ବିମାନ ଦୁର୍ଘଟଣାରେ ପୂର୍ବତନ ମହାକାଶଚାରୀ ଓ୍ବିଲିୟମ ଆଣ୍ଡର୍ସଙ୍କ ପରଲୋକ
ସିଏଟଲ,୮।୬: ଆପୋଲୋ ୮ର ପୂର୍ବତନ ମହାକାଶଚାରୀ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ ଆଣ୍ଡର୍ସ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ପ୍ରକୃତରେ ସେ ଯେଉଁ ବିମାନକୁ ଚଳାଉଥିଲେ ତାହା ଉଡିବା ପରେ ପାଣିରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତାଙ୍କ ପୁଅ ଅବସରପ୍ରାପ୍ତ ବାୟୁସେନା ଲେଫ୍ଟନେଣ୍ଟ କର୍ଣ୍ଣେଲ ଗ୍ରେଗ ଆଣ୍ଡର୍ସ ଆସୋସିଏଟେଡ ପ୍ରେସକୁ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ସୂଚନାଯୋଗ୍ୟ, ୧୯୬୮ରେ […] The post ବିମାନ ଦୁର୍ଘଟଣାରେ ପୂର୍ବତନ ମହାକାଶଚାରୀ ଓ୍ବିଲିୟମ ଆଣ୍ଡର୍ସଙ୍କ ପରଲୋକ appeared first on Dharitri Odia News.
ସିଏଟଲ,୮।୬: ଆପୋଲୋ ୮ର ପୂର୍ବତନ ମହାକାଶଚାରୀ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ ଆଣ୍ଡର୍ସ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ପ୍ରକୃତରେ ସେ ଯେଉଁ ବିମାନକୁ ଚଳାଉଥିଲେ ତାହା ଉଡିବା ପରେ ପାଣିରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତାଙ୍କ ପୁଅ ଅବସରପ୍ରାପ୍ତ ବାୟୁସେନା ଲେଫ୍ଟନେଣ୍ଟ କର୍ଣ୍ଣେଲ ଗ୍ରେଗ ଆଣ୍ଡର୍ସ ଆସୋସିଏଟେଡ ପ୍ରେସକୁ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି।
ସୂଚନାଯୋଗ୍ୟ, ୧୯୬୮ରେ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ ମହାକାଶରୁ ପ୍ରଥମ ‘ଆର୍ଥ୍ରାଇଜ’ ଫଟୋ ଉଠାଇ ପୃଥିବୀକୁ ଛାଇ ନୀଳ ମାର୍ବଲ (ନୀଳ ରଙ୍ଗର ଫଟୋ) ଭାବରେ ଦର୍ଶାଇଥିଲେ।
ଏହି ଫଟୋ ବିଷୟରେ ୱିଲିୟମ ଆଣ୍ଡର୍ସ କହିଥିଲେ ଯେ ସ୍ପେସ ପ୍ରୋଗ୍ରାମ ପାଇଁ ଏହି ଫଟୋ ହେଉଛି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ। ମହାକାଶରୁ ଦେଖାଯାଇଥିବା ପୃଥିବୀର ପ୍ରଥମ ରଙ୍ଗିନ ଫଟୋ ଏହି ଫଟୋ, ଆଧୁନିକ ଇତିହାସର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଫଟୋ କାରଣ ଏହା ମନୁଷ୍ୟର ଗ୍ରହକୁ ଦେଖିବାରେ ପରିବର୍ତ୍ତନ କରିଥିଲା। ପୃଥିବୀ ମହାକାଶରୁ କେତେ ଦୁର୍ବଳ ଏବଂ ବିଚ୍ଛିନ୍ନ ଦେଖାଯାଉଛି ତାହା ଦର୍ଶାଇ ଏହି ଫଟୋ ବିଶ୍ୱର ପରିବେଶ ଆନ୍ଦୋଳନକୁ ଉତ୍ସାହିତ କରିଛି।
The post ବିମାନ ଦୁର୍ଘଟଣାରେ ପୂର୍ବତନ ମହାକାଶଚାରୀ ଓ୍ବିଲିୟମ ଆଣ୍ଡର୍ସଙ୍କ ପରଲୋକ appeared first on Dharitri Odia News.