେ

ମୁମ୍ବାଇ ୨୭।୭: ମହାରାଷ୍ଟ୍ର ନବନିର୍ମାଣ ସେନା (ମନସେ) ମୁଖ୍ୟ ରାଜ ଠାକରେ ରବିବାର ମାତୋଶ୍ରୀ ପରିସରରେ ପାଦ ରଖିଛନ୍ତି। ରାଜନୈତିକ ମତପାର୍ଥକ୍ୟ ଯୋଗୁ ଅଲଗା ହୋଇଥିବା ଦୁଇଭାଇଙ୍କ ମଧ୍ୟରେ ପୁଣି ଥରେ ନିକଟତା ଆସିଛି। ଦୁଇ ଭାଇଙ୍କ ସମ୍ପର୍କକୁ ମଜଭୁତ କରିବା ପାଇଁ ରାଜଠାକରେ ଗୋଟିଏ ପାଦ ଆଗକୁ ବଢାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ଆଜି ତାଙ୍କର ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। 

ଉଦ୍ଧବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସାରା ରାଜ୍ୟରୁ ଶିବସେନା (ୟୁବିଟି) ସମର୍ଥକ ମାତୋଶ୍ରୀ ପହଞ୍ଚୁଛନ୍ତି। ଏହି କ୍ରମରେ ଉଦ୍ଧବ ଠାକରେଙ୍କ ଭାଇ ରାଜ ଠାକରେ ଉଦ୍ଧବଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ପାଇଁ ମାତୋଶ୍ରୀରେ ପହଞ୍ଚିଛନ୍ତି। ମନସେ ମୁଖ୍ୟ ତଥା ଉଦ୍ଧବଙ୍କ ଦାଦା ପୁଅ ଭାଇ ରାଜ ଠାକରେ ୧୩ ବର୍ଷ ପରେ ମାତୋଶ୍ରୀ ସିଡ଼ି ପୁଣି ଚଢିଛନ୍ତି। ରାଜ ଠାକରେ ଶେଷ ଥର ୨୦୧୨ ମସିହାରେ ବାଲାସାହେବଙ୍କ ପରୋଲକରେ ମାତୋଶ୍ରୀ ଯାଇଥିଲେ। 


ନିକଟରେ ମରାଠୀ ଅସ୍ମିତାକୁ ନେଇ ଦୁଇ ଭାଇ ନିକଟତର ହୋଇଥିଲେ। ରାଜ ଓ ଉଦ୍ଧବ ଠାକରେ ମିଶି ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ଛିଡା କରିଥିଲେ। ଏହା ପରେ ସରକାରଙ୍କୁ ତ୍ରୀ ସୂତ୍ରୀ ଭାଷା ନୀତିର ଜିଆରକୁ ପ୍ରତ୍ୟାହାର କରିବାକୁ ପଡିଥିଲା। ଏହି ଦୁଇ ଭାଇ ପୁଣି ଏକ ସଙ୍ଗରେ ଆସିବା ଯୋଗୁ ଆଗାମୀ ମହାନଗରନିଗମ ନିର୍ବାଚନରେ ଦୁଇ ଭାଇ ଏକାଠି ମିଶି ଲଢିବେ ବୋଲି ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଛି। 


ତେବେ ଶିବସେନା(ୟୁବିଟି) ଅଥବା ମନସେ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ହେଲେ ଠାକରେ ଭ୍ରାତାଙ୍କ ୫ ଜୁଲାଇ ବିଜୟ ରାଲି ପରେ ଦୁଇଭାଇ ଏକାଠି ହୋଇଥିବାର ଏବେ ଚର୍ଚ୍ଚା ହେଉଛି । ଏଥିରେ ଆଜି ମନସେ ନେତା ଉଦ୍ଧବଙ୍କୁ ତାଙ୍କ ୬୫ତମ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇବାକୁ ମାତୋଶ୍ରୀ ଆସିବା ଏବେ ଠାକରେ ଭ୍ରାତାଙ୍କ ଏକ ହେବା ଖବରକୁ ବଳ ଦେଇଛି।