ହାଥରସ ପୀଡ଼ିତଙ୍କ ପରିବାରକୁ ଭେଟିଲେ ରାହୁଲ, ସାହାଯ୍ୟ ପାଇଁ ଦେଲେ ଭରସା
ଅଲିଗଡ଼,୫।୭: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ଆଲିଗଡ଼ ଏବଂ ପରେ ହାଥରସରେ ପହଞ୍ଚି ହାଥରସରେ ସତସଙ୍ଗ ସମୟରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ଆହତଙ୍କ ଅବସ୍ଥା ଜାଣିବା ପାଇଁ ଏଠାରେ ସେ ପୀଡିତଙ୍କ ପରିବାର ଲୋକଙ୍କୁ ଭେଟି ସମସ୍ତ ପ୍ରକାର ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଭରସା ଦେଇଛନ୍ତି। ରାହୁଲ ଗାନ୍ଧୀ ସକାଳ ପାଞ୍ଚଟା ବେଳେ ଦିଲ୍ଲୀରୁ ବାହାରିଥିଲେ। ଦୁଇ ଘଣ୍ଟିଆ ସଡ଼କ […] The post ହାଥରସ ପୀଡ଼ିତଙ୍କ ପରିବାରକୁ ଭେଟିଲେ ରାହୁଲ, ସାହାଯ୍ୟ ପାଇଁ ଦେଲେ ଭରସା appeared first on Dharitri Odia News.
ଅଲିଗଡ଼,୫।୭: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ଆଲିଗଡ଼ ଏବଂ ପରେ ହାଥରସରେ ପହଞ୍ଚି ହାଥରସରେ ସତସଙ୍ଗ ସମୟରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ଆହତଙ୍କ ଅବସ୍ଥା ଜାଣିବା ପାଇଁ ଏଠାରେ ସେ ପୀଡିତଙ୍କ ପରିବାର ଲୋକଙ୍କୁ ଭେଟି ସମସ୍ତ ପ୍ରକାର ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଭରସା ଦେଇଛନ୍ତି।
ରାହୁଲ ଗାନ୍ଧୀ ସକାଳ ପାଞ୍ଚଟା ବେଳେ ଦିଲ୍ଲୀରୁ ବାହାରିଥିଲେ। ଦୁଇ ଘଣ୍ଟିଆ ସଡ଼କ ଯାତ୍ରା ପରେ ସାତଟା ବେଳେ ପିଲଖାନାରେ ପହଞ୍ଚିଥିଲେ। ଏହି ଗାଁର ତିନିଜଣ ମହିଳା ଏବଂ ୬ବର୍ଷର ଶିଶୁଙ୍କର ମୃତ୍ୟୁ ଘଟିଛି। ପୀଡିତଙ୍କ ପରିବାରକୁ ୪୦ ମିନିଟ ପାଇଁ ସେଠାରେ ଭେଟିଥିଲେ। ଏହା ପରେ ସେ ପିଲଖାନାରୁ ହାଥରସର ନାଭିପୁର ନିକଟସ୍ଥ ଭବ ନାଗରରେ ଅବସ୍ଥିତ ଗ୍ରୀନ ପାର୍କରେ ପହଞ୍ଚି ପୀଡିତଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେମାନଙ୍କ ଯନ୍ତ୍ରଣା ବାଣ୍ଟିଥିଲେ।
ହାଥରସ ଘଟଣାକୁ ନେଇ ବିରୋଧୀ ଦଳ ଭାଜପାକୁ ଟାର୍ଗେଟ କରୁଛି। କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟ ବୁଧବାର ହାଥରସ ଯାଇଥିଲେ। ଏହି ଘଟଣାରେ କଂଗ୍ରେସ ଭାଜପାକୁ ଟାର୍ଗେଟ କରୁଥିବା ଜଣାପଡିଛି। ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେବାକୁ କଂଗ୍ରେସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଶୁକ୍ରବାର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ନବ ନିର୍ବାଚିତ ସାଂସଦଙ୍କ ସମାରୋହ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।
The post ହାଥରସ ପୀଡ଼ିତଙ୍କ ପରିବାରକୁ ଭେଟିଲେ ରାହୁଲ, ସାହାଯ୍ୟ ପାଇଁ ଦେଲେ ଭରସା appeared first on Dharitri Odia News.