ଫୁଟବଲ ମ୍ୟାଚ୍ ବେଳେ ଅଭାବନୀୟ ଘଟଣା: ଦଳାଚକଟାରେ ୧୦୦ରୁ ଅଧିକ ମୃତ
ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଗୁଏନାରେ ଫୁଟବଲ ମ୍ୟାଚ୍ ଚାଲୁଥିବା ବେଳେ ବଡ଼ ଧରଣର ହିଂସା। ଏଠାରେ ପ୍ରଶଂସକମାନେ ନିଜ ମଧ୍ୟରେ ସଂଘର୍ଷ କରିଥିଲେ, ଯେଉଁଥିରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ରବିବାର ଗୁଏନିଆର ଦ୍ୱିତୀୟ ବୃହତ୍ତମ ସହର ଏନ୍ଜେରକୋରରେ ଏକ ଫୁଟବଲ ମ୍ୟାଚ୍ ସମୟରେ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଜଣେ ଡାକ୍ତର କହିଛନ୍ତି, "ଡାକ୍ତରଖାନାରେ ମୃତଦେହ ଧାଡି ହୋଇ ପଡିଛି ଯାହା ଆଖି ଦେଖି ପାରିବନି। ଅନେକ ମୃତଦେହ କରିଡରରେ ଚଟାଣରେ ପଡ଼ିଛି।ରବିବାର ଗିନି ଜେରିକୋରେ ଏକ ଫୁଟବଲ ମ୍ୟାଚ ଚାଲିଥିଲା। ମ୍ୟାଚ୍ ବେଳେ ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁଁ ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକ ଅଚାନକ ମ୍ୟାଚ ଭିତରକୁ ପଶି ଆସିଥିଲେ। ଚାହୁଁଚାହୁଁ ନିମିଷକ ମଧ୍ୟରେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା। ଆରମ୍ଭ ହୋଇ ଯାଇଥିଲା ହିଂସାତ୍ମକ ସଂଘର୍ଷ। ପରସ୍ପର ସହ ପିଟାପଟି ହୋଇଥିଲେ ପ୍ରଶଂସକ। ଏଥିରେ ୧୦୦ରୁ ଅଧିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।⚠️???? WARNING: GRAPHIC 18+ ????⚠️❗️???????? - At least 100 people lost their lives in violent clashes between rival fans during a football match in N'zerekore, Guinea.This tragic event, which occurred at the end of a game, resulted in hundreds
ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଗୁଏନାରେ ଫୁଟବଲ ମ୍ୟାଚ୍ ଚାଲୁଥିବା ବେଳେ ବଡ଼ ଧରଣର ହିଂସା। ଏଠାରେ ପ୍ରଶଂସକମାନେ ନିଜ ମଧ୍ୟରେ ସଂଘର୍ଷ କରିଥିଲେ, ଯେଉଁଥିରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ରବିବାର ଗୁଏନିଆର ଦ୍ୱିତୀୟ ବୃହତ୍ତମ ସହର ଏନ୍ଜେରକୋରରେ ଏକ ଫୁଟବଲ ମ୍ୟାଚ୍ ସମୟରେ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଜଣେ ଡାକ୍ତର କହିଛନ୍ତି, "ଡାକ୍ତରଖାନାରେ ମୃତଦେହ ଧାଡି ହୋଇ ପଡିଛି ଯାହା ଆଖି ଦେଖି ପାରିବନି। ଅନେକ ମୃତଦେହ କରିଡରରେ ଚଟାଣରେ ପଡ଼ିଛି।
ରବିବାର ଗିନି ଜେରିକୋରେ ଏକ ଫୁଟବଲ ମ୍ୟାଚ ଚାଲିଥିଲା। ମ୍ୟାଚ୍ ବେଳେ ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁଁ ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକ ଅଚାନକ ମ୍ୟାଚ ଭିତରକୁ ପଶି ଆସିଥିଲେ। ଚାହୁଁଚାହୁଁ ନିମିଷକ ମଧ୍ୟରେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା। ଆରମ୍ଭ ହୋଇ ଯାଇଥିଲା ହିଂସାତ୍ମକ ସଂଘର୍ଷ। ପରସ୍ପର ସହ ପିଟାପଟି ହୋଇଥିଲେ ପ୍ରଶଂସକ। ଏଥିରେ ୧୦୦ରୁ ଅଧିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
⚠️???? WARNING: GRAPHIC 18+ ????⚠️
❗️???????? - At least 100 people lost their lives in violent clashes between rival fans during a football match in N'zerekore, Guinea.
This tragic event, which occurred at the end of a game, resulted in hundreds of fatalities. Medical sources confirmed… pic.twitter.com/xV3COoViUE— ????????The Informant (@theinformant_x) December 2, 2024
ଏହି ହିଂସାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓଗୁଡିକ ସ୍ପଷ୍ଟ ହୋଇପାରିନାହିଁ। ଭିଡିଓରେ ମ୍ୟାଚ୍ ବାହାରେ ରାସ୍ତାରେ ବିଶୃଙ୍ଖଳା ପରିସ୍ଥିତି ଦେଖାଯାଉଛି। ସାକ୍ଷୀଙ୍କ କହିବାନୁସାରେ, କ୍ରୋଧିତ ବିକ୍ଷୋଭକାରୀମାନେ ମଧ୍ୟ ଭଙ୍ଗାରୁଜା କରି ଏନ୍ଜେରକୋର୍ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ମ୍ୟାଚ୍ ରେଫରି ବିବାଦୀୟ ନିଷ୍ପତ୍ତି ନେବା ପରେ ହିଂସା ଆରମ୍ଭ ହୋଇଥିଲା। ଏହା ପରେ ପ୍ରଶଂସକମାନେ ରାଗି ଯାଇଥିଲେ ଏବଂ ପରେ ହିଂସା ଆରମ୍ଭ ହୋଇଥିଲା।