DRDO ଆଣୁଛି ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ଟେଷ୍ଟିଙ୍ଗ୍‌ ସଫଳ...

ନୂଆଦିଲ୍ଲୀ ୨୪।୦୪: ଆହୁରି ସୁରକ୍ଷିତ ହେବେ ଦେଶର ସୈନିକ । DRDO ଆଣିଲା ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ । ଯାହା ଏକ ଅତ୍ୟାଧୁନିକ ତଥା ସୁବିଧାଜନକ ବୁଲେଟପ୍ରୁଫ୍ ଜ୍ୟାକେଟ୍ । ଏହା ହେଉଛି ଦେଶର ପ୍ରଥମ ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ । ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପରୀକ୍ଷଣରେ ପାସ୍ କରିଛି । ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଏହି ଜ୍ୟାକେଟକୁ କାନପୁର ସ୍ଥିତ DRDOର ପ୍ରତିରକ୍ଷା ସାମଗ୍ରୀ ଏବଂ ଷ୍ଟୋର୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (DMSRDE) ପ୍ରସ୍ତୁତ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ ଏହି ଜ୍ୟାକେଟ୍ ହାଇ ରିସ୍କ ବିପଦରୁ ରକ୍ଷା କରିବାରେ ସକ୍ଷମ ହେବ । ଏଥିରେ ଅତ୍ୟାଧୁନିକ ଜିନିଷଗୁଡ଼ିକ ଲଗା ଯାଇଛି । ଏହାକୁ ଅତ୍ୟାଧୁନିକ ଡିଜାଇନ୍ ଦିଆଯାଇଛି ଯାହା ଅପରେସନ୍ ସମୟରେ ପିନ୍ଧିବା ପାଇଁ କ୍ଷମତା ଏବଂ ଆରାମ ପ୍ରଦାନ କରିବ । ଏହି ବୁଲେଟପ୍ରୁଫ୍ ଜ୍ୟାକେଟ୍ 7.62 X 54 RPI ଗୁଳିକୁ ସାମ୍ନା କରିପାରିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ନିକଟରେ ଏହି ବୁଲେଟପ୍ରୁଫ୍ ଜ୍ୟାକେଟ୍ ଚଣ୍ଡିଗଡ଼ର ଟର୍ମିନାଲ୍ ବାଲିଷ୍ଟିକ୍ ରିସର୍ଚ୍ଚ ଲାବୋରେଟୋରୀ (TBRL)ରେ ସଫଳତାର ସହ ପରୀକ୍ଷା କରାଯାଇଥିଲା। ଏହି ଜ୍ୟାକେଟ୍ ଏକ ନୂତନ ଡିଜାଇନ୍ ପଦ୍ଧତି ଉପରେ ଆଧାରିତ ।  ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗର ସ

DRDO ଆଣୁଛି ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ଟେଷ୍ଟିଙ୍ଗ୍‌ ସଫଳ...

ନୂଆଦିଲ୍ଲୀ ୨୪।୦୪: ଆହୁରି ସୁରକ୍ଷିତ ହେବେ ଦେଶର ସୈନିକ । DRDO ଆଣିଲା ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ । ଯାହା ଏକ ଅତ୍ୟାଧୁନିକ ତଥା ସୁବିଧାଜନକ ବୁଲେଟପ୍ରୁଫ୍ ଜ୍ୟାକେଟ୍ । ଏହା ହେଉଛି ଦେଶର ପ୍ରଥମ ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ । ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପରୀକ୍ଷଣରେ ପାସ୍ କରିଛି । 

ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଏହି ଜ୍ୟାକେଟକୁ କାନପୁର ସ୍ଥିତ DRDOର ପ୍ରତିରକ୍ଷା ସାମଗ୍ରୀ ଏବଂ ଷ୍ଟୋର୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (DMSRDE) ପ୍ରସ୍ତୁତ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ ଏହି ଜ୍ୟାକେଟ୍ ହାଇ ରିସ୍କ ବିପଦରୁ ରକ୍ଷା କରିବାରେ ସକ୍ଷମ ହେବ । ଏଥିରେ ଅତ୍ୟାଧୁନିକ ଜିନିଷଗୁଡ଼ିକ ଲଗା ଯାଇଛି । 

ଏହାକୁ ଅତ୍ୟାଧୁନିକ ଡିଜାଇନ୍ ଦିଆଯାଇଛି ଯାହା ଅପରେସନ୍ ସମୟରେ ପିନ୍ଧିବା ପାଇଁ କ୍ଷମତା ଏବଂ ଆରାମ ପ୍ରଦାନ କରିବ । ଏହି ବୁଲେଟପ୍ରୁଫ୍ ଜ୍ୟାକେଟ୍ 7.62 X 54 RPI ଗୁଳିକୁ ସାମ୍ନା କରିପାରିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ନିକଟରେ ଏହି ବୁଲେଟପ୍ରୁଫ୍ ଜ୍ୟାକେଟ୍ ଚଣ୍ଡିଗଡ଼ର ଟର୍ମିନାଲ୍ ବାଲିଷ୍ଟିକ୍ ରିସର୍ଚ୍ଚ ଲାବୋରେଟୋରୀ (TBRL)ରେ ସଫଳତାର ସହ ପରୀକ୍ଷା କରାଯାଇଥିଲା। 

ଏହି ଜ୍ୟାକେଟ୍ ଏକ ନୂତନ ଡିଜାଇନ୍ ପଦ୍ଧତି ଉପରେ ଆଧାରିତ ।  ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗର ସଚିବ ଏବଂ DRDOର ଅଧ୍ୟକ୍ଷ ଏହି ହାଲୁକା ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ର ସଫଳ ବିକାଶ ପାଇଁ DMSRDEକୁ ଅଭିନନ୍ଦନ ଜଣାଇଛନ୍ତି ।