ଗଛରେ ଚଢ଼ି ଏଭଳି କିଛି ଦୃଶ୍ୟ କଏଦ କରିଥିଲେ ପ୍ରଶଂସକ, Video ସାମ୍ନାକୁ ଆସିବା ପରେ…

ନୂଆଦିଲ୍ଲୀ,୫।୭: ଟି୨୦ ବିଶ୍ୱକପ୍‌ ଜିତିବା ପରେ ଭାରତରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ଏହି କ୍ରମରେ ଖେଳାଳିମାନେ ସ୍ବଦେଶକୁ ଫେରି ରୋଡ ଶୋ’ କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି। ଦିଲ୍ଲୀରୁ ନେଇ ବମ୍ବେ ଯାଇ ପ୍ରଶଂସକମାନେ ଖେଳାଳିଙ୍କ ଝଲକ ପାଇବାକୁ ରାସ୍ତାରେ ଭିଡ ଜମାଇଥିଲେ। ନରିମନ ପଏଣ୍ଟରୁ ଓ୍ବାଙ୍ଖଡେ ଷ୍ଟାଡିୟମ ଯାଏ ଓପନ୍‌ ବସ୍‌ରେ ‘ବିଜେତା ପରେଡ’ କରିବା ସମୟରେ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଉପସ୍ଥିତ ରହିଥିଲେ। ହେଲେ ଜଣେ ପ୍ରଶଂସକ ସମସ୍ତଙ୍କ ଧ୍ୟାନ […] The post ଗଛରେ ଚଢ଼ି ଏଭଳି କିଛି ଦୃଶ୍ୟ କଏଦ କରିଥିଲେ ପ୍ରଶଂସକ, Video ସାମ୍ନାକୁ ଆସିବା ପରେ… appeared first on Dharitri Odia News.

ଗଛରେ ଚଢ଼ି ଏଭଳି କିଛି ଦୃଶ୍ୟ କଏଦ କରିଥିଲେ ପ୍ରଶଂସକ, Video ସାମ୍ନାକୁ ଆସିବା ପରେ…

ନୂଆଦିଲ୍ଲୀ,୫।୭: ଟି୨୦ ବିଶ୍ୱକପ୍‌ ଜିତିବା ପରେ ଭାରତରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ଏହି କ୍ରମରେ ଖେଳାଳିମାନେ ସ୍ବଦେଶକୁ ଫେରି ରୋଡ ଶୋ’ କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି। ଦିଲ୍ଲୀରୁ ନେଇ ବମ୍ବେ ଯାଇ ପ୍ରଶଂସକମାନେ ଖେଳାଳିଙ୍କ ଝଲକ ପାଇବାକୁ ରାସ୍ତାରେ ଭିଡ ଜମାଇଥିଲେ। ନରିମନ ପଏଣ୍ଟରୁ ଓ୍ବାଙ୍ଖଡେ ଷ୍ଟାଡିୟମ ଯାଏ ଓପନ୍‌ ବସ୍‌ରେ ‘ବିଜେତା ପରେଡ’ କରିବା ସମୟରେ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଉପସ୍ଥିତ ରହିଥିଲେ। ହେଲେ ଜଣେ ପ୍ରଶଂସକ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ। କାରଣ ସେ ଖେଳାଳିଙ୍କୁ ପାଖରୁ ଦେଖିବା ପାଇଁ ଗଛ ଉପରେ ଚଢ଼ି ଯାଇଥିଲେ। ସେ ନିଜର ଫୋନ୍‌ରେ କ’ଣ ଭିଡିଓ କରୁଥିଲେ ତାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ବିଜେତା ଭାବେ ଶୋ’ କରୁଥିବା ବେଳେ ପ୍ରଶଂସକଜଣଙ୍କ ସମସ୍ତଙ୍କୁ ଅତି ପାଖରୁ ଦେଖିପାରିଥିଲେ। ପ୍ରଥମେ ବିରାଟ କୋହଲି ତାଙ୍କୁ ଦେଖିଥିଲେ। ଏହାପରେ ସେ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କ ଆଡକୁ ଦେଖିବାକୁ କହିଥିଲେ। ପରେ ଜାଡେଜା ତାଙ୍କୁ ଦେଖି ହାତ ହଲାଇଥିଲେ। ଏହି ସମୟରେ ଭାରତୀୟ ଖେଳାଳିଙ୍କ ପ୍ରତିକ୍ରିୟା ଏବେ ସମସ୍ତଙ୍କ ମନ ଜିଣୁଛି।

ପ୍ରଶଂସକଜଣଙ୍କ ଗଛରେ ଚଢ଼ିଥିବା ଦେଖି ସମସ୍ତ ଖେଳାଳି ଚକିତ ହୋଇଥିଲେ। ଏହି ସମୟରେ ରୋହିତ ତାଙ୍କୁ ଡାଳରୁ ଓହ୍ଲାଇବାକୁ କହିଥିଲେ। ଏବେ ଏ ସମସ୍ତ ଭିଡିଓ ବେଶ ଭାଇରାଲ ହେଉଛି। ଭିଡରେ ବି ସେ ବାରି ହୋଇପଡ଼ିଲେ ବୋଲି ଅନେକ କହୁଛନ୍ତି।

The post ଗଛରେ ଚଢ଼ି ଏଭଳି କିଛି ଦୃଶ୍ୟ କଏଦ କରିଥିଲେ ପ୍ରଶଂସକ, Video ସାମ୍ନାକୁ ଆସିବା ପରେ… appeared first on Dharitri Odia News.