ଭୋଜି କରିବାକୁ ଯାଇଥିବା ନାବାଳକଙ୍କ ମିଳିଲା ମୁଣ୍ଡବିହୀନ ମୃତଦେହ : ସାଇଣ୍ଟିଫିକ୍ ଟିମ୍ର ତନାଘନା, ଜଣେ ଅଟକ
କାଲିମେଳା,୬ା୧(ଜୀବନକୃଷ୍ଣ ଦାସ): ଆଦିବାସୀ ପରମ୍ପରାରେ ଏବେ ମଧ୍ୟ ରହିଛି ଅନ୍ଧବିଶ୍ବାସ। ବିଜ୍ଞାନଯୁଗରେ ମଧ୍ୟ ସେମାନଙ୍କ ଗୁଣିଆ ଉପରେ ରହିଛି ବିଶ୍ବାସ। ରୋଗ ହେଲେ ସେମାନେ ଡାକ୍ତରଖାନା ନ ଯାଇ ଗୁଣିଗାରେଡ଼ିକୁ ପସନ୍ଦ କରୁଛନ୍ତି l ଯଦିଓ ଗୁଣିଆ ରୋଗୀର ଚିକିତ୍ସା କରୁକରୁ ରୋଗୀର ମୃତ୍ୟୁ ହେଲେ ସେ ନିଜ ଦୋଷ ଲୁଚାଇ ଚତୁରତାର ସହ ଖସିଯାଏ। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ମାନ୍ୟବକୋଣ୍ଡା ପଞ୍ଚାୟତ ଟାଗରକୋଟା ଗ୍ରାମରେ । […] The post ଭୋଜି କରିବାକୁ ଯାଇଥିବା ନାବାଳକଙ୍କ ମିଳିଲା ମୁଣ୍ଡବିହୀନ ମୃତଦେହ : ସାଇଣ୍ଟିଫିକ୍ ଟିମ୍ର ତନାଘନା, ଜଣେ ଅଟକ appeared first on Dharitri Odia News.
କାଲିମେଳା,୬ା୧(ଜୀବନକୃଷ୍ଣ ଦାସ): ଆଦିବାସୀ ପରମ୍ପରାରେ ଏବେ ମଧ୍ୟ ରହିଛି ଅନ୍ଧବିଶ୍ବାସ। ବିଜ୍ଞାନଯୁଗରେ ମଧ୍ୟ ସେମାନଙ୍କ ଗୁଣିଆ ଉପରେ ରହିଛି ବିଶ୍ବାସ। ରୋଗ ହେଲେ ସେମାନେ ଡାକ୍ତରଖାନା ନ ଯାଇ ଗୁଣିଗାରେଡ଼ିକୁ ପସନ୍ଦ କରୁଛନ୍ତି l ଯଦିଓ ଗୁଣିଆ ରୋଗୀର ଚିକିତ୍ସା କରୁକରୁ ରୋଗୀର ମୃତ୍ୟୁ ହେଲେ ସେ ନିଜ ଦୋଷ ଲୁଚାଇ ଚତୁରତାର ସହ ଖସିଯାଏ। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ମାନ୍ୟବକୋଣ୍ଡା ପଞ୍ଚାୟତ ଟାଗରକୋଟା ଗ୍ରାମରେ । ଏମଭି-୧୨୬ ଜଙ୍ଗଲରେ ଗତ ନୂଆବର୍ଷ ଦିନ ଏକ ହତ୍ୟାକାଣ୍ଡ ଘଟିଛି l ଘଟଣାର ତିନି ଦିନ ପରେ ଗୁରୁବାର ଏକ ମୁଣ୍ଡବିହୀନ ନାବାଳକଙ୍କ ମୃତଦେହ ଜବତ ହୋଇଛି। ନୂଆବର୍ଷ ଦିନ ବଣଭୋଜି କରିବାକୁ ଜଙ୍ଗଲକୁ ୪ ଜଣ ସାଙ୍ଗ ଯାଇଥିବା ବେଳେ ଜଣେ ନାବାଳକଙ୍କ ମୁଣ୍ଡବିହୀନ ମୃତଦେହ ଜବତ ହେବା ସାଧାରଣରେ ଆଲୋଡନ ଖେଳାଇ ଦେଇଛି। ମୃତ ନାବାଳକ ଜଣଙ୍କ ହେଉଛନ୍ତି ଟାଗୁରକୋଟା ଗ୍ରାମର ବୁଜି ମିଛୁ (୧୬)।
ମିଳିଥିବା ସୂଚନା ମୁତାବକ, ଗତ ୧ ତାରିଖ ନୂଆବର୍ଷ ଦିନ ଟାଗୁରକୋଟା ଗ୍ରାମର ୪ ସାଙ୍ଗ ଭୋଜି କରିବାକୁ ବାହାରିଥିଲେ। ତେବେ ରାତି ପର୍ଯ୍ୟନ୍ତ ବୁଜି ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡିଥିଲେ। ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପରିବାର ଲୋକେ ପୁଅକୁ ପାଇ ନ ଥିଲେ। ଫଳରେ ପୁଅ ନିଖୋଜ ନେଇ ବାପା କାନା ମୋଟୁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ବୁଜିଙ୍କ ମୁଣ୍ଡବିହୀନ ମୃତଦେହ ଜଙ୍ଗଲରୁ ଜବତ ହୋଇଛି। ମୃତଦେହ ଠାବ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କ ସହ ଭୋଜି କରିବାକୁ ଯାଇଥିବା ପିଲାଙ୍କ ମଧ୍ୟରୁ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ଶୁକ୍ରବାର କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ଅଫିସର ସୁଶିଲ ଖରା, ମାଲକାନାଗିରି ଏସ୍ଡିପିଓ ଛଚିନ ପଟେଲ ଓ ମୋଟୁ ଆଇଆଇସି ସୁନିଲ ସୁରେନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ କାଲିମେଳା ସ୍ୟାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସମ୍ପୃକ୍ତ ୨ ନାବାଳକ ଫେରାର ଅଛନ୍ତି। ମୋଟୁ ପୋଲିସ ୨୩/୨୪ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l
The post ଭୋଜି କରିବାକୁ ଯାଇଥିବା ନାବାଳକଙ୍କ ମିଳିଲା ମୁଣ୍ଡବିହୀନ ମୃତଦେହ : ସାଇଣ୍ଟିଫିକ୍ ଟିମ୍ର ତନାଘନା, ଜଣେ ଅଟକ appeared first on Dharitri Odia News.