ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ସ୍ଥିତ ଭଗବତୀ ମାର୍ବଲ ଦୋକାନ ନିକଟରେ ଶନିବାର ସନ୍ଧ୍ୟା ସମୟରେ ଦୁର୍ବୃତ୍ତମାନେ ବାଇକରେ ଆସି ମହିଳାଙ୍କ ବେକରୁ ୩୨ ଗ୍ରାମର ସୁନା ଚେନ ଝାମ୍ପି ନେଇଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ପ୍ରକାରେ ପୁରୁଣା ବ୍ରହ୍ମପୁର ଅଞ୍ଚଳର ଏ. ଆନନ୍ଦ ରାଓ ନିଜ ସ୍ତ୍ରୀଙ୍କ ସହ ସାନ କୁଶସ୍ଥଳୀ ଗ୍ରାମରେ ଚାଲିଥିବା ଗଣେଶ ପୂଜା ମେଢ଼ ଦେଖିବା ପାଇଁ ନିଜ ବାଇକ ଯୋଗେ ଯାଉଥିବା […]

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ସ୍ଥିତ ଭଗବତୀ ମାର୍ବଲ ଦୋକାନ ନିକଟରେ ଶନିବାର ସନ୍ଧ୍ୟା ସମୟରେ ଦୁର୍ବୃତ୍ତମାନେ ବାଇକରେ ଆସି ମହିଳାଙ୍କ ବେକରୁ ୩୨ ଗ୍ରାମର ସୁନା ଚେନ ଝାମ୍ପି ନେଇଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ପ୍ରକାରେ ପୁରୁଣା ବ୍ରହ୍ମପୁର ଅଞ୍ଚଳର ଏ. ଆନନ୍ଦ ରାଓ ନିଜ ସ୍ତ୍ରୀଙ୍କ ସହ ସାନ କୁଶସ୍ଥଳୀ ଗ୍ରାମରେ ଚାଲିଥିବା ଗଣେଶ ପୂଜା ମେଢ଼ ଦେଖିବା ପାଇଁ ନିଜ ବାଇକ ଯୋଗେ ଯାଉଥିବା ବେଳେ ଆମ୍ବପୁଆ ଭଗବତୀ ମାର୍ବଲ ଦୋକାନ ନିକଟରେ ଦୁର୍ବୃତ୍ତମାନେ ନିଜ ବାଇକକୁ ଦମ୍ପତିଙ୍କ ସମ୍ମୁଖରେ ବ୍ରେକ ମାରି ରଖିଥିଲେ । ଯାହାଫଳରେ ଆନନ୍ଦ ବାଇକକୁ ରଖିବା ସମୟରେ ପଛ ପଟୁ ଅନ୍ୟ ଏକ ମୋଟରସାଇକେଲରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ୩୨ ଗ୍ରାମର ସୁନା ଚେନ ଝାମ୍ପି ନେଇ ଯାଇଥିଲେ । ଏ ନେଇ ଆନନ୍ଦ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୨୫୧/୨୪ ମାମଲା ରୁଜୁ କରି ତଦନ୍ତ କରୁଥିବା ପୁଲିସ କହିଛି ।