ଲିଙ୍ଗରାଜ ବେଢାରେ ଫଟୋ ଉଠାଇ ଅଡୁଆରେ ପିସିସି ସଭାପତି

ଭୁବନେଶ୍ୱର : ଅଡୁଆରେ ପିସିସି ସଭାପତି ଭକ୍ତ ଚରଣ ଦାସ । ନିଜ ସମର୍ଥକଙ୍କ ସହ ଲିଙ୍ଗରାଜ ମନ୍ଦିର ବେଢାରେ ଫୋଟୋ ଉଠାଇ ବିବାଦରେ ଫସିଛନ୍ତି । ଏହି ଫୋଟ ସବୁ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଘଟଣା ପଦାକୁ ଆସିଛି । ସୂଚନାନୁସାରେ,ସୋମବାର ଭକ୍ତ ଦାସ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ତେବେ ଦର୍ଶନ ସାରି ଫେରିବା ସମୟରେ ମନ୍ଦିର ବେଢ଼ାରେ କିଛି ସମର୍ଥକଙ୍କ ଗହଣରେ ଫଟୋ ଉଠାଇଥିଲେ । ଏହି ଫଟୋ ସାମାଜିକ […]

ଲିଙ୍ଗରାଜ ବେଢାରେ ଫଟୋ ଉଠାଇ ଅଡୁଆରେ ପିସିସି ସଭାପତି
ଲିଙ୍ଗରାଜ ବେଢାରେ ଫଟୋ ଉଠାଇ ଅଡୁଆରେ ପିସିସି ସଭାପତି

ଭୁବନେଶ୍ୱର : ଅଡୁଆରେ ପିସିସି ସଭାପତି ଭକ୍ତ ଚରଣ ଦାସ । ନିଜ ସମର୍ଥକଙ୍କ ସହ ଲିଙ୍ଗରାଜ ମନ୍ଦିର ବେଢାରେ ଫୋଟୋ ଉଠାଇ ବିବାଦରେ ଫସିଛନ୍ତି । ଏହି ଫୋଟ ସବୁ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଘଟଣା ପଦାକୁ ଆସିଛି ।

ସୂଚନାନୁସାରେ,ସୋମବାର ଭକ୍ତ ଦାସ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ତେବେ ଦର୍ଶନ ସାରି ଫେରିବା ସମୟରେ ମନ୍ଦିର ବେଢ଼ାରେ କିଛି ସମର୍ଥକଙ୍କ ଗହଣରେ ଫଟୋ ଉଠାଇଥିଲେ । ଏହି ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚାରେ ଭକ୍ତ ଦାସ। ତେବେ ଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଉଠାଇବା ନେଇ କଟକଣା ରହିଥିବାବେଳେ ପିସିସି ସଭାପତି କିପରି ଏହାର ଉଲ୍ଲଙ୍ଘନ କଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ମନ୍ଦିର କମିଟି ଓ ପୋଲିସ ପ୍ରଶାସନର କୋହଳ ନୀତି ଯୋଗୁଁ ମନ୍ଦିରକୁ ମୋବାଇଲ, କ୍ୟାମେରା ଅବାଧରେ ଯାଉଥିବାର ଅଭିଯୋଗ ହୋଇଛି। ମନ୍ଦିରରେ ଫଟୋ ଉଠାଇବା ସମୟରେ ପୁଲିସ କିମ୍ବା ମନ୍ଦିର କର୍ମଚାରୀ କେହି ବି ବାରଣ କରୁ ନାହାନ୍ତି।

କିଛି ମାସ ପୂର୍ବରୁ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମନ୍ଦିର ବେଢ଼ାରେ ସେବାୟତଙ୍କ ସହ ଫଟୋ ଉଠାଇବାକୁ ନେଇ ମନ୍ଦିର ପ୍ରଶାସନ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା । ଏବେ ପୁଣି ଲିଙ୍ଗରାଜଙ୍କ ବେଢ଼ାରେ ଫଠୋ ଉଠାଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ଅନ୍ୟପଟେ ଏହି ଫଟୋ ଉଠା ଘଟଣାକୁ ନେଇ ପିସିସି ସଭାପତି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।