ସାଉଦିରେ ୪,୦୦୦ ବର୍ଷ ପୁରୁଣା ପ୍ରାଚୀର ଠାବ

ରିୟାଧ,୨୧।୧: ସାଉଦି ଆରବର ଉତ୍ତର-ପୂର୍ବାଞ୍ଚଳରେ ଥିବା ମରୁଦ୍ୟାନ ଚାରିପଟେ ୧୪.୫ କିଲୋମିଟର ଦୀର୍ଘ ସୁରକ୍ଷା ପାଚେରି ଠାବ ହୋଇଛି। ଏହା କାଂସ୍ୟ ଯୁଗରେ ନିର୍ମାଣ ହୋଇଥିବା ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଖାଇବର ଓଏସିସ୍‌ ଚାରିପଟେ ଥିବା ଏହି ପାଚେରି ୪,୦୦୦ ବର୍ଷର ପୁରୁଣା ହେବ। ସୁରକ୍ଷା ଏବଂ ଶକ୍ତି ପ୍ରଦର୍ଶନ ନିମନ୍ତେ ଖ୍ରୀଷ୍ଟପୂର୍ବ ୨୨୫୦ରୁ ୧୯୫୦ ମଧ୍ୟରେ ଉକ୍ତ ପାଚେରି ନିର୍ମାଣ କରାଯାଇଥିଲା ବୋଲି ବିଶ୍ୱାସ କରାଯାଉଛି। ଉକ୍ତ ପାଚେରି ଦ୍ୱାରା ଆବଦ୍ଧ ହୋଇ ଅନୂ୍ୟନ ଏକ […] The post ସାଉଦିରେ ୪,୦୦୦ ବର୍ଷ ପୁରୁଣା ପ୍ରାଚୀର ଠାବ appeared first on Dharitri Odia News.

ସାଉଦିରେ ୪,୦୦୦ ବର୍ଷ ପୁରୁଣା ପ୍ରାଚୀର ଠାବ

ରିୟାଧ,୨୧।୧: ସାଉଦି ଆରବର ଉତ୍ତର-ପୂର୍ବାଞ୍ଚଳରେ ଥିବା ମରୁଦ୍ୟାନ ଚାରିପଟେ ୧୪.୫ କିଲୋମିଟର ଦୀର୍ଘ ସୁରକ୍ଷା ପାଚେରି ଠାବ ହୋଇଛି। ଏହା କାଂସ୍ୟ ଯୁଗରେ ନିର୍ମାଣ ହୋଇଥିବା ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଖାଇବର ଓଏସିସ୍‌ ଚାରିପଟେ ଥିବା ଏହି ପାଚେରି ୪,୦୦୦ ବର୍ଷର ପୁରୁଣା ହେବ। ସୁରକ୍ଷା ଏବଂ ଶକ୍ତି ପ୍ରଦର୍ଶନ ନିମନ୍ତେ ଖ୍ରୀଷ୍ଟପୂର୍ବ ୨୨୫୦ରୁ ୧୯୫୦ ମଧ୍ୟରେ ଉକ୍ତ ପାଚେରି ନିର୍ମାଣ କରାଯାଇଥିଲା ବୋଲି ବିଶ୍ୱାସ କରାଯାଉଛି।

ଉକ୍ତ ପାଚେରି ଦ୍ୱାରା ଆବଦ୍ଧ ହୋଇ ଅନୂ୍ୟନ ଏକ ବସ୍ତି ଓ କୃଷିଜମି ରହିଛି। ଏହାର ବହୁତ ବର୍ଷ ପରେ ଅର୍ଥାତ୍‌ ଖ୍ରୀଷ୍ଟାବ୍ଦ ୬୨୮ ବେଳକୁ ଉକ୍ତ ସ୍ଥାନ ପ୍ରଫେଟ୍‌ ମହମ୍ମଦଙ୍କ ସାମରିକ ବିଜୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଥିଲା ଏବଂ ଇସ୍‌ଲାମୀୟ ଇତିହାସରେ ଏହା ଏକ ପ୍ରମୁଖ ସ୍ଥଳର ମାନ୍ୟତା ପାଇଥିଲା। ଉକ୍ତ ମରୁଦ୍ୟାନର ସବିଶେଷ ସର୍ଭେ କରାଯାଇ ନ ଥିବାରୁ ପାଚେରୀଟି ଆଜି ପର୍ଯ୍ୟନ୍ତ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିଲା। ଉକ୍ତ ଜମିକୁ ଏକ ପାଚେରୀ ଘେରି ରହିଥିଲା ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। ପାଚେରିର ଓସାର ୧,୭ରୁ ୨.୪ ମିଟର। ଉକ୍ତ ମରୁଦ୍ୟାନ ବହୁ ସ୍ମାରକୀୟ ବାସ୍ତୁକଳାରେ ସମୃଦ୍ଧ ବୋଲି ଆର୍କିଓଲୋଜିକାଲ ସାଇନ୍ସ: ରିପୋର୍ଟସ ପତ୍ରିକାରେ ପ୍ରକାଶିତ ନୂଆ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ବ୍ରୋଞ୍ଜ ଯୁଗରେ ଉତ୍ତର-ପଶ୍ଚିମ ଆରବରେ ପାଚେରିଘେରା ଓଏସିସ୍‌ କମ୍ପ୍ଲେକ୍ସ ଦେଖିବାକୁ ମିଳିପାରିବ, ଯାହା ଅତ୍ୟନ୍ତ କୌତୂହଳପ୍ରଦ ବୋଲି ଫ୍ରେଞ୍ଚ ନ୍ୟାଶନାଲ ସେଣ୍ଟର ଫର୍‌ ସାଇଣ୍ଟିଫିକ୍‌ ରିସର୍ଚ୍ଚର ଡ. ଗୁଇଲାଉମ୍‌ ଚାର୍ଲକ୍ସ କହିଛନ୍ତି।

The post ସାଉଦିରେ ୪,୦୦୦ ବର୍ଷ ପୁରୁଣା ପ୍ରାଚୀର ଠାବ appeared first on Dharitri Odia News.