ଆମେରିକା ଠାରୁ ପାକିସ୍ତାନ ହାରିବା ପରେ, ଖେଳାଳି ଓ ପିସିବି ଉପରେ ବର୍ଷିଲେ ପ୍ରଶଂସକ, କହିଲେ…….

ନୂଆଦିଲ୍ଲୀ : ଟି-ଟ୍ୱେଣ୍ଟି ବିଶ୍ୱକପରେ ଗତକାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା। ଆମେରିକା ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍ ଟାଇ ହୋଇଯିବା ପରେ ସୁପର୍ ଓଭର୍ ଖେଳାଯାଇଥିଲା। ଯେଉଁଥିରେ ଅତି ରୋମାଞ୍ଚକର ଭାବେ ବିଜୟ ହାସଲ କରିନେଇଛି ଆମେରିକା। ବିଶ୍ବର ପ୍ରତିଷ୍ଠିତ କ୍ରିକେଟ ଟିମ୍‌କୁ ଲଜ୍ଜାଜନକ ଭାବେ ପରାସ୍ତ କରି ଆମେରିକା ସମଗ୍ର ବିଶ୍ୱ କ୍ରିକେଟ୍ ପ୍ରଶଂସକଙ୍କୁ ନିଜର ଶକ୍ତି ଏବଂ ଦକ୍ଷତାର ବାର୍ତ୍ତା ଦେଇଛି। ପାକିସ୍ତାନର ଏହି ପରାଜୟ ସେମାନଙ୍କ […]

ଆମେରିକା ଠାରୁ ପାକିସ୍ତାନ ହାରିବା ପରେ, ଖେଳାଳି ଓ ପିସିବି ଉପରେ ବର୍ଷିଲେ ପ୍ରଶଂସକ, କହିଲେ…….
innocent fan's heart broke due to Pakistan's defeat

ନୂଆଦିଲ୍ଲୀ : ଟି-ଟ୍ୱେଣ୍ଟି ବିଶ୍ୱକପରେ ଗତକାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା। ଆମେରିକା ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍ ଟାଇ ହୋଇଯିବା ପରେ ସୁପର୍ ଓଭର୍ ଖେଳାଯାଇଥିଲା। ଯେଉଁଥିରେ ଅତି ରୋମାଞ୍ଚକର ଭାବେ ବିଜୟ ହାସଲ କରିନେଇଛି ଆମେରିକା। ବିଶ୍ବର ପ୍ରତିଷ୍ଠିତ କ୍ରିକେଟ ଟିମ୍‌କୁ ଲଜ୍ଜାଜନକ ଭାବେ ପରାସ୍ତ କରି ଆମେରିକା ସମଗ୍ର ବିଶ୍ୱ କ୍ରିକେଟ୍ ପ୍ରଶଂସକଙ୍କୁ ନିଜର ଶକ୍ତି ଏବଂ ଦକ୍ଷତାର ବାର୍ତ୍ତା ଦେଇଛି। ପାକିସ୍ତାନର ଏହି ପରାଜୟ ସେମାନଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଛି। ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ପ୍ରଶଂସକ ପାକିସ୍ତାନୀ ଖେଳାଳି ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଉପରେ କ୍ରୋଧ ପ୍ରକାଶ କରୁଥିବା ଦେଖିବାକୁ ମିଳିବ।

ଗତକାଲି ଆମେରିକାର ଗ୍ରାଣ୍ଡ୍ ପ୍ରାରି ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିବା ବେଳେ ଆମେରିକା ୩ ୱିକେଟ ବିନିମୟରେ ସମାନ ସ୍କୋର୍ କରିଥିଲା। ଫଳରେ ସୁପର୍ ଓଭର୍ ଘୋଷଣା କରାଯାଇଥିଲା। ସୁପର୍ ଓଭରରେ ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର୍ ବଲିଂ କରିଥିବା ବେଳେ ଆମେରିକା ୧୮ ରନ୍ ସଂଗ୍ରହ କରିଥିଲା।ଏହାପରେ ଆମେରିକା ପକ୍ଷରୁ ଭାରତୀୟ ବଂଶୋଦ୍ଭବ ସୌରଭ ନେତ୍ରଭଲକର ବଲିଂ କରିଥିଲେ। ସୌରଭଙ୍କ ଷାଣିତ ବୋଲିଂ ଆମେରିକାକୁ ବିଜୟ ଭେଟି ଦେଇଛି। କାରଣ ସୁପର୍ ଓଭରରେ ପାକିସ୍ତାନ ୧୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ୫ ରନରେ ଆମେରିକା ବିଜୟୀ ହୋଇଥିଲା।


ଏହି ମ୍ୟାଚ୍ ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଜଣେ ମହିଳା ପ୍ରଶଂସକ ପାକିସ୍ତାନୀ ଖେଳାଳିଙ୍କ ଖରାପ ପ୍ରଦର୍ଶନକୁ ନେଇ ନିଜର କ୍ରୋଧ ପ୍ରକାଶ କରୁଥିବା ନଜର ଆସିଛନ୍ତି। ଏଥିରେ ସେ ବୋର୍ଡକୁ ଗାଳି ଦେଉଥିବାର ମଧ୍ୟ ଦେଖାଯାଇଛି | ପ୍ରଶଂସକ କହିଛନ୍ତି, “ମୋର କେବଳ ଗୋଟିଏ ହୃଦୟ ଅଛି, ମୁଁ ଏହାକୁ କେତେଥର ଭାଙ୍ଗିବି। ଆମ ପାକିସ୍ତାନ ଟିମ୍‌ କମ୍ ମ୍ୟାଚ୍‌ ଜିତନ୍ତି ଏବଂ ଅଧିକ ହାରନ୍ତି। ଆମେ ସବୁବେଳେ ଟିମ୍‌କୁ ସପୋର୍ଟ କରୁଛୁ। କିନ୍ତୁ ଟିମ୍‌ କେବେ ଭଲ ପଦର୍ଶନ କରୁନାହିଁ।”

ମହିଳା ପ୍ରଶଂସକ ନିଜର ଯନ୍ତ୍ରଣା ପ୍ରକାଶ କରି କହିଛନ୍ତି, ” ପାକିସ୍ତାନ ଟିମ୍‌ ଆମର ଭାବନାକୁ ଆଦୌ ଅନୁଭବ କରୁନାହଁ। ସେମାନେ ଆମର ଭାବନାକୁ ପାଦ ତଳେ ଦଳି ଦେଉଛନ୍ତି। ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିବ?