ଟ୍ରେନ୍‌ ସିଟ୍‌ ପାଇଁ ନାବାଳକର ଛୁରାମାଡ଼ରେ ଯୁବକ ମୃତ

ମୁମ୍ବାଇ: ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ରେ ସିଟ୍‌ ବିବାଦରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଘଟକୋପର ଷ୍ଟେସନରେ ଏହି ଘଟଣା ଘଟିଛି। ସୂଚନାନୁସାରେ, ତିତ୍‌ୱାଲାରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ଯିବା ପାଇଁ ଏକ ଫାଷ୍ଟ୍‌ ଟ୍ରେନ୍‌ରେ ଅଙ୍କୁଶ ଭଗବାନ ଭାଲେରାଓ ଚଢ଼ିଥିଲେ। ତେବେ ଟ୍ରେନ୍‌ ବଗିରେ ସିଟ୍‌ ପାଇଁ ଜଣେ ନାବାଳକ ସହ ବିବାଦ ହୋଇଥିଲା। ଏହି ବିବାଦରେ ଅଙ୍ଗୁଶ ଉକ୍ତ ନାବାଳକୁ ଚାପୁଡ଼ା ମାରିଥିଲେ। ସବୁଦିନ ଭଳି ପରଦିନ ମଧ୍ୟ ଉକ୍ତ ଟ୍ରେନ୍‌ରେ ଅଙ୍କୁଶ ଯାତ୍ରା […]

ଟ୍ରେନ୍‌ ସିଟ୍‌ ପାଇଁ ନାବାଳକର ଛୁରାମାଡ଼ରେ ଯୁବକ ମୃତ

ମୁମ୍ବାଇ: ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ରେ ସିଟ୍‌ ବିବାଦରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଘଟକୋପର ଷ୍ଟେସନରେ ଏହି ଘଟଣା ଘଟିଛି। ସୂଚନାନୁସାରେ, ତିତ୍‌ୱାଲାରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ଯିବା ପାଇଁ ଏକ ଫାଷ୍ଟ୍‌ ଟ୍ରେନ୍‌ରେ ଅଙ୍କୁଶ ଭଗବାନ ଭାଲେରାଓ ଚଢ଼ିଥିଲେ। ତେବେ ଟ୍ରେନ୍‌ ବଗିରେ ସିଟ୍‌ ପାଇଁ ଜଣେ ନାବାଳକ ସହ ବିବାଦ ହୋଇଥିଲା। ଏହି ବିବାଦରେ ଅଙ୍ଗୁଶ ଉକ୍ତ ନାବାଳକୁ ଚାପୁଡ଼ା ମାରିଥିଲେ। ସବୁଦିନ ଭଳି ପରଦିନ ମଧ୍ୟ ଉକ୍ତ ଟ୍ରେନ୍‌ରେ ଅଙ୍କୁଶ ଯାତ୍ରା କରିଥିଲେ। ଘଟକୋପର ଷ୍ଟେସନର ପ୍ଲାଟଫର୍ମ ୪ ନିକଟରେ ଉକ୍ତ ନାବାଳକ ତାଙ୍କୁ ଏକ ତୀକ୍ଷ୍ଣ ଛୁରୀରେ ଆକ୍ରମଣ କରିଥିଲା। ଅଙ୍କୁଶଙ୍କୁ ଗୁରୁତର ଅବସ୍ଥାରେ ରାଜୱାଡ଼ି ହସପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ଉକ୍ତ ନାବାଳକ ଓ ତା’ର ବଡ଼ ଭାଇକୁ ଗିରଫ କରିଛି। ବଡ଼ଭାଇ ନିଜର ଛୋଟଭାଇର ଅପରାଧକୁ ଲୁଚାଇବା ଓ ପ୍ରମାଣ ନଷ୍ଟ କରିବାରେ ସହାୟତା କରିଥିଲା। ପଚରାଉଚରାରେ ନାବାଳକ ନିଜର ଅପରାଧ ସ୍ବୀକାର କରିଛି। ଆକ୍ରମଣରେ ବ୍ୟବହୃତ ଛୁରୀକୁ ଘର ଛାତରେ ଲୁଚାଇଥିବା ଓ ପରିଚୟ ଲୁଚାଇବାକୁ ମୁଣ୍ଡର ବାଳ କାଟି ଦେଇଛି ବୋଲି କହିଥିଲା। ନାବାଳକକୁ ଗିରଫ କରି ବାଳ ସୁଧାରଗୃହ ପଠାଯାଇଛି ବୋଲି ପୁଲିସ ସୂଚନା ଦେଇଛି।