ରାତି ଅଧରେ ମନ୍ଦିର ଗୁଡ଼ିକୁ ଟାଗେର୍ଟ କରିଥିଲା ଚୋର, ଜାରି ହେଲା ସିସିଟିଭି ଭିଜୁଆଲ

ସବୁ ଶୋଇଗଲା ପରେ ରାତି ଅଧରେ ମନ୍ଦିର ଗୁଡ଼ିକୁ ଟାଗେର୍ଟ କରିଥିଲା ଚୋର। ଗୋଟିଏ କି ଦୁଇଟି ନୁହେଁ ୫ଟି ମନ୍ଦିରରୁ ଚୋର ଚୋରି କରିଥିଲା । ଯାହାର ସିସିଟିଭି ଭିଜୁଆଲ ଏବେ ପୋଲିସ ଦ୍ବାରା ଜାରି ହୋଇଛି । ପ୍ରଥମେ ପାଚେରୀ ଡେଇଁ ମନ୍ଦିର ଭିତରେ ପଶିଥିଲା । ପରେ ତାଲା ଭାଙ୍ଗି ମନ୍ଦିରରେ ପଶିଥିଲା।  ସେହିପରି ମନ୍ଦିରର ହୁଣ୍ଡିରୁ ଟଙ୍କା ଚୋରି କରୁଥିବା ମଧ୍ୟ ଜଣାପଡ଼ିଛି । ଚୋରର ସାହସକୁ ମାନିବାକୁ ପଡ଼ିବ । […] The post ରାତି ଅଧରେ ମନ୍ଦିର ଗୁଡ଼ିକୁ ଟାଗେର୍ଟ କରିଥିଲା ଚୋର, ଜାରି ହେଲା ସିସିଟିଭି ଭିଜୁଆଲ appeared first on KNews Odisha.

ରାତି ଅଧରେ ମନ୍ଦିର ଗୁଡ଼ିକୁ ଟାଗେର୍ଟ କରିଥିଲା ଚୋର, ଜାରି ହେଲା ସିସିଟିଭି ଭିଜୁଆଲ

ସବୁ ଶୋଇଗଲା ପରେ ରାତି ଅଧରେ ମନ୍ଦିର ଗୁଡ଼ିକୁ ଟାଗେର୍ଟ କରିଥିଲା ଚୋର। ଗୋଟିଏ କି ଦୁଇଟି ନୁହେଁ ୫ଟି ମନ୍ଦିରରୁ ଚୋର ଚୋରି କରିଥିଲା । ଯାହାର ସିସିଟିଭି ଭିଜୁଆଲ ଏବେ ପୋଲିସ ଦ୍ବାରା ଜାରି ହୋଇଛି । ପ୍ରଥମେ ପାଚେରୀ ଡେଇଁ ମନ୍ଦିର ଭିତରେ ପଶିଥିଲା । ପରେ ତାଲା ଭାଙ୍ଗି ମନ୍ଦିରରେ ପଶିଥିଲା।  ସେହିପରି ମନ୍ଦିରର ହୁଣ୍ଡିରୁ ଟଙ୍କା ଚୋରି କରୁଥିବା ମଧ୍ୟ ଜଣାପଡ଼ିଛି । ଚୋରର ସାହସକୁ ମାନିବାକୁ ପଡ଼ିବ । ନା ପୋଲିସକୁ ଭୟ ଅଛି ନା ଆଇନ କାନୁନକୁ । ରାତି ଅଧରେ ମନ୍ଦିରରେ ପଶି କଳାକନା ବୁଲାଇ ଫେରାର ମାରିଛି । ତେବେ ସିସିଟିଭି ଭିଜୁଆଲକୁ ଆଧାର କରି ଚୋରକୁ ଖୋଜୁଛି ପୋଲିସ ।

ନୟାଗଡ ଜିଲ୍ଲାରେ ୨ ମାସ ମଧ୍ୟରେ ୫ଟି ମନ୍ଦିରରୁ ଚୋରି ହୋଇଛି । ଚୋରକୁ ଧରିବା ପାଇଁ ୪ଟି ଟିମ ଗଠନ କରାଯାଇଛି । ସୂଚନା ଥାଉ କି ପ୍ରଥମେ ଇଟାମାଟି ଥାନା ବଡପଣ୍ଡୁସର ଉଗ୍ରେଶ୍ୱର ମହାଦେବ ମନ୍ଦିରରୁ ରୁପା ମୂର୍ତ୍ତି ଓ ଟଙ୍କା ଚୋରି ହୋଇଥିଲା । ପରେ ଓଡଗାଁ ଥାନା ଦୁତୁକେଶ୍ବର ମହାଦେବ ମନ୍ଦିରରୁ ଚୋରି ହୋଇଥିଲା । ସମାନ ଭାବେ ନୂଆଗାଁ ଥାନା ଲୁଣିସରାର ଗୋପୀନାଥ ମନ୍ଦିରରୁ ଚୋରି ହୋଇଥିଲା । ନୟାଗଡ ପୁରୁଣା ସହର ଜଗନ୍ନାଥ ମନ୍ଦିର ଓ ଗୋପୀନାଥ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଚୋରି ହୋଇଥିଲା । ତେବେ ପୁରୁଣା ସହର ଦକ୍ଷିଣକାଳୀ ମନ୍ଦିରରୁ ଚୋର ଚୋରି ପାଇଁ ଉଦ୍ୟମ କରୁଥିବାବେଳେ ସିକ୍ୟୁରିଟି ଥିବାରୁ ଚୋରି କରିପାରିନଥିଲା । ନୟାଗଡ ଜିଲ୍ଲା ପୋଲିସ ଚୋର ଚୋରି କରୁଥିବା ସମୟର ସିସିଟିଭିକୁ ଜାରି କରିଛି । ଖୁବଶୀଘ୍ର ଚୋରକୁ ଧରାଯିବ ବୋଲି ନୟାଗଡ ଅତିରିକ୍ତ ଏସପି କହିଛନ୍ତି ।

ରାତି ଅନ୍ଧକାରରେ ବଢ଼ିଚାଲିଛି ଚୋରଙ୍କ ରାଜୁତି । ଘର ଦୋକାନ ବଜାରରେ ଲୋକ ରହୁଥିବାରୁ ମନ୍ଦିର ଭିତରେ ପଶି ଚୋରି କରି ଫେରାର ମାରୁଛନ୍ତି ଚୋର । ତେବେ ଏହି ସିସିଟିଭି ହିଁ ଚୋରକୁ ଧରିବାରେ ସାହାଯ୍ୟ କରିବ ।

Also Read: କୋଟିଏ ଟଙ୍କାର ଗାଡ଼ିରେ ଚୋରି ହେଉଥିଲା ୧୦ଲକ୍ଷ ଟଙ୍କାର ତେଲ ପାଇପ୍, ଧରିନେଲା ପୋଲିସ

The post ରାତି ଅଧରେ ମନ୍ଦିର ଗୁଡ଼ିକୁ ଟାଗେର୍ଟ କରିଥିଲା ଚୋର, ଜାରି ହେଲା ସିସିଟିଭି ଭିଜୁଆଲ appeared first on KNews Odisha.