ଜାତି ଆଣ ହିଂସାରେ ବିସ୍ଥାପିତ ଲୋକ ବି ଦେଇପାରିବେ ଭୋଟ୍‌: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨।୩: ମଣିପୁରରେ ଜାତି ଆଣ ହିଂସା ହେତୁ ବିସ୍ଥାପିତ ହୋଇଥିବା ଲୋକ ଆସନ୍ତା ଲୋକସଭା ନିର୍ବାଚନରେ ମତଦାନ କରିପାରିବେ। ଏଥିପାଇଁ ବିଭିନ୍ନ ରିଲିଫ କ୍ୟାମ୍ପରେ ମତଦାନ କେନ୍ଦ୍ର ଗଠନ କରାଯିବ। ଏ ସମ୍ପର୍କରେ ନିର୍ବାଚନ ଆୟୋଗ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି, ଗତ ବର୍ଷ ମେ ୨ରୁ Manipur ରେ ଚାଲିଥିବା ଜାତି ଆଣ ହିଂସା ସମୟରେ ରାଜ୍ୟର ଅନେକ ଲୋକ ନିଜ ମିଟାମାଟିରୁ ବିତାଡ଼ିତ ହୋଇଥିଲେ। ବର୍ତ୍ତମାନ ସେମାନେ […] The post ଜାତି ଆଣ ହିଂସାରେ ବିସ୍ଥାପିତ ଲୋକ ବି ଦେଇପାରିବେ ଭୋଟ୍‌: ନିର୍ବାଚନ ଆୟୋଗ appeared first on Dharitri Odia News.

ଜାତି ଆଣ ହିଂସାରେ ବିସ୍ଥାପିତ ଲୋକ ବି ଦେଇପାରିବେ ଭୋଟ୍‌: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨।୩: ମଣିପୁରରେ ଜାତି ଆଣ ହିଂସା ହେତୁ ବିସ୍ଥାପିତ ହୋଇଥିବା ଲୋକ ଆସନ୍ତା ଲୋକସଭା ନିର୍ବାଚନରେ ମତଦାନ କରିପାରିବେ। ଏଥିପାଇଁ ବିଭିନ୍ନ ରିଲିଫ କ୍ୟାମ୍ପରେ ମତଦାନ କେନ୍ଦ୍ର ଗଠନ କରାଯିବ। ଏ ସମ୍ପର୍କରେ ନିର୍ବାଚନ ଆୟୋଗ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି, ଗତ ବର୍ଷ ମେ ୨ରୁ Manipur ରେ ଚାଲିଥିବା ଜାତି ଆଣ ହିଂସା ସମୟରେ ରାଜ୍ୟର ଅନେକ ଲୋକ ନିଜ ମିଟାମାଟିରୁ ବିତାଡ଼ିତ ହୋଇଥିଲେ। ବର୍ତ୍ତମାନ ସେମାନେ ରିଲିଫ କ୍ୟାମ୍ପରେ ରହୁଛନ୍ତି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି। ହିଂସା ସମୟରେ ବିସ୍ଥାପିତ ହୋଇଥିବା ଲୋକମାନେ ସମ୍ପୃକ୍ତ ବିଧାନସଭା ତଥା ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବେ। ଏହି ସ୍ବତନ୍ତ୍ର ମତଦାନ କେନ୍ଦ୍ରରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଅଲଗା ଇଭିଏମ ବ୍ୟବହାର କରି କରାଯିବ।

The post ଜାତି ଆଣ ହିଂସାରେ ବିସ୍ଥାପିତ ଲୋକ ବି ଦେଇପାରିବେ ଭୋଟ୍‌: ନିର୍ବାଚନ ଆୟୋଗ appeared first on Dharitri Odia News.